Product SiteDocumentation Site

Red Hat Enterprise Linux 5.5

ପ୍ରକାଶନ ଟିପ୍ପଣୀ

ପ୍ରକାଶନ ଟିପ୍ପଣୀ

Logo

Red Hat ଇଂଜିନିୟରିଙ୍ଗ ବିଷୟବସ୍ତୁ ସର୍ଭିସଗୁଡ଼ିକ

ବୈଧାନିକ ସୂଚନା

Copyright © 2010 Red Hat.
The text of and illustrations in this document are licensed by Red Hat under a Creative Commons Attribution–Share Alike 3.0 Unported license ("CC-BY-SA"). An explanation of CC-BY-SA is available at http://creativecommons.org/licenses/by-sa/3.0/. In accordance with CC-BY-SA, if you distribute this document or an adaptation of it, you must provide the URL for the original version.
Red Hat, as the licensor of this document, waives the right to enforce, and agrees not to assert, Section 4d of CC-BY-SA to the fullest extent permitted by applicable law.
Red Hat, Red Hat Enterprise Linux, the Shadowman logo, JBoss, MetaMatrix, Fedora, the Infinity Logo, and RHCE are trademarks of Red Hat, Inc., registered in the United States and other countries.
Linux® is the registered trademark of Linus Torvalds in the United States and other countries.
All other trademarks are the property of their respective owners.


1801 Varsity Drive
RaleighNC 27606-2072 USA
Phone: +1 919 754 3700
Phone: 888 733 4281
Fax: +1 919 754 3701
PO Box 13588 Research Triangle ParkNC 27709 USA

ସାରାଂଶ
Red Hat Enterprise Linux ଗୌଣ ପ୍ରକାଶନଗୁଡ଼ିକ ହେଉଛି ବ୍ୟକ୍ତିଗତ ଉନ୍ନତି, ସୁରକ୍ଷା ଏବଂ ତ୍ରୁଟି ନିବାରଣ ଏରାଟାର ଗୋଟିଏ ଏକତ୍ରିକରଣ। Red Hat Enterprise Linux 5.5 ପ୍ରକାଶନ ଟିପ୍ପଣୀ Red Hat Enterprise Linux 5 ପ୍ରଚାଳନ ତନ୍ତ୍ରର ମୂଖ୍ୟ ପରିବର୍ତ୍ତନଗୁଡ଼ିକୁ ଏବଂ ଏହି ଗୌଣ ପ୍ରକାଶନ ପାଇଁ ଏହା ସହିତ ସଂଶ୍ଳିଷ୍ଟ ପ୍ରୟୋଗଗୁଡ଼ିକୁ ଦଲିଲିକରଣ କରିଥାଏ। ଏହି ଗୌଣ ପ୍ରକାଶନରେ ହୋଇଥିବା ପରିବର୍ତ୍ତନଗୁଡ଼ିକର ବିସ୍ତୃତ ବିବରଣୀ ପାରିଭାଷିକ ଟିପ୍ପଣୀରେ ଉପଲବ୍ଧ।
Red Hat Enterprise Linux 5.5 ପ୍ରକାଶନର ବିଶିଷ୍ଟତାରେ Intel Boxboro-EX ପ୍ଲାଟଫର୍ମ, AMD ଅନେକ-ରଙ୍ଗ ସଞ୍ଚାଳକ ଏବଂ IBM Power 7 ସଞ୍ଚାଳକ ପାଇଁ ହାର୍ଡୱେର ସମର୍ଥକାରୀ ଅଧିନିୟମ ଅନ୍ତର୍ଭୁକ୍ତ। ଏକାଧିକ 10 GigE SR-IOV କାର୍ଡ଼, ଏବଂ ଆଭାସୀ ହୋଷ୍ଟ ସ୍ମୃତି ସ୍ଥାନକି ତନ୍ତ୍ରରେ ସକ୍ରିୟ କରାଯାଇଥିବା ସମୟରେ ପାଇଁ ବୃହତ ପୃଷ୍ଠାଗୁଡ଼ିକର ସ୍ୱୟଂଚାଳିତ ଉପଯୋଗିତା ସହିତ ଆଭାସୀକରଣକୁ ଉନ୍ନତ କରାଯାଇଛି।ପାରସ୍ପରିକ କାର୍ଯ୍ୟକ୍ଷମତାକୁ ଉନ୍ନତିରେ Microsoft Office 2007 ର ଛାଣକରେ OpenOffice, Windows 7 ସୁସଂଗତା ପାଇଁ Samba ଏବଂ Microsoft ଆଧାରିତ PXE ସର୍ଭିସଗୁଡ଼ିକୁ ବ୍ୟବାହର କରି ଆଭାସୀ ଯନ୍ତ୍ର ପାଇଁ ବୁଟ ସମର୍ଥନର ଅଦ୍ୟତନ ଅନ୍ତର୍ଭୁକ୍ତ।

1. ସ୍ଥାପନ କ୍ରିୟା

Red Hat Enterprise Linux 5.5 ଅନେକ ତ୍ରୁଟି ନିବାରଣ ଏବଂ ଉନ୍ନତିମୂଳକ ତନ୍ତ୍ର ସ୍ଥାପକ ଆରମ୍ଭ କରିଛି (anaconda).
NFS ଉତ୍ସରୁ ସ୍ଥାପନ କରିବା ସମୟରେ ଅତିରିକ୍ତ ନେଟୱର୍କ ଫାଇଲ ତନ୍ତ୍ର (NFS) ସ୍ଥାପନ ବିକଳ୍ପଗୁଡ଼ିକୁ ଯୋଗ କରି, ଆଭ୍ୟନ୍ତରୀଣ ସ୍ଥାପକକୁ ଉନ୍ନତ କରାଯାଇଛି (BZ#493052). ଏହା ସହିତ, ସ୍ଥାପନ ଉତ୍ସ (ଉଦାହରଣ ସ୍ୱରୂପ କିକଷ୍ଟାର୍ଟ ଫାଇଲ) ପ୍ରବେଶ ସଂକେତ ପ୍ରତିରୋଧିତ ଫାଇଲ ପରିବହନ ପ୍ରୋଟୋକଲ (FTP) ସର୍ଭରଗୁଡ଼ିକୁ ସ୍ଥାପନ ସମୟରେ କଢ଼ାଯାଇପାରିବ (BZ#505424).
କିକ-ଷ୍ଟାର୍ଟ
କିକଷ୍ଟାର୍ଟ ଚାଳକମାନଙ୍କୁ Red Hat Enterprise Linux ସ୍ଥାପନାକୁ ସ୍ୱୟଂଚାଳିତ କରିବା ପାଇଁ ଗୋଟିଏ ଉପାୟ ପ୍ରଦାନ କରିଥାଏ। କିକଷ୍ଟାର୍ଟ ବ୍ୟବହାର କରି, ତନ୍ତ୍ର ପ୍ରଶାସକ ସାଧାରଣ ସ୍ଥାପନା ସମୟରେ ପଚରାଯାଉଥିବା ସମସ୍ତ ପ୍ରଶ୍ନର ଉତ୍ତର ଧାରଣ କରିଥିବା ଗୋଟିଏ ଫାଇଲ ନିର୍ମାଣ କରିପାରିବେ।
କିକଷ୍ଟାର୍ଟ ତ୍ରୁଟିନିବାରଣ ଏବଂ ତ୍ରୁଟି ଖବର ପ୍ରକ୍ରିୟାକୁ ଉନ୍ନତ କରାଯାଇଛି। ସ୍ଥାପକ ବର୍ତ୍ତମାନ କିକଷ୍ଟାର୍ଟ ସ୍କ୍ରିପଲେଟଗୁଡ଼ିକୁ ତ୍ରୁଟିନିବାରଣ ସମୟରେ ରଖିଥାଏ, standard output (stdout) ଏବଂ standard error (stderr) ଧାରାକୁ ଦାଖଲ କରିଥାଏ, ଏବଂ ତ୍ରୁଟି ସନ୍ଦେଶକୁ anaconda.log (BZ#510636) ରେ ଦାଖଲ କରିଥାଏ।
କିକଷ୍ଟାର୍ଟ ସ୍ଥାପନରେ ବ୍ୟକିତଗତ ପ୍ୟାକେଜଗୁଡ଼ିକୁ ବହିର୍ଭୁକ୍ତ କରାଯାଉଥିବା ଧାରାରେ ପ୍ୟାକେଜ ଶ୍ରେଣୀକୁ ବର୍ତ୍ତମାନ ବହିର୍ଭୁକ୍ତ କରିପାରିବେ (BZ#558516). ଏହା ସହିତ, bootloader ନିର୍ଦ୍ଦେଶ ବର୍ତ୍ତମାନ --hvargs ପ୍ରାଚଳଗୁଡ଼ିକୁ Xen ହାଇପରଭାଇଜର ସ୍ୱତନ୍ତ୍ରଚରଗୁଡ଼ିକୁ କିକଷ୍ଟାର୍ଟ ସ୍ଥାପନ ସମୟରେ ଅନୁମତି ଦେଇ ସମର୍ଥନ କରିଥାଏ (BZ#501438).
ପୂର୍ବରୁ, କିକଷ୍ଟାର୍ଟ ସ୍ଥାପନ ପଦ୍ଧତି ସମସ୍ତ ପ୍ୟାକେଜକୁ ବାଛିବା ପାଇଁ ଦୁଇଟି ବିବକଳ୍ପ ପ୍ରଦାନ କରିଥାଏ @Everything ଏବଂ * (wildcard)। Red Hat Enterprise Linux 5.5 ରେ, ଉଭୟ ବିକଳ୍ପକୁ ବାତିଲ କରାଯାଇଛି। ସମସ୍ତ ପ୍ୟାକେଜକୁ ବାଛନ୍ତୁ ବିବଳ୍ପକୁ ବ୍ୟବାହର କରିବା ପ୍ରୟାସ ବିଫଳ ହୋଇଥାଏ, ଯଦିଚ କିକଷ୍ଟାର୍ଟ ଫାଇଲ ମଧ୍ଯ ଦ୍ୱନ୍ଦମୟ ପ୍ୟାକେଜ ପାଇଁ ପ୍ୟାକେଜ ବାରଣକୁ ଅନ୍ତର୍ଭୁକ୍ତ କରିଥାଏ। ତେଣୁ, ଦ୍ୱନ୍ଦମୟ ପ୍ୟାକେଜକୁ ଛାଡ଼ି ବାକି ସମସ୍ତ ପ୍ୟାକେଜଗୁଡ଼ିକୁ ସ୍ଥାପନ କରିବା ପାଇଁ, କିକଷ୍ଟାର୍ଟ ଫାଇଲରେ ନିଶ୍ଚିତ ଭାବରେ ଏହାକୁ ଧାରଣ କରିଥିବା ଉଚିତ:
 %packages @Everything -@Conflicts
Red Hat Enterprise Linux 5.5 ରେ ନୂତନ ପ୍ୟାକେଜ ସେଟଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଇଛି samba3x, freeradius2, postgres84. ଏହି ପ୍ୟାକେଜ ସେଟଗୁଡ଼ିକ କେବଳ kickstart ମାଧ୍ଯମରେ ତନ୍ତ୍ର ସ୍ଥାପନ ସମୟରେ ଉପଲବ୍ଧ ହୋଇଥାଏ କିମ୍ବା ସ୍ଥାତବାନ ତନ୍ତ୍ରଗୁଡ଼ିକରେ yum ମାଧ୍ଯମରେ ଉପଲବ୍ଧ ହୋଇଥାଏ।
ହାର୍ଡୱେର ସହାୟତା
ନିମ୍ନଲିଖିତ ଉପକରଣ ଡ୍ରାଇଭରଗୁଡ଼ିକ ବର୍ତ୍ତମାନ ସ୍ଥାପନ ସମୟରେ ସମର୍ଥିତ:
  • PMC Sierra MaxRAID ନିୟନ୍ତ୍ରକ ଏଡ଼ପଟରଗୁଡ଼ିକ ପାଇଁ pmcraid ଡ୍ରାଇଭର (BZ#532777)
  • Power6 Virtual FC ଉପକରଣଗୁଡ଼ିକ ପାଇଁ ibmvfs ଡ୍ରାଇଭର (BZ#512237).
  • PCIe ହୋଷ୍ଟ ବସ ଏଡପଟରକୁ Brocade ଫାଇବର ଚ୍ୟାନେଲ ପାଇଁ bfa ଡ୍ରାଇଭର (BZ#475707)
  • ServerEngines BladeEngine 2 Open iSCSI ଉପକରଣ ପାଇଁ be2iscsi ଡ୍ରାଇଭର (BZ#529442).

ଟୀକା

ସ୍ଥାପନ ବିଷୟରେ ବିସ୍ତୃତ ବିବରଣୀ ପାଇଁ, ସ୍ଥାପନ ପୁସ୍ତକ Red Hat Enterprise Linux 5 କୁ କିପରି ସ୍ଥାପନ କରାଯିବ ତାହା ପାଇଁ ଦଲିଲଗୁଡ଼ିକ।

2. ଆଭାସୀକରଣ

Red Hat Enterprise Linux 5.5 ଆଭାସୀକରଣ ପାଇଁ ଅନେକ ଅଦ୍ୟତନ ପ୍ରଦାନ କରିଥାଏ। ଆଭାସୀକରଣ ଉପାଦାନଗୁଡ଼ିକର ସମସ୍ତ ପରିବର୍ତ୍ତନଗୁଡ଼ିକ ବିଷୟରେ ବିସ୍ତୃତ ଟିପ୍ପଣୀ Technical Notes ରେ ଉପଲବ୍ଧ।

ଟୀକା

କ୍ଲଷ୍ଟର ସୁଟ ବ୍ୟବାହର କରି KVM ଆଧାରିତ ଆଭାସୀ ଅତିଥିମାନଙ୍କ ପରିଚାଳନା ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ସମର୍ଥିତ।

SPICE

Red Hat Enterprise Linux 5.5 ରେ ସ୍ୱାଧୀନ ଗଣନା ପରିବେଶ (SPICE) ପାଇଁ ସରଳ ପ୍ରଟୋକଲ କୁ ସୁଦୂର ପ୍ରଦର୍ଶନ ପ୍ରଟୋକଲ ପାଇଁ ପ୍ରଦାନ କରୁଥିବା ଉପାଦାନଗୁଡ଼ିକୁ ଅନ୍ତର୍ଭୁକ୍ତ କରିଥାଏ। ଏହି ଉପାଦାନଗୁଡ଼ିକ, Red Hat Enterprise ଆଭାସୀକରଣ ଉତ୍ପାଦନଗୁଡ଼ିକ ପାଇଁ ବ୍ୟବହୃତ ହୋଇଥାଏ ଏବଂ ସେଥିରେ ସ୍ଥାୟୀ ABI ନଥାଏ। ଉପାଦାନଗୁଡ଼ିକ Red Hat Enterprise ଆଭାସୀକରଣ ଉତ୍ପାଦନଗୁଡ଼ିକର କାର୍ଯ୍ୟରତ ଆବଶ୍ୟକତା ସହିତ ସମତାଳ ହେବା ପାଇଁ ଅଦ୍ୟତିତ ହୋଇଥାଏ। ଭବିଷ୍ୟତ ପ୍ରକାଶନଗୁଡ଼ିକରେ ପ୍ରତି ତନ୍ତ୍ର ଆଧାରରେ ସ୍ଥାନାନ୍ତରଣ ହସ୍ତକୃତ ପ୍ରୟୋଗ ଆବଶ୍ୟକ ହୋଇଥାଏ।
PCI ଗତି ଉନ୍ନତି
PCI ଗତି PCI ଉପକରଣଗୁଡ଼ିକୁ ଦୃଶ୍ୟମାନ ହେବା ପାଇଁ ଅନୁମତି ଦେଇଥାଏ ଏବଂ ସେମାନେ ଅତିଥି ପ୍ରଚାଳନ ତନ୍ତ୍ର ସହିତ ସଂଲଗ୍ନ ହୋଇଥିବା ପରି ଆଚରଣ କରିଥାଏ। KVM ଏବଂ Xen ହାଇପରଭାଇଜର ଉଭୟ ହୋଷ୍ଟ ତନ୍ତ୍ରରେ ଆଭାସୀ ଅତିଥି ସହିତ PCI ଉପକରଣଗୁଡ଼ିକ ସଂଲଗ୍ନ ହୋଇଥିବା ପରି ସମର୍ଥନ କରିଥାଏ।
AMD ନିବେଶ/ଫଳାଫଳ ସ୍ମୃତି ପରିଚାଳନା ବିଭାଗ (IOMMU) କର୍ଣ୍ଣଲ ଡ୍ରାଇଭର, ଯାହାକି PCI ଗତିରେ ସହାୟତା କରିଥାଏ, ତାହାକୁ ଅଦ୍ୟତନ କରାଯାଇଛି। ଏହି ଅଦ୍ୟତନ ଗୋଟିଏ ସମସ୍ୟାକୁ ସମାଧାନ କରିଥାଏ ଯେଉଁଠି ତନ୍ତ୍ର ପରିଚାଳନା ଅନୁରୋଧଗୁଡ଼ିକ ଭୁଲ ଭାବରେ ନିୟନ୍ତ୍ରିତ ହୋଇଥାଏ। (BZ#531469)
Intel VT-d ଅନୁଲଗ୍ନକୁ KVM ହାଇପରଭାଇଜର ଉପରେ ବ୍ୟବହାର କରି PCI ଗତି ପାଇଁ ସମର୍ଥନକୁ ଉନ୍ନତ କରାଯାଇଛି। ଉପକରଣ (ଭୌତିକ ଅଥବା ଆଭାସୀ) ବର୍ତ୍ତମାନ ବନ୍ଦ କରିବା ଉଚିତ ଏବଂ ଚାଲୁଥିବା ସମୟରେ ଗୋଟିଏ ଅତିଥି ପାଖରୁ ଅନ୍ୟ ଏକ ଅତିଥିକୁ ପରିବର୍ତ୍ତନ ହେବାପାଇଁ ଅନୁମତି ପାଇପାରିବ। ପୁନର୍ବାର ନ୍ୟସ୍ତ ହେବା ଚାଲୁଥିବା ସମୟରେ ହୋଇପାରିବ (BZ#516811). ଏହା ସହିତ, 1:1 ମ୍ୟାପିଙ୍ଗ କାର୍ଯ୍ୟକୁ ଉନ୍ନତ କରାଯାଇପାରିବ (BZ#518103).

ଟୀକା

ଆଭାସୀକରଣ ବିଷୟରେ ବିସ୍ତୃତ ବିବରଣି ପାଇଁ, ଆଭାସୀକରଣ ପୁସ୍ତକ ଟି ହେଉଛି Red Hat Enterprise Linux ରେ ଆଭାସୀକରଣ ପାଇଁ ଉପଯୁକ୍ତ ପୁସ୍ତକ।
HugePages ସମର୍ଥନ
hugetlbfs (HugePages) କୁ ସକ୍ରିୟ କରିବା ପାଇଁ ନୂତନ ନିୟମଗୁଡ଼ିକ libvirt ରେ ଉପଲବ୍ଧ। ଯେତେବେଳେ ଗୋଟିଏ ତନ୍ତ୍ର Hugepages ଦ୍ୱାରା ବିନ୍ୟାସିତ ହୋଇଥାଏ, ସେତେବେଳେ libvirt ସ୍ୱୟଂଚାଳିତ ଭାବରେ ଆବାସୀ ଅତିଥିକୁ ସ୍ମୃତି ସ୍ଥାନ ଫେରାଇବା ପାଇଁ hugetlbfs ରୁ ସ୍ମୃତି ସ୍ଥାନ ବଣ୍ଟିତ ହୋଇଥାଏ। ଯେତେବେଳେ ଅନୁଲମ୍ବିତ ପୃଷ୍ଠା ସାରଣୀ ଏବଂ ହାର୍ଡୱେରରେ ସଂଲଗ୍ନ ପୃଷ୍ଠା ସାରଣୀ ସହିତ ସଂଯୁକ୍ତ ହୋଇଥାଏ, ସେତେବେଳେ ଅତିଥି ଦ୍ୱାରା ଯଥେଷ୍ଟ କାର୍ଯ୍ୟକ୍ଷମତା ଉନ୍ନତି ହାସଲ ହୋଇଥାଏ। (BZ#518099)

3. କର୍ଣ୍ଣଲ

3.1. କର୍ଣ୍ଣଲ ପ୍ଲାଟଫର୍ମ ସମର୍ଥକାରୀ ଅଧିନିୟମ

ଏହି ପ୍ରକାଶନ Intel ର ନୂତନ ପ୍ଲାଟଫର୍ମଗୁଡ଼ିକ ପାଇଁ ସମର୍ଥନ ଆରମ୍ଭ କରିଥାଏ, ସଂକେତ-ନାମିତBoxboro-EX ଏବଂ Boxboro-MC, AMD's ନୂତନ ସଞ୍ଚାଳନ ପରିବାର, ସଂକେତ-ନାମିତ Magny-Cours ଏବଂ IBM ର Power7 ସଞ୍ଚାଳକ।

3.2. କର୍ଣ୍ଣଲ ସାଧାରଣ ବିଶେଷତା

ବାଧାହୀନ ସୁପ୍ତ ଅବସ୍ଥାରେ କର୍ଣ୍ଣଲ କାର୍ଯ୍ୟଗୁଡ଼ିକୁ ଚିହ୍ନିବା
କିଛି ପରିସ୍ଥିତିରେ, କର୍ଣ୍ଣଲରେ ଥିବା କାର୍ଯ୍ୟ ସ୍ଥାୟୀ ଭାବରେ ବାଧାହୀନ ସୁପ୍ତ ଅବସ୍ଥା (D-State)କୁ ଯାଇଥାଏ, ଯାହାଫଳରେ ତନ୍ତ୍ରଟିକୁ ବନ୍ଦ କରିବା ଅସମ୍ଭବ ହୋଇଥାଏ। ଏହି ଅଦ୍ୟତନ ସହିତ D-State ରେ ଥିବା କାର୍ଯ୍ୟକୁ ସ୍ଥାୟୀ ଭାବରେ ଚିହ୍ନିବାର କ୍ଷମତା ପ୍ରଦାନ କରି, Detect Hung Task କର୍ଣ୍ଣଲ ସୂତ୍ରକୁ ଯୋଗ କରାଯାଇଥାଏ।
ଏହି ନୂତନ ବିଶେଷତାଟି CONFIG_DETECT_HUNG_TASK କର୍ଣ୍ଣଲ ସୂଚକ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। D-ଅବସ୍ଥାରେ ଯେତେବେଳେ "y" କାର୍ଯ୍ୟଗୁଡ଼ିକରେ ସେଟ କରାଯାଇଥିଲେ ଚିହ୍ନି ହୋଇଥାଏ; ଯେତେବେଳେ n ଟି ଅଫ ଥାଏ। CONFIG_DETECT_HUNG_TASK ଫ୍ଲାଗ ପାଇଁ ପୂର୍ବନିର୍ଦ୍ଧାରିତ ମୂଲ୍ୟଟି ହେଉଛି y
ଅତିରିକ୍ତ ଭାବରେ, CONFIG_BOOTPARAM_HUNG_TASK_PANIC ଫ୍ଲାଗକୁ ଯୋଗ କରାଯାଇଛି। ଯେତେବେଳେ y ସହିତ ସେଟ କରାଯାଏ, ଗୋଟିଏ କର୍ଣ୍ଣଲ ସମସ୍ୟା ଆରମ୍ଭ ହୋଇଥାଏ ଯେତେବେଳଏ D-ଅବସ୍ଥାରେ ଗୋଟିଏ କାର୍ଯ୍ୟ ସୂଚୀ ଦେଖାଦେଇଥାଏ। CONFIG_ BOOTPARAM_HUNG_TASK_PANIC ସୂଚକ ପାଇଁ ପୂର୍ବନିର୍ଦ୍ଧାରିତ ମୂଲ୍ୟଟି ହେଉଛିn
s390 କର୍ଣ୍ଣଲ ଏକକାଂଶଗୁଡ଼ିକୁ ହସ୍ତାକ୍ଷର କରିଅଛି
Red Hat Enterprise Linux 5.5 ରେ ଆରମ୍ଭ କରି, ସମସ୍ତ s390 କର୍ଣ୍ଣଲ ଏକକାଂଶଗୁଡ଼ିକ ବର୍ତ୍ତମାନ ହସ୍ତାକ୍ଷର ହୋଇଛି। BZ#483665

4. ଉପକରଣ ଡ୍ରାଇଭରଗୁଡ଼ିକ

HP iLO/iLO2 ପରିଚାଳନା ସଞ୍ଚାଳକଗୁଡ଼ିକ ପାଇଁ hpilo ଡ୍ରାଇଭର ଅଦ୍ୟତିତ ହୋଇଛି।
ଉନ୍ନତ Linux ଧ୍ୱନି ସଂରଚନା (ALSA) କୁ ଅଦ୍ୟତିତ କରାଯାଇଛି — High Definition Audio (HDA) ପାଇଁ ଉନ୍ନତ ସମର୍ଥନ ପ୍ରଦାନ କରି। (BZ#525390).
iic-bus ଅନ୍ତରାପୃଷ୍ଠ ପାଇଁ i2c ଉପକରଣ ଡ୍ରାଇଭରକୁ SB900 SMBus ନିୟନ୍ତ୍ରକ ସମର୍ଥନ ସହିତ ଅଦ୍ୟତିତ କରାଯାଇଛି। (BZ#516623)
Mellanox ConnectX HCA InfiniBand ଉପକରଣ ପାଇଁ mlx4 ଡ୍ରାଇଭରକୁ ସଂସ୍କରଣ 1.4.1 କୁ ଅଦ୍ୟତିତ କରାଯାଇଛି (BZ#514147 BZ#500346)

4.1. ନେଟୱର୍କ ଉପକରଣ ଡ୍ରାଇଭରଗୁଡ଼ିକ

ବେତାର ପୁନଃସ୍ଥାପନ
Red Hat Enterprise Linux 5.5 କର୍ଣ୍ଣଲରେ ବେତାର ଡ୍ରାଇଭର ଏବଂ ଉପତନ୍ତ୍ରଗୁଡ଼ିକ ପାଇଁ ଗୋଟିଏ ମୂଖ୍ୟ ଅଦ୍ୟତନ ଧାରଣ କରିଥାଏ।
Intel ବେତାର ନେଟୱର୍କ ଏଡପଟରଗୁଡ଼ିକ ପାଇଁ iwlwifi ଡ୍ରାଇଭରଗୁଡ଼ିକୁ ଅଦ୍ୟତନ କରାଯାଇଛି। ଏହି ହାର୍ଡୱେର ପଥ ସମର୍ଥନରେ ଥିବା ଉପକରଣଗୁଡ଼ିକ 802.11a, 802.11b, 802.11g, ଏବଂ 802.11n ବେତାର ପ୍ରୋଟୋକଲଗୁଡ଼ିକ। ଏହି ଅଦ୍ୟତନ iwl6000 ଏବଂ iwl1000 ଉପକରଣଗୁଡ଼ିକ ପାଇଁ ନୂତନ ସମର୍ଥନ ପ୍ରଦାନ କରିଥାଏ, ଏବଂ iwl5000, iwl4965 ଏବଂ iwl3945 ଉପକରଣଗୁଡ଼ିକ ପାଇଁ ସମର୍ଥନକୁ ଉନ୍ନତତର କରିଥାଏ।
ବୋତାର ଉପକରଣଗୁଡ଼ିକ ପାଇଁ rt2x00 ଡ୍ରାଇଭରଗୁଡ଼ିକୁ ଅଦ୍ୟତନ କରାଯାଇଛି। ଏହି ଅଦ୍ୟତନ Ralink rt2400pci, rt2500pci, rt2500usb, rt61pci ଏବଂ rt73usb ଚିପସେଟଗୁଡ଼ିକ ପାଇଁ ଡ୍ରାଇଭରଗୁଡ଼ିକୁ ସଚେଟନ କରିଦେଇଥାଏ, ଏବଂ rtl8180 ଏବଂ rtl8187 Realtek ଚିପସେଟଗୁଡ଼ିକ ପାଇଁ ଡ୍ରାଇଭରଗୁଡ଼ିକୁ ସଚେତ କରାଯାଇଥାଏ।
Atheros 802.11n ବେତାର LAN ଏଡ଼ପଟରଗୁଡ଼ିକ ପାଇଁath9k ଡ୍ରାଇଭରକୁ ସକ୍ରିୟ କରାଯାଇଛି।
ଏହି ଡ୍ରାଇଭରଗୁଡ଼ିକର ବିଶେଷତାଗୁଡ଼ିକୁ ସମର୍ଥନ କରିବା ପାଇଁ, mac80211 ଏବଂ cfg80211 କର୍ଣ୍ଣଲ ଉପତନ୍ତ୍ରଗୁଡ଼ିକୁ ଅଦ୍ୟତନ କରାଯାଇଛି।
Solarflare ଡ୍ରାଇଭର
Red Hat Enterprise Linux 5.5 ରେ, Solarflare ଡ୍ରାଇଭର (sfc) କୁ ଅଦ୍ୟତନ କରାଯାଇଛି (BZ#448856)
Neterion's X3100 Series 10GbE PCIe ଡ୍ରାଇଭର
Neterion's X3100 Series 10GbE PCIe ଉପକରଣଗୁଡ଼ିକ ପାଇଁ vxge ଡ୍ରାଇଭରକୁ ଅଦ୍ୟତନ କରାଯାଇଛି (BZ#453683)।
ServerEngines BladeEngine2 10Gbps ଡ୍ରାଇଭର
ServerEngines BladeEngine2 10Gbps ନେଟୱର୍କ ଉପକରଣ ପାଇଁ be2net ଡ୍ରାଇଭରକୁ ଅଦ୍ୟତନ କରାଯାଇଛି (BZ#549460)
Cisco 10G Ethernet ଡ୍ରାଇଭର
Cisco 10G ଇଥରନେଟ ଉପକରଣଗୁଡ଼ିକ ପାଇଁ enic ଡ୍ରାଇଭରକୁ ସଂସ୍କରଣ 1.1.0.100 କୁ ଅଦ୍ୟତିତ କରାଯାଇଛି। (BZ#519086 BZ#550148)
QLogic 10 Gigabit PCI-E ଇଥରନେଟ ଡ୍ରାଇଭର
QLogic 10 Gigabit PCI-E ଇଥରନେଟ ଉପକରଣଗୁଡ଼ିକ ପାଇଁ qlge ଡ୍ରାଇଭରକୁ ସଂସ୍କରଣ 1.00.00.23 କୁ ଅଦ୍ୟତନ କରାଯାଇଛି। (BZ#519453)
QLogic Fibre Channel HBA ଡ୍ରାଇଭର
QLogic Fibre Channel HBA ଉପକରଣଗୁଡ଼ିକ ପାଇଁ qla2xx ଡ୍ରାଇଭରକୁ ଅଦ୍ୟତନ କରାଯାଇଛି। (BZ#542834 BZ#543057)
Broadcom Tigon3 ଇଥରନେଟ ଉପକରଣଗୁଡ଼ିକ
Broadcom Tigon3 ଇଥରନେଟ ଉପକରଣଗୁଡ଼ିକ ପାଇଁ tg3 ଡ୍ରାଇଭରକୁ ଅଦ୍ୟତନ କରାଯାଇଛି। (BZ#515312)
Intel Gigabit ଇଥରନେଟ ନେଟୱର୍କ ଉପକରଣଗୁଡ଼ିକ
Intel Gigabit ଇଥରନେଟ ନେଟୱର୍କ ଉପକରଣଗୁଡ଼ିକ ପାଇଁ igb ଡ୍ରାଇଭରକୁ ଅଦ୍ୟତନ କରାଯାଇଛି। (BZ#513710)
Intel 10 Gigabit PCI Express ନେଟୱର୍କ ଉପକରଣଗୁଡ଼ିକ
Intel 10 Gigabit PCI Express ନେଟୱର୍କ ଉପକରଣଗୁଡ଼ିକ ପାଇଁ ixgbe ଡ୍ରାଇଭରକୁ ଅଦ୍ୟତନ କରାଯାଇଛି। (BZ#513707, BZ#514306, BZ#516699)
Intel PRO/1000 ନେଟୱର୍କ ଉପକରଣଗୁଡ଼ିକ
Intel PRO/1000 ନେଟୱର୍କ ଉପକରଣଗୁଡ଼ିକ ପାଇଁ e1000 ଡ୍ରାଇଭରକୁ ଅଦ୍ୟତନ କରାଯାଇଛି (BZ#515524)
NetXen Multi port (1/10) Gigabit ନେଟୱର୍କ ଉପକରଣଗୁଡ଼ିକ
NetXen Multi port (1/10) Gigabit ନେଟୱର୍କ ଉପକରଣଗୁଡ଼ିକ ପାଇଁ netxen ଡ୍ରାଇଭରକୁ ଅଦ୍ୟତନ କରାଯାଇଛି। (BZ#542746)
Broadcom Everest ନେଟୱର୍କ ଉପକରଣଗୁଡ଼ିକ
Broadcom Everest ନେଟୱର୍କ ଉପକରଣଗୁଡ଼ିକ ପାଇଁ bnx2x ଡ୍ରାଇଭରକୁ ସଂସ୍କରଣ 1.52.1-5 କୁ ଅଦ୍ୟତନ କରାଯାଇଛି।(BZ#515716, BZ#522600)
Broadcom NetXtreme II ନେଟୱର୍କ ଉପକରଣଗୁଡ଼ିକ
Broadcom NetXtreme II ନେଟୱର୍କ ଉପକରଣଗୁଡ଼ିକ ପାଇଁ bnx2 ଡ୍ରାଇଭରକୁ ସଂସ୍କରଣ 2.0.2 କୁ ଅଦ୍ୟତନ କରାଯାଇଛି (BZ#517377)
Broadcom NetXtreme II iSCSI
Broadcom NetXtreme II iSCSI ପାଇଁ bnx2x ଡ୍ରାଇଭରକୁଅଦ୍ୟତନ କରାଯାଇଛି। (BZ#516233)
RealTek 8169 ଇଥରନେଟ ଡ୍ରାଇଭର
RealTek 8169 ଇଥରନେଟ ଡ୍ରାଇଭର r8169 ଡ୍ରାଇଭରକୁ ଅଦ୍ୟତନ କରାଯାଇଛି। (BZ#514589)

4.2. ସଂରକ୍ଷଣ ଉପକରଣ ଡ୍ରାଇଭରଗୁଡ଼ିକ

QLogic ଫାଇବର ଚ୍ୟାନେଲ ହୋଷ୍ଟ ବସ
QLogic ଫାଇବର ଚ୍ୟାନେଲ ହୋଷ୍ଟ ବସ ଏଡପଟର ପାଇଁ qla2xxx ଡ୍ରାଇଭରକୁ ସଂସ୍କରଣ 8.03.01.02.05.05-k କୁ ଅଦ୍ୟତନ କରାଯାଇଛି (BZ#519447)
HighPoint RocketRAID 3xxx/4xxx
HighPoint RocketRAID 3xxx/4xxx ନିୟନ୍ତ୍ରକଗୁଡ଼ିକ ପାଇଁ hptiop ଡ୍ରାଇଭରକୁ ଅଦ୍ୟତନ କରାଯାଇଛି, RR44xx ଏଡପଟରଗୁଡ଼ିକ ପାଇଁ ସମର୍ଥନ ଯୋଗ କରି। (BZ#519076)
Emulex ଫାଇବର ଚ୍ୟାନେଲ ହୋଷ୍ଟ ବସ
Emulex ଫାଇବର ଚ୍ୟାନେଲ ହୋଷ୍ଟ ବସ ଏଡପଟରଗୁଡ଼ିକ ପାଇଁ lpfc ଡ୍ରାଇଭରକୁ ସଂସ୍କରଣ 8.2.0.52 କୁ ଅଦ୍ୟତନ କରାଯାଇଛି। (BZ#515272) BZ#549763
LSI SAS-2 ଏଡପଟର ପରିବାର
mpt2sas ଡ୍ରାଇଭର ଯାହାକି LSI ରୁ LSI SAS-2 ଏଡପଟର ପରିବାରକୁ ସଂସ୍କରଣ 02.101.00.00 କୁ ଅଦ୍ୟତନ କରାଯାଇଛି। ଏହି ଅଦ୍ୟତନ ଅନେକ ସମସ୍ଯାର ସମାଧାନ କରିଥାଏ, ବିଶେଷ ଦ୍ରଷ୍ଟବ୍ୟ:
  • ସାନିଟି ଯାଞ୍ଚଗୁଡ଼ିକୁ ଯୋଗ କରାଯାଇଥାଏ ଯେତେବେଳେ ବାହାର ଭଲ୍ୟୁମକୁ ଏଡ଼ାଇ ଭଲ୍ୟୁମଗୁଡ଼ିକୁ ଯୋଗକରାଯାଇଥାଏ କିମ୍ବା କଢ଼ାଯାଇଥାଏ।
  • ଡ୍ରାଇଭରଟି ବର୍ତ୍ତମାନ ପୁରୁଣା I/O ପୋର୍ଟ ମୁକ୍ତ
  • ଗୋଟିଏ ସମସ୍ୟା ଯାହାକି ହାଇବରନେଟ ଅବସ୍ଥାରେ କର୍ଣ୍ଣଲ ଉପସ ଘଟାଇଥାଏ କିମ୍ବା ପୁନଚାଳନକୁ ସମାଧାନ କରାଯାଇଥାଏ।
LSI Fusion MPT
LSI ମିଶ୍ରଣ MPT ଫର୍ମୱେର ବ୍ୟବାହର କରି ଉପକରଣ ପାଇଁ mptque ଆଧାର ଡ୍ରାଇଭରକୁ ସଂସ୍କରଣ 3.4.13rh କୁ ଅଦ୍ୟତନ କରାଯାଇଥାଏ। ଏହି ଅଦ୍ୟତନ ଅନେକ ସମସ୍ଯାକୁ ସମାଧାନ କରିଥାଏ, ବିଶେଷ ଦ୍ରଷ୍ଟବ୍ୟ:
  • ବୃହତକର୍ତ୍ତା, ସଂଯୋଗ ସ୍ଥିତି ଏବଂ ହୋଷ୍ଟ ବସ ଏଡ଼ପଟର (HBA) ଘଟଣାଗୁଡ଼ିକୁ ଯୋଗ କରି ଏହି କ୍ରମିକ ସଂଲଗ୍ନ SCSI (SAS) ଟୋପଲୋଜି କ୍ରମବୀକ୍ଷଣର ଆକାର ପରିବର୍ତ୍ତନ କରାଯାଇଛି।
  • SAS କେବଲ କାଢ଼ିବା ଫଳରେ ଆନ୍ତରାୟିକ ସମସ୍ୟାଗୁଡ଼ିକ ଘଟିଥାଏ ଏବଂ ପୁନର୍ନିବେଶନକୁ ସ୍ଥିର କରାଯାଇଛି।
  • ଗୋଟିଏ ସମସ୍ୟା ଯେଉଁଠି SATA ଉପକରଣଗୁଡ଼ିକ ବିଭିନ୍ନ SAS ଠିକଣାଗୁଡ଼ିକୁ ଗ୍ରହଣ କରିଥାଏ ତାହା ସମାଧାନ ହୋଇସାରିଛି।
  • ଉପକରଣ ଫର୍ମୱେର ବର୍ତ୍ତମାନ ସମ୍ପୂର୍ଣ୍ଣ ଘଟଣା କ୍ରମକୁ ଡ୍ରାଇଭରକୁ ଖବର କରିଥାଏ ଏବଂ ଡ୍ରାଇଭର ସେହି କ୍ରମକୁ SCSI ମଧ୍ଯ-ସ୍ତରକୁ ବ୍ୟବହାର କରି ନିୟନ୍ତ୍ରଣ କରିଥାଏ।
LSI MegaRAID SAS ନିୟନ୍ତ୍ରକମାନ
LSI MegaRAID SAS ନିୟନ୍ତ୍ରକ ପାଇଁ megaraid_sas ଡ୍ରାଇଭରକୁ ସଂସ୍କରଣ 4.17-RH1 କୁ ଅଦ୍ୟତନ କରାଯାଇଛି। ଏବି ଅଦ୍ୟତନ ଅନେକ ସମସ୍ୟାର ସମାଧାନ କରିଥାଏ, ବିଶେଷ ଦ୍ରଷ୍ଟବ୍ଯ:
  • ଫର୍ମୱେର ବୁଟ ଏବଂ ପ୍ରାରମ୍ଭିକରଣ ସମୟରେ ଗୋଟିଏ ସମସ୍ୟାର ସମାଧାନ ହୋଇଥିଲା।
  • ସୁପ୍ତ ଅବସ୍ଥାରେ ଉପକରଣକୁ ଅଟକାଇ ରଖିଥିବା ଗୋଟିଏ ସମସ୍ୟାର ସମାଧାନ ହୋଇସାରିଛି।
  • ଡ୍ରାଇଭର ବର୍ତ୍ତମାନ ଉପକରଣକୁ ସ୍ୱୟଂ ଅଦ୍ୟତନ କରିଛି ଯେତେବେଳେ ଯୋଗ କରାଯାଇଥିଲା କିମ୍ବା ଅପସାରଣ କରାଯାଇଥିଲା।
  • MegaRAID SAS ଡ୍ରାଇଭର ବର୍ତ୍ତମାନ ପୁରୁଣା I/O ପୋର୍ଟ ମୁକ୍ତ

5. ଫାଇଲତନ୍ତ୍ର/ସଂରକ୍ଷଣ ପରିଚାଳନା

ଉନ୍ନତ CFQ I/O ଯୋଜନା କାର୍ଯ୍ୟକ୍ଷମତା
କିଛି ପ୍ରୟୋଗ (e.g. dump ଏବଂ nfsd) I/O ଅନୁରୋଧକୁ ଏକାଧିକ ସଞ୍ଚାଳକ କିମ୍ବା ସୂତ୍ରରେ ବଣ୍ଟନ କରି ଡିସ୍କ I/O କାର୍ଯ୍ୟକ୍ଷମତାକୁ ଉନ୍ନତତର କରିବା ପାଇଁ ଚେଷ୍ଟା କରିଥାଏ। ତଥାପି, Completely Fair Queuing (CFQ) I/O ଯୋଜନାକାରୀକୁ ବ୍ୟବହାର କରିବା ସମୟରେ, ଏହି ପ୍ରୟୋଗ ସଂରଚନା ଋଣାତ୍ମକ ଭାବରେ I/O କାର୍ଯ୍ଯକ୍ଷମତା ଉପରେ ପ୍ରଭାବ ପକାଇଥାଏ। Red Hat Enterprise Linux 5.5 ରେ, କର୍ଣ୍ଣଲ ବର୍ତ୍ତମାନ ସହଯୋଗୀ କ୍ରମଗୁଡ଼ିକୁ ଚିହ୍ନିକରି ମିଶାଇପାରିବ। ଏହା ସହିତ, ସେହି କ୍ରମଟି ସହଯୋଗ ନକଲେ କର୍ଣ୍ଣଲ ତାହାକୁ ଧରି ପାରିବ, ଏବଂ ପୁଣିଥରେ ସେମାନଙ୍କୁ ପୃଥକ କରିପାରିବ।
ନୂତନ GFS2 ସ୍ଥାପନ ବିକଳ୍ପ
ଏହି ଅଦ୍ୟତନ errors= ସ୍ଥାପନ ନିର୍ଦ୍ଦେଶ ନାମା ବିକଳ୍ପ ପାଇଁ GFS2 ସମର୍ଥନକୁ ଆରମ୍ଭ କରିଥାଏ, ଯାହାକି ତ୍ରୁଟି ନିବାରଣରେ ସହାୟତା କରିପାରେ। ପୂର୍ବନିର୍ଦ୍ଧାରିତ ବିକଳ୍ପ, errors=withdraw ଫଳସ୍ୱରୂପ ଯଦି ଗୋଟିଏ I/O ତ୍ରୁଟି କିମ୍ବା metadata ତ୍ରୁଟିର ସମ୍ମୁଖିନ ହୁଏ, ତେବେ କ୍ଲଷ୍ଟରରୁ ପାଇଲତନ୍ତ୍ର ବାହାରିଯିବା ପାଇଁ ପ୍ରୟୋସ କରିଥାଏ। ବୈକଳ୍ପିକ ଭାବରେ, errors=panic ସମାନ ପରିସ୍ଥିତିରେ ସମସ୍ୟାର ସମ୍ମୁଖୀନ ହୋଇଥାଏ।(BZ#518106)
CIFS ଅଦ୍ୟତନ
ସାଧାରଣ ଇଣ୍ଟରନେଟ ଫାଇଲ ତନ୍ତ୍ର (CIFS) କୁ କର୍ଣ୍ଣଲରେ ଅଦ୍ୟତନ କରାଯାଇଛି। (BZ#500838)

6. ଉପକରଣଗୁଡ଼ିକ

6.1. GNU ପ୍ରକଳ୍ପ ତ୍ରୁଟି ନିବାରକ (GDB)

GNU ପ୍ରକଳ୍ପ ତ୍ରୁଟି ନିବାରକ (ସାଧାରଣତଃ GDB ଭାବରେ ପରିଚିତ) C, C++, ଏବଂ ଅନ୍ୟାନ୍ୟ ଭାଷାରେ ଲିଖିତ ପ୍ରଗ୍ରାମଗୁଡ଼ିକୁ ନିୟନ୍ତ୍ରିତ ଧାରାରେ ନିଷ୍ପାଦନ କରି ତ୍ରୁଟି ନିବାରଣ କରିଥାଏ, ଏବଂ ତାପରେ ସେମାନଙ୍କର ତଥ୍ୟକୁ ମୁଦ୍ରଣ କରିଥାଏ।
Red Hat Enterprise Linux 5.5, GDBକୁ ସଂସ୍କରଣn 7.0. କୁ ଅଦ୍ୟତିତ କରାଯାଇଛି1.ପରିବର୍ତ୍ତନଗୁଡ଼ିକର ଗୋଟିଏ ବିସ୍ତୃତ ତାଲିକା ପାଇଁeପାରିଭାଷିକ ପୁସ୍ତକରେ ଥିବା GDBବିଭାଗକୁ ଅନୁସରଣ କରନ୍ତୁ।.
ଉନ୍ନତ C++ ସମର୍ଥନ
GDB ରେ C++ ପ୍ରଗ୍ରାମିଙ୍ଗ ଭାଷାର ସମର୍ଥନକୁ ଉନ୍ନତତର କରାଯାଇଛି। ଲିଖିତ ଉନ୍ନତିଗୁଡ଼ିକରେ ଏହା ଅନ୍ତର୍ଭୁକ୍ତ:
  • ଅଭିବ୍ୟକ୍ତି ବିଶ୍ଳେଷଣରେ ଅନେକ ଉନ୍ନତି।
  • ପ୍ରକାର ନାମଗୁଡ଼ିକ ଉତ୍ତମ ନିୟନ୍ତ୍ରଣ।
  • ଅସଂଗତ ତଥ୍ୟପ୍ରଦାନର ଆବଶ୍ୟକତାକୁ ପାଖାପାଖି ସମାପ୍ତ କରାଯାଇଛି
  • "next" ଏବଂ ଅନ୍ୟାନ୍ୟ ପଦକ୍ଷେପ ନିର୍ଦ୍ଦେଶଗୁଡ଼ିକ ସଠିକ ଭାବରେ କାର୍ଯ୍ୟକରୁଅଛି ଯଦିଚ ତୁଚ୍ଛ ବ୍ୟତିକ୍ରମ ଦେଖାଦେଇଥାଏ।
  • GDB ରେ ଗୋଟିଏ ନୂତନ "catch syscall" ନିର୍ଦ୍ଦେଶ ଥାଏ। ଏହା ସେହି ତୁଚ୍ଛ ବ୍ୟତିକ୍ରମକୁ ଅଟକାଇବା ପାଇଁ ବ୍ୟବହାର କରାଯାଇପାରେ ଯେତେବେଳେ ଏହା ଗୋଟିଏ ତନ୍ତ୍ର ଡ଼ାକରା ଦେଇଥାଏ।
ପ୍ରସସ୍ତ ଏବଂ ଏକାଧିକ-ବାଇଟ ବିଶିଷ୍ଟ ବର୍ଣ୍ଣ ସମର୍ଥନ
GDB ରେ ବର୍ତ୍ତମାନ ଲକ୍ଷ୍ଯସ୍ଥଳ ପାଇଁ ପ୍ରସସ୍ତ ଏବଂ ଏକାଧିକ-ବାଇଟ ବିଶିଷ୍ଟ ବର୍ଣ୍ଣଗୁଡ଼ିକର ସମର୍ଥନ ଅଛି।
ସ୍ୱାଧୀନ ସୂତ୍ର ତ୍ରୁଟିନିବାରଣ
ସୂତ୍ର ନିଷ୍ପାଦନ ବର୍ତ୍ତମାନ ବ୍ୟକ୍ତିଗତ ଏବଂ ପରସ୍ପର ସହିତ ସ୍ୱାଧୀନ ଭାବରେ ଭାବରେ ସୂତ୍ରଗୁଡ଼ିକର ତ୍ରୁଟିନିବାରଣକୁ ଅନୁମତି ଦେଇଥାଏ; ନୂତନ ସଂରଚନା "set target-async" ଏବଂ "set non-stop" ଦ୍ୱାରା ସକ୍ରିୟ ହୋଇଥାଏ।

6.2. SystemTap

SystemTap ପ୍ରଚାଳନ ତନ୍ତ୍ରର କାର୍ଯ୍ୟକ୍ରମକୁ ପଢ଼ିବା ଏବଂ ନିରୀକ୍ଷଣ କରିବା ପାଇଁ ଚାଳକଙ୍କୁ ଅନୁମତି ଦେଉଥିବା ସାଧନକୁ ଅନୁସରଣ ଏବଂ ଅନୁସନ୍ଧାନ କରୁଅଛି (ବିଶେଷକରି, କର୍ଣ୍ଣଲ) ଅନ୍ତିମ ବିବରଣୀରେ। ଏହା ନିମ୍ନଲିଖିତ ସାଧନ ପରି ଫଳାଫଳ ସହିତ ସାଦୃଶ୍ୟ ସୂଚନା ପ୍ରଦାନ କରିଥାଏ netstat, ps, top, ଏବଂ iostat; ତଥାପି, SystemTap କୁ ଅଧିକ ନିଷ୍ପନ୍ଦନ ଏବଂ ବିଶ୍ଳେଷଣ ବିକଳ୍ପ ପ୍ରଦାନ କରିବା ପାଇଁ ସଂରଚନା କରାଯାଇଛି।
ନୂତନ କର୍ଣ୍ଣଲ ଅନୁସରଣ ବିନ୍ଦୁ
ତନ୍ତ୍ର ପ୍ରଶାସକଙ୍କୁ କାର୍ଯ୍ୟକ୍ଷମତା, ଏବଂ ସଂକେତର ତ୍ରୁଟି ନିବାରଣ ଅଂଶକୁ ବିଶ୍ଳେଷଣ କରିବା ପାଇଁ ଅନୁମତି ଦେଇ, ଅନୁସରଣ ବିନ୍ଦୁଗୁଡ଼ିକୁ କର୍ଣ୍ଣଲର ଦରକାରୀ ବିଭାଗରେ ରଖାଯାଇଛି। Red Hat Enterprise Linux 5.5 ରେ, ଅନେକ ଅନୁସରଣ ବିନ୍ଦୁକୁ କର୍ଣ୍ଣଲରେ ଯୋଗ କରାଯାଇଛି (BZ#475710), ନେଟୱର୍କିଙ୍ଗ ପାଇଁ ଅନୁସରଣ ବିନ୍ଦୁଗୁଡ଼ିକୁ ଅନ୍ତର୍ଭୁକ୍ତ କରି (BZ#475457), coredump (BZ#517115) ଏବଂ ସଂକେତ (BZ#517121).

ଟୀକା

କର୍ଣ୍ଣଲରେ ଉପଲବ୍ଧ ଅନୁସରଣ ବିନ୍ଦୁମାନଙ୍କର ଗୋଟିଏ ତାଲିକାକୁ ଏଥିରୁ ଧାରଣ ହୋଇପାରିବ:
 stap -L 'kernel.trace("*")'|sort
ଅନଧିକୃତ ଧାରା
ପୂର୍ବେ, କେବଳ ରୁଟ ଅଧିକାର ବିଶିଷ୍ଟ ଚାଳକମାନେ SystemTap ବ୍ୟବହାର ପାଇଁ ସକ୍ଷମ ହୋଇଥାନ୍ତି। ଏହି ଅଦ୍ୟତନ ରୁଟ ହୋଇନଥିବା ଚାଳକମାନଙ୍କୁ SystemTap ବ୍ୟବହାର କରିବା ପାଇଁ ଅନୁମତି ଦେଇ, SystemTap ର ଅନଧିକୃତ ଧାରାକୁ ଆରମ୍ଭ କରିଥାଏ। ଅନଧିକୃତ man stap-client man ପୃଷ୍ଠାରେ ବିସ୍ତୃତ ସୂଚନା ଅଛି।

ଗୁରୁତ୍ବପୂର୍ଣ୍ଣ

ଅନଧିକୃତ ଧାରାକୁ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଭାବରେ Red Hat Enterprise Linux 5.5 ରେ ଧାରଣ କରାଯାଇଛି। stap-ସର୍ଭର ସୁବିଧା ଯାହା ଉପରେ ଏହା ନିର୍ଭର କରିଥାଏ ତାହା ସୁରକ୍ଷା ଉନ୍ନତି କାର୍ଯ୍ୟରେ ଚାଲିଅଛି ଏବଂ ଗୋଟିଏ ବିଶ୍ୱସ୍ତ ନେଟୱର୍କରେ ନ୍ୟସ୍ତ ହେବା ଉଚିତ।
C++ Probing
C++ ପ୍ରଗ୍ରାମ ଅନୁସନ୍ଧାନର ଉନ୍ନତିକୁ ମଧ୍ଯ ଚାଳକ ଅବସ୍ଥାନ ପ୍ରଗ୍ରାମଗୁଡ଼ିକର ଉତ୍ତମ ଅନୁସନ୍ଧାନ ପାଇଁ ଅନୁମତି ଦେଇଥାଏ।

6.3. Valgrind

Valgrind ସ୍ମୃତିସ୍ଥାନ ପଠନ, ଲିଖନ, ଏବଂ ବଣ୍ଟନ ପ୍ରୟୋଗକୁ ନିରୀକ୍ଷଣ କରିବା ପାଇଁ ବ୍ୟବହୃତ ହୋଇଥାଏ।valgrind ସାଧନ ବିକାଶକାରୀଙ୍କ ଦ୍ୱାରା ବିଶ୍ଳେଷଣ ଏବଂ ସ୍ମୃତି ସ୍ଥାନ ପରିଚାଳନା ସମସ୍ୟାଗୁଡ଼ିକର ତ୍ରୁଟି ନିବାରଣ ପାଇଁ ବାରମ୍ବାର ବ୍ୟବହାର ହୋଇଥାଏ।
Valgrind କୁ ସଂସ୍କରଣ 3.5.0 କୁ ଅଦ୍ୟତିତ କରାହୋଇଛି, providing enhanced support for a wide range of system architectures. This update introduces many improvements to performance, scalability and usability of the Valgrind. Notably, the usability and scalability of the Helgrind tool — which is used to detect race contiditions — has been improved. The leak checking capabilities of the Memcheck tool are also improved. Additionally, support for DWARF debugging information has been enhanced.

7. ଡେସ୍କଟପ ଅଦ୍ୟତନଗୁଡ଼ିକ

Open Office
OpenOffice.org ଟି ହେଉଛି ଗୋଟିଏ ମୁକ୍ତ ଉତ୍ସ, ଏକାଧିକ-ପ୍ଲାଟଫର୍ମ ଅଫିସ ଉତ୍ପାଦନ ସୁଟ। ଏଥିରେ କି ଡେସ୍କଟପ ପ୍ରୟୋଗଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଇଛି, ଯେପରିକି word processor, spreadsheet, ଏବଂ presentation ପରିଚାଳକ। ଅନେକ ତ୍ରୁଟି ନିବାରଣ ଏବଂ ଉନ୍ନତି ପ୍ରଦାନ କରି Open Office କୁ ଅଦ୍ୟତନ କରାଯାଇଛି, Microsoft Office 2007 OOXML ସଜ୍ଜିକରଣ ଶୈଳୀ ପାଇଁ ସମର୍ଥନକୁ ଅନ୍ତର୍ଭୁକ୍ତ କରି।
Metacity
Metacity, GNOME ଡେସ୍କଟପ ପାଇଁ ପୂର୍ବନିର୍ଦ୍ଧାରିତ ୱିଣ୍ଡୋ ପରିଚାଳକକୁ ଉନ୍ନତି, metecity ର ଆଚରଣ ଏବଂ ତ୍ରୁଟି ନିବାରଣକୁ ନିୟନ୍ତ୍ରଣ କରିବା ପାଇଁ ଅତିରିକ୍ତ GConf କି ପ୍ରଦାନ କରି ଅଦ୍ୟତନ କରାଯାଇଛି।

8. ନୂତନ ପ୍ୟାକେଜଗୁଡ଼ିକ

FreeRADIUS
FreeRADIUS ଟି ହେଉଛି ଉଚ୍ଚ-କ୍ଷମତା ସମ୍ପନ୍ନ, ଉଚ୍ଚ ବିନ୍ୟାସଯୋଗ୍ୟ, ମୁକ୍ତ ସୁଦୂର ବୈଧିକରଣ ଡାଏଲ ଇନ ଚାଳକ ସର୍ଭିସ (RADIUS) ସର୍ଭର। ଏହାକୁ ନେଟୱର୍କରେ କେନ୍ଦିୟ ବୈଧିକରଣ ଏବଂ ପ୍ରାଧିକରଣକୁ ଅନୁମତି ଦେବା ପାଇଁ ରଚନା କରାଯାଇଛି।
FreeRADIUS 2.0 ଟି Red Hat Enterprise Linux 5.5 ରେ ଗୋଟିଏ ନୂତନ ପ୍ୟାକେଜ ଭାବରେ ଉପଲବ୍ଧ (freeradius2)। FreeRADIUS 1 ଟି ଏପର୍ଯ୍ୟନ୍ତ ପ୍ରକୃତ freeradius ପ୍ୟାକେଜରେ ଥିବା Red Hat Enterprise Linux 5 ରେ ଉପଲବ୍ଧ। FreeRADIUS ର ସଂସ୍କରଣ 2.0 ପ୍ରଗ୍ରାମିଙ୍ଗ ଭାଷା unlang , ଆଭାସୀ ସର୍ଭର ସମର୍ଥନ, ଉନ୍ନତ RFC ପାଇଁ ଅତିରିକ୍ତ ଡିରେକ୍ଟୋରୀ ଏବଂ ଉଭୟ & ନେଟୱର୍କ ପ୍ୟାକେଟ ପାଇଁ ସମ୍ପୂର୍ଣ୍ଣ IPv6 ସମର୍ଥନ ପରି ଅନେକ ନୂତନ ବିଶେଷତାକୁ ଅନ୍ତର୍ଭୁକ୍ତ କରି ଆରମ୍ଭ କରିଥାଏ।

ଗୁରୁତ୍ବପୂର୍ଣ୍ଣ

freeradius ଏବଂ freeradius2 ପ୍ୟାକେଜଗୁଡ଼ିକ ସାଧାରଣ ଫାଇଲଗୁଡ଼ିକୁ ସହଭାଗ କରିଥାନ୍ତି, ଏବଂ ଗୋଟିଏ ତନ୍ତ୍ରରେ ଏକ ସଙ୍ଗରେ ସ୍ଥାପନ କରାଯାଇପାରିବ ନାହିଁ।
PostgreSQL 8.4
PostgreSQL 8.4 (postgresql84) କୁ ବର୍ତ୍ତମାନ Red Hat Enterprise Linux 5 ରେ ସମ୍ପୂଣ୍ଣ ଭାବରେ ସମର୍ଥିତ ବିକଳ୍ପ ଭାବରେ ଅନ୍ତର୍ଭୁକ୍ତ କରାଯାଇଛି। PostgreSQL 8.4ରେ ନୂତନ ବିଶେଷତାକୁ ନିମ୍ନଲିଖିତଗୁଡ଼ିକ ଅନ୍ତର୍ଭୁକ୍ତ: ସମାନ୍ତରାଳ ତଥ୍ୟାଧାର ପୁନଃସ୍ଥାପନ, ସ୍ତମ୍ଭ-ପ୍ରତି ଅନୁମତି ଏବଂ ନୂତନ ନିରୀକ୍ଷଣ ସାଧନ।

ଗୁରୁତ୍ବପୂର୍ଣ୍ଣ

ସ୍ତିତବାନ PostgreSQL 8.1 ରୁ ସ୍ଥାନାନ୍ତରଣ କରିବା ପାଇଁ pg_dump ବ୍ୟବହାର କରି ଗୋଟିଏ ତଥ୍ୟ ଡମ୍ପ ଏବଂ ପୁନଃସ୍ଥାପନ ଆବଶ୍ୟକ ହୋଇଥାଏ (supplied by the postgres package)। ଏହି ଆବଶ୍ୟକତା ଅନୁସାରେ, postgres ଏବଂpostgresql84 ପ୍ୟାକେଜ ସ୍ତର ଦ୍ୱନ୍ଦ ଧାରଣ କରିଥାଏ ଏବଂ ଗୋଟିଏ ତନ୍ତ୍ରରେ କେବଳ ଗୋଟିଏ ସଂସ୍କରଣ ସ୍ଥାପିତ ହୋଇପାରିବ।
ଶାମ୍ବା
Samba ହେଉଛି ଫାଇଲ, ମୁଦ୍ରଣୀ, ଏବଂ ଅନ୍ୟାନ୍ୟ ସୂଚନା ସହଭାଗ କରିବା ପାଇଁ ଯନ୍ତ୍ର ଦ୍ୱାରା ବ୍ୟବହୃତ ଗୋଟିଏ ପ୍ରଗ୍ରାମ।
Samba3x ପ୍ୟାକେଜ ସେଟ ପ୍ରକୃତରେ x86_64 ରେ 5.4 ପ୍ରକାଶନ ପାଇଁ ଆରମ୍ଭ ହୋଇଥିଲା। Red Hat Enterprise Linux 5.5 ରେ, Samba3x କୁ ଅଦ୍ୟତନ କରାଯାଇଛି ଏବଂ ବର୍ତ୍ତମାନ ସମସ୍ତ ସଂରଚନାରେ ସମର୍ଥିତ। Samba3x Microsoft® Windows™ 7 ଆଭ୍ୟନ୍ତରୀଣ କାର୍ଯ୍ୟକ୍ଷମତାକୁ ଅନ୍ତର୍ଭୁକ୍ତ କରିଥାଏ।

ଗୁରୁତ୍ବପୂର୍ଣ୍ଣ

କ୍ଲଷ୍ଟର Samba ସମର୍ଥନ ଏବେ ମଧ୍ଯ ଗୋଟିଏ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଅଟେ ଏବଂ କେବଳ x86_64 ସଂରଚନାରେ ଉପଲବ୍ଧ ହୋଇଥାଏ।
Samba3x ଅପଷ୍ଟ୍ରିମ Samba 3.3 ପ୍ରକାଶନ ଉପରେ ଆଧାରିତ ଏବଂ ନିମ୍ନଲିଖିତ ପରିବର୍ତ୍ତନଗୁଡ଼ିକୁ ଫାଇଲ ବିକଳ୍ପଗୁଡ଼ିକରେ ଅନ୍ତର୍ଭୁକ୍ତ କରିଥାଏ:
ପ୍ରାଚଳ ବର୍ଣ୍ଣନା ପୂର୍ବ ନିର୍ଦ୍ଧାରିତ
cups ସଂଯୋଗ ସମୟ ସମାପ୍ତ ନୂତନ 30
idmap config DOM:range କଢ଼ାଯାଇଛି  
idmap ଡମେନଗୁଡ଼ିକ କଢ଼ାଯାଇଛି  
init ଲଗଇନ ହୋଷ୍ଟମାନଙ୍କୁ ବିଳମ୍ବ କରିଥିଲା ନୂତନ ""
init ଲଗଇନ ବିଳମ୍ବ ନୂତନ ୧୦୦
ldap ssl ପରିବର୍ତ୍ତିତ ପୂର୍ବନିର୍ଦ୍ଧାରିତ tls ଆରମ୍ଭ କରନ୍ତୁ
ଧାରାଗୁଡ଼ିକୁ ସହଭାଗ କରନ୍ତୁ ଅପସନ୍ଦ  
winbind ପୁନଃସଂଯୋଗ ବିଳମ୍ବ ନୂତନ 30
samba ଉତ୍ସ ଉପାଦାନକୁ libsmbclient ପ୍ୟାକେଜ ସୃଷ୍ଟି କରିବା ପାଇଁ ପୁନଃବିଭକ୍ତ କରାଯାଇଛି। ସେହି ପରିବେଶରେ ଅନ୍ୟ ଉପାଦାନଗୁଡ଼ିକୁ କ୍ଲାଏଣ୍ଟ ଅନ୍ତରାପୃଷ୍ଠ ପ୍ରଦାନ କରିବା ପାଇଁ libsmbclient କୁ ଉଭୟ samba ଏବଂ samba3x ପ୍ୟାକେଜରେ ଅନ୍ତର୍ଭୁକ୍ତ କରାଯାଇଛି।

ଗୁରୁତ୍ବପୂର୍ଣ୍ଣ

ସମସ୍ତ ପୂର୍ବବର୍ତ୍ତୀ samba3x ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ପ୍ୟାକେଜଗୁଡ଼ିକୁ Samba3x ସମର୍ଥିତ ସଂସ୍କରଣରକୁ ସ୍ଥାପନ କରିବା ପୂର୍ବରୁ ନିଶ୍ଚିତ ଭାବରେ କଢ଼ାଯିବା ଉଚିତ।
gPXE
Red Hat Enterprise Linux 5.5 ନୂତନ gPXE ପ୍ୟାକେଜକୁ ଆରମ୍ଭ କରିଥାଏ, ଗୋଟିଏ ମୁକ୍ତ ଉତ୍ସPreboot eXecution Environment (PXE) କାର୍ଯ୍ୟକାରୀତା। gPXE ନେଟୱର୍କ ସଂଯୋଗ ମାଧ୍ଯମରେ ସ୍ଥାପନ ପ୍ରତିଛବିଗୁଡ଼ିକ ମାଧ୍ଯମରେ ବୁଟ କରିବାର କ୍ଷମତା ପ୍ରଦାନ କରିଥାଏ।

A. ପୁନରୀକ୍ଷଣ ପୁରୁଣା ତଥ୍ୟ

ସଂଶୋଧନ ଇତିହାସ
ସଂଶୋଧନ 0Tue Nov 24 2009Ryan Lerch
ପବ୍ଲିକାନ ଦ୍ୱାରା ପୁସ୍ତକର ପ୍ରାରମ୍ଭିକ ନିର୍ମାଣ