Red Hat Enterprise Linux 5.4

ପ୍ରକାଶନ ଟିପ୍ପଣୀ

ସମସ୍ତ ସଂରଚନାଗୁଡ଼ିକ ପାଇଁ ପ୍ରକାଶନ ଟିପ୍ପଣୀ

Red Hat Engineering Content Services

ବୈଧାନିକ ସୂଚନା

Copyright © 2009 Red Hat, Inc.. This material may only be distributed subject to the terms and conditions set forth in the Open Publication License, V1.0 or later (the latest version of the OPL is presently available at http://www.opencontent.org/openpub/).
Red Hat and the Red Hat "Shadow Man" logo are registered trademarks of Red Hat, Inc. in the United States and other countries.
All other trademarks referenced herein are the property of their respective owners.


1801 Varsity Drive
RaleighNC 27606-2072 USA
Phone: +1 919 754 3700
Phone: 888 733 4281
Fax: +1 919 754 3701
PO Box 13588 Research Triangle ParkNC 27709 USA

ସାରାଂଶ
1ଥମ ଜୁଲାଇ 2009
ଏହି ଦଲିଲଟି Red Hat Enterprise Linux 5.4 ପାଇଁ ପ୍ରକାଶନ ଟିପ୍ପଣୀ ବର୍ଣ୍ଣନା କରିଥାଏ।

1. ଆଭାସୀକରଣ ଅଦ୍ୟତନଗୁଡ଼ିକ
2. କ୍ଲଷ୍ଟରିଙ୍ଗ ଅଦ୍ୟତନଗୁଡ଼ିକ
2.1. ସୁରକ୍ଷା ସାଧନ ଉନ୍ନତି
3. ନେଟୱର୍କିଙ୍ଗ ଅଦ୍ୟତନଗୁଡ଼ିକ
4. ଫାଇଲତନ୍ତ୍ର ଅଦ୍ୟତନଗୁଡ଼ିକ
5. ଡେସ୍କଟପ ଅଦ୍ୟତନଗୁଡ଼ିକ
5.1. ଉନ୍ନତ Linux ଧ୍ୱନି ସଂରଚନା
5.2. ଆଲେଖୀ ଡ୍ରାଇଭରଗୁଡ଼ିକ
5.3. ଲ୍ୟାପଟପ ସମର୍ଥନ
6. ଉପକରଣ ଅଦ୍ୟତନଗୁଡ଼ିକ
7. ସଂରଚନା ନିର୍ଦ୍ଦିଷ୍ଟ ସମର୍ଥନ
7.1. i386
7.2. x86_64
7.3. PPC
7.4. s390
8. କର୍ଣ୍ଣଲ ଅଦ୍ୟତନଗୁଡ଼ିକ
8.1. ସାଧାରଣ କର୍ଣ୍ଣଲ ବିଶେଷତା ସମର୍ଥନ
8.2. ସାଧାରଣ ପ୍ଲାଟଫର୍ମ ସମର୍ଥନ
8.3. ଡ୍ରାଇଭର ଅଦ୍ୟତନଗୁଡ଼ିକ
9. ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ
A. ପୁନରୀକ୍ଷଣ ପୁରୁଣା ତଥ୍ୟ
ଏହି ଦଲିଲଟି Red Hat Enterprise Linux 5.4ର ପ୍ରକାଶନ ଟିପ୍ପଣୀ ଧାରଣ କରିଛି। ଏଥିରେ ଅନ୍ତର୍ଭୁକ୍ତ (kernel-2.6.18-154.EL) ଶ୍ରେଣୀର ଉତ୍ପାଦଗୁଡ଼ିକ ହେଉଛି:
  • x86, AMD64/Intel® 64, Itanium ସଞ୍ଚାଳକ ଶ୍ରେଣୀ, ତନ୍ତ୍ର p ଏବଂ ତନ୍ତ୍ର z ପାଇଁ Red Hat Enterprise Linux 5 ର ଉନ୍ନତ ପ୍ଲାଟଫର୍ମ,
  • x86, AMD64/Intel® 64, Itanium ସଞ୍ଚାଳକ ଶ୍ରେଣୀ, ତନ୍ତ୍ର p ଏବଂ ତନ୍ତ୍ର z ପାଇଁ Red Hat Enterprise Linux 5 ସର୍ଭର
  • x86 ଏବଂ AMD64/Intel® ପାଇଁ Red Hat Enterprise Linux 5 ଡ଼େସ୍କଟପ
ପ୍ରକାଶନ ଟିପ୍ପଣୀ ଉନ୍ନତି ଏବଂ Red Hat Enterprise Linux 5.4 ରେ କାର୍ଯ୍ୟକାରୀ ହୋଇପାରୁଥିବା ଯୋଗଦାନକୁ ଉଚ୍ଚସ୍ତରୀୟ ସେବା ପ୍ରଦାନ କରିଥାଏ।

ଟୀକା

Red Hat Enterprise Linux 5.4 ପାଇଁ ପ୍ରକାଶନ ଟିପ୍ପଣୀ ଦଲିଲର ଶୈଳୀ ପରିବର୍ତ୍ତିତ ହୋଇଛି। ପ୍ରକାଶନ ଟିପ୍ପଣୀ ବର୍ତ୍ତମାନ ଦରକାରୀ ବିଶେଷତା ଅଦ୍ୟତନ, ତ୍ରୁଟି ନିବାରଣ ଏବଂ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନଗୁଡ଼ିକୁ ଧାରଣ କରିଛି। ନୂତନ ଯାନ୍ତ୍ରିକ ଟିପ୍ପଣୀ ଦଲିଲ ବିବରଣୀ ସମସ୍ତ ଅଦ୍ୟତିତ, ଜ୍ଞାତ ସମସ୍ୟା ଏବଂ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ।

1. ଆଭାସୀକରଣ ଅଦ୍ୟତନଗୁଡ଼ିକ

x86_64 ଆଧାରିତ ସଂରଚନା ଉପରେ Red Hat Enterprise Linux 5.4 ବର୍ତ୍ତମାନ କର୍ଣ୍ଣଲ-ଆଧାରିତ ଆଭାସୀ ଯନ୍ତ୍ର (KVM) ହାଇପରଭାଇଜର ପାଇଁ ପୂର୍ଣ୍ଣ ସମର୍ଥନ ଅନ୍ତର୍ଭୁକ୍ତ। ଆଭାସୀ ପ୍ଲାଟଫର୍ମ ପ୍ରଦାନ କରି ଯାହାକି ସ୍ଥିରତା, ବିଶେଷତା ଏବଂ Red Hat Enterprise Linuxରେ ସନ୍ନିହିତ ହାର୍ଡୱେର ସମର୍ଥନର ଲାଭ ଉଠାଇଥାଏ, ସେଥିରେ KVM କୁ Linux କର୍ଣ୍ଣଲ ସହିତ ସଂଯୁକ୍ତ କରାଯାଇଛି। KVM ହାଇପରଭାଇଜର ବ୍ୟବହାର କରି ଆଭାସୀକରଣକୁ ବିଭିନ୍ନ ପ୍ରକାର ପ୍ରଚାଳନ ତନ୍ତ୍ରରେ ସମର୍ଥନ କରାଯାଉଛି, ନିମ୍ନଲିଖିତଗୁଡ଼ିକୁ ଅନ୍ତର୍ଭୁକ୍ତ କରି:
  • Red Hat Enterprise Linux 3
  • Red Hat Enterprise Linux 4
  • Red Hat Enterprise Linux 5
  • Windows XP
  • Windows Server 2003
  • Windows Server 2008

ଗୁରୁତ୍ବପୂର୍ଣ୍ଣ

Xen ଆଧାରିତ ଆଭାସୀକରଣକୁ ପୂର୍ଣ୍ଣ ରୂପେ ସମର୍ଥନ କରାଯାଉଛି। ତଥାପି, Xen-ଆଧାରିତଆଭାସୀକରଣ କର୍ଣ୍ଣଲ କାର୍ଯ୍ୟ କରିବା ପାଇଁ ଭିନ୍ନ ଏକ ସଂସ୍କରଣ ଆବଶ୍ୟକ କରିଥାଏ। KVM ହାଇପରଭାଇଜର ନିୟମିତ (Xen ହୋଇନଥିବା) କର୍ଣ୍ଣଲ ସହିତ କାର୍ଯ୍ୟ କରିପାରିବ।

ଚେତାବନୀ

ଯେତେବେଳେ Xen ଏବଂ KVM କୁ ସମାନ ତନ୍ତ୍ରରେ ସ୍ଥାପନ କରାଯାଇପାରିବ, ଏମାନଙ୍କ ପାଇଁ ପୂର୍ବନିର୍ଦ୍ଧାରିତ ନେଟୱର୍କିଙ୍ଗ ବିନ୍ୟାସ ଭିନ୍ନ ଅଟେ। ଚାଳକମାନଙ୍କୁ ତନ୍ତ୍ରରେ କେବଳ ଗୋଟିଏ ହାଇପରଭାଇଜର ସ୍ଥାପନ କରିବା ପାଇଁ ଦୃଢ଼ ଭାବରେ ପରାମର୍ଶ ଦିଆଯାଉଛି।

ଟୀକା

Xen ହେଉଛି ପୂର୍ବନିର୍ଦ୍ଧାରିତ ହାଇପରଭାଇଜର ଯାହାକି Red Hat Enterprise Linux ସହିତ ସଂଶ୍ଳିଷ୍ଟ। ସେହିପରି ସମସ୍ତ ସଂରଚନା Xen ହାଇପରଭାଇଜର ସହିତ ମିଶିକରି କାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ।KVM ପାଇଁ ଗୋଟିଏ ତନ୍ତ୍ରକୁ ବିନ୍ୟାସ କରିବା ପାଇଁ ଅଧିକ ତଥ୍ୟ ଜାଣିବା ପାଇଁ, ଦୟାକରି ଆବାସୀକରଣ ପୁସ୍ତକକୁ ଅନୁସରଣ କରନ୍ତୁ।
KVM ବ୍ୟବହାର କରି ଆଭାସୀକରଣକୁ ଉଭୟ 32-ବିଟ ଏବଂ 64-ବିଟ ସଂସ୍କରଣରେ ଅତିଥି ପ୍ରଚାଳନ ତନ୍ତ୍ରକୁପରିବର୍ତ୍ତନ ନକରି ଚଲାଯାଇଥାଏ। ଅତିଆବାସୀକରଣ ଡିସ୍କ ଏବଂ ନେଟୱର୍କ ଡ୍ରାଇଭରଗୁଡ଼ିକ ମଧ୍ଯ ଉନ୍ନତ I/O କାର୍ଯ୍ଯକ୍ଷମତା ପାଇଁRed Hat Enterprise Linux 5.4 ରେ ଅନ୍ତର୍ଭୁକ୍ତ କରାଯାଯାଇଛି। ସମସ୍ତ libvirt ଆଧାରିତ ସାଧନଗୁଡ଼ିକରେ (i.e. virsh, virt-install ଏବଂ virt-manager) କୁ ମଧ୍ଯ KVM ପାଇଁ ଅତିରିକ୍ତ ସମର୍ଥନ ସହିତ ଅଦ୍ୟତନ କରାଯାଇଛି।
KVM ହାଇପରଭାଇଜର ସହିତ ଚାଲୁଥିବା USBକୁ 5.4 ପ୍ରକାଶନରେ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଭାବରେ ଗ୍ରହଣ କରାଯାଇଛି।
ବିଭିନ୍ନ ପ୍ରକାର ସମସ୍ୟାର ସମାଧାନ ସହିତ ଯେପରିକି: ସଂରକ୍ଷଣ କରନ୍ତୁ/ପୁନଃସ୍ଥାପନ କରନ୍ତୁ, ଜୀବନ୍ତ ସ୍ଥାନାନ୍ତରଣ ଏବଂ କୋର ଡମ୍ପ, x86_64 ଆଧାର ଉପରେ Xen ଆଧାରିତ 32 ବିଟ ଆଂଶିକ ଆଭାସୀକରଣ ଅତିଥିମାନଙ୍କୁ ବର୍ତ୍ତମାନ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଭାବରେ ଗ୍ରହଣ କରାଯାଉନାହିଁ, ଏବଂ ସେଗୁଡ଼ିକ Red Hat Enterprise Linux 5.4ରେ ସମ୍ପୂର୍ଣ୍ଣ ଭାବରେ ସମର୍ଥିତ।
Preboot eXecution Environment (PXE) କୁ ବ୍ୟବହାର କରି ଅତିଥି ଆଭାସୀ ଯନ୍ତ୍ରକୁ ଆରମ୍ଭ କରିବାର କ୍ଷମତା ପ୍ରଦାନ କରି, etherboot ପ୍ୟାକେଜକୁ ଏହି ଅଦ୍ୟତନରେ ଯୋଗ କରାଯାଇଛି। ଏହି ପଦ୍ଧତିଟି OS ଧାରଣ କରିବା ପୂର୍ବରୁ ଘଟିଥାଏ ଏବଂ ବେଳେବେଳେ OS କୁ ଜଣାନଥାଏ ଯେ ଏହାକୁ PXE ସହାୟତାରେ ବୁଟ କରାଯାଇଛି। etherboot ପାଇଁ ସମର୍ଥନକୁ KVM ପ୍ରସଙ୍ଗରେ ବ୍ୟବହାର ବିଧିକୁ ସୀମୀତ ରଖାଯାଇଛି।
qspice ପ୍ୟାକେଜଗୁଡ଼ିକୁ qemu-kvm ଆଧାରିତ ଆଭାସୀ ଯନ୍ତ୍ରରେ spice protocol କୁ ସମର୍ଥନ କରିବା ପାଇଁ Red Hat Enterprise Linux 5.4 ରେ ଯୋଗ କରାଯାଇଛି। qspice ଉଭୟ କ୍ଲାଏଣ୍ଟ, ସର୍ଭର ଏବଂ ୱେବ ବ୍ରାଉଜର ପ୍ଲଗଇନ ଉପାଦାନଗୁଡ଼ିକୁ ଧାରଣ କରିଥାଏ। ତଥାପି, କେବଳ qspice-libs package ପ୍ୟାକେଜରେ ଥିବା qspice ସର୍ଭର ସମ୍ପୂର୍ଣ୍ଣ ରୂପେ ସମର୍ଥିତ। ଉଭୟ qspice କ୍ଲାଏଣ୍ଟ (qspice ପ୍ୟାକେଜ ଦ୍ୱାରା ପ୍ରଦତ୍ତ) ଏବଂ qspice ମଜିଲା ପ୍ଲଗଇନ (qspice-mozilla ପ୍ୟାକେଜ ଦ୍ୱାରା ପ୍ରଦତ୍ତ) ଗୁଡ଼ିକ ପ୍ରଯୁକ୍ତଜ୍ଞାନ ପ୍ରାକଦର୍ଶନରେ ଅନ୍ତର୍ଭୁକ୍ତ। qspice-libs ପ୍ୟାକେଜ ସର୍ଭର ନିଯୁକ୍ତି ଧାରଣ କରିଥାଏ ଯାହାକି qemu-kvm ଏବଂ ସେହିପରି ସମ୍ପୂର୍ଣ୍ଣ ସମର୍ଥନ ଧାରଣ କରିଥାଏ। ତଥାପି, Red Hat Enterprise Linux 5.4 ରେ ସ୍ପଇସ ପ୍ରଟୋକଲ ପାଇଁ libvirt ସମର୍ଥନ ନଥାଏ; Red Hat Enterprise Linux 5.4 ରେ spice ର କେବଳ ମାତ୍ର ସମର୍ଥିତ ଉପଯୋଗୀତା ହେଉଛି Red Hat Enterprise ଆଭାସୀକରଣ ଉତ୍ପାଦନ।

2. କ୍ଲଷ୍ଟରିଙ୍ଗ ଅଦ୍ୟତନଗୁଡ଼ିକ

କ୍ଲଷ୍ଟରଗୁଡ଼ିକ ହେଉଛି ଏକାଧିକ କମ୍ପୁଟର (ନୋଡ) ଭରସା, ମାପ, ଏବଂ ଜଟିଳ ଉତ୍ପାଦନ ସର୍ଭିସରେ ଉପଲବ୍ଧତା ବୃଦ୍ଧି ପାଇଁ ମିଳିତ ଭାବରେ କାର୍ଯ୍ୟକରିବା।
Red Hat Enterprise Linux 5.4 ରେ କ୍ଲଷ୍ଟରିଙ୍ଗ ପାଇଁ ସମସ୍ତ ଅଦ୍ୟତନକୁ ଯାନ୍ତ୍ରିକ ପୁସ୍ତକରେ ଲିଖିତ ଅଛି। Red Hat Enterprise Linux ରେ କ୍ଲଷ୍ଟରିଙ୍ଗ ବିଷୟରେ ଅଧିକ ସୂଚନା Cluster Suite Overview ଏବଂ କ୍ଲଷ୍ଟର ପ୍ରଶାସନ ଦଲିଲଗୁଡ଼ିକରେ ଉପଲବ୍ଧ।
କ୍ଲଷ୍ଟର ସୁଟ ସାଧନଗୁଡ଼ିକୁ ସ୍ୱୟଂଚାଳିତ ହାଉଇପରଭାଇଜର ଚିହ୍ନଟକୁ ସମର୍ଥନ କରିବା ପାଇଁ ଉନ୍ନୟନ କରାଯାଇଛି। ତଥାପି, କ୍ଲଷ୍ଟର ସୁଟକୁ KVM ହାଇପରଭାଇଜର ସହିତ ଚଲାଇବା ଫଳରେ ତାହାକୁ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଭାବରେ ଗ୍ରହଣ କରାଯାଇଛି।
OpenAIS ବର୍ତ୍ତମାନ ମଲ୍ଟିକାଷ୍ଟ ସହିତ ପ୍ରସାରଣ ନେଟୱର୍କ ସଞ୍ଚାର ମାଧ୍ଯମ ପ୍ରଦାନ କରିଥାଏ। ଏହି ଫଳନକୁ OpenAIS ବ୍ୟବହାର ପାଇଁ ଏବଂ କ୍ଲଷ୍ଟର ସୁଟ ଉପଯୋଗିତା ପାଇଁ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଭାବରେ ଗ୍ରହଣ କରାଯାଇଛି। ମନେ ରଖନ୍ତୁ, ଯଦିଚ, OpenAIS କୁ ପ୍ରସାରଣ କରିବା ପାଇଁ ବିନ୍ୟାସ କରିବା ଫଳରେ ତାହା କ୍ଲଷ୍ଟର ପରିଚାଳନା ଉପକରଣରେ ସଂଶ୍ଳିଷ୍ଟ।

ଟୀକା

ବାଧ୍ୟତାମୁଳକ ଅବସ୍ଥାରେ SELinux କ୍ଲଷ୍ଟର ସୁଟ ସହିତ ସମର୍ଥିତ ନୁହଁ; ଅନୁମୋଦିତ ଅଥବା ନିଷ୍କ୍ରିୟ ଅବସ୍ଥାକୁ ବ୍ୟବହାର କରିବା ଉଚିତ। ଖାଲି ଧାତୁରେ କ୍ଲଷ୍ଟର ସୁଟ ବ୍ୟବହାର କରିବା ଫଳରେPPC ତନ୍ତ୍ରଗୁଡ଼ିକ ସମର୍ଥିତ ନୁହଁ। VMWare ESX ଆଧାର ଉପରେ କ୍ଲଷ୍ଟର ସୁଟ ବ୍ୟବହାର କରୁଥିବା ଅତିଥି ଏବଂ fence_vmware ବ୍ୟବହାର କରିବାକୁ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଭାବରେ ଗ୍ରହଣ କରାଯାଇଛି। VMWare ESX ଆଧାର ଉପରେ ଆଭାସୀ କେନ୍ଦ୍ର ଦ୍ୱାରା ଚାଲୁଥିବା ଅତିଥିରେ କ୍ଲଷ୍ଟର ସୁଟ ଚଲାଇବା ସମର୍ଥିତ ନୁହଁ।
କ୍ଲଷ୍ଟର ସୁଟ ବ୍ୟବହାର କରି ମିଶ୍ରିତ ସଂରଚନା କ୍ଲଷ୍ଟରଗୁଡ଼ିକ ସମର୍ଥିତ ନୁହଁ। କ୍ଲଷ୍ଟରରେ ସମସ୍ତ ନୋଡଗୁଡ଼ିକ ଏକା ପ୍ରକାର ସଂରଚନା ହୋଇଥିବା ଉଚିତ। କ୍ଲଷ୍ଟର ସୁଟ ଉଦ୍ଦେଶ୍ୟ ପାଇଁ, x86_64, x86 ଏବଂ ia64 କୁ ଏକା ପ୍ରକାର ସଂରଚନା ବୋଲି ଗ୍ରହଣ କରାଯାଇଛି, ଏହି ସଂରଚନା ସହିତ କ୍ଲଷ୍ଟରଗୁଡ଼ିକୁ ଚଲାଇବା ସମର୍ଥିତ।

2.1. ସୁରକ୍ଷା ସାଧନ ଉନ୍ନତି

ସୁରକ୍ଷା ସାଧନ ହେଉଛି କ୍ଲଷ୍ଟର ସହଭାଗୀ ଭଣ୍ଡାରରୁ ନୋଡର ସଂଯୋଗ ବିଚ୍ଛିନ୍ନ ହେବା। ସୁରକ୍ଷା ସାଧନ I/O କୁ ସହଭାଗୀ ଭଣ୍ଡାରରୁ ପୃଥକ କରିଥାଏ, ଏହିପରି ତଥ୍ୟ ଅଖଣ୍ଡତାକୁ ନିଶ୍ଚିତ କରିଥାଏ।
Red Hat Enterprise Linux 5.4ରେ, ଶକ୍ତି ତନ୍ତ୍ରରେ ସୁରକ୍ଷା ସାଧନ ସମର୍ଥନକୁ IBM ତାର୍କିକ ବିଭାଜନ (LPAR) ଉପସ୍ଥିତି ପାଇଁ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଭାବରେ ଯୋଗ କରାଯାଇଛି, ଯାହାକୁ କି ହାର୍ଡୱେର ପରିଚାଳନା କୋନସୋଲ (HMC) ବ୍ୟବହାର କରି ପରିଚାଳନା କରାଯାଇଥାଏ (BZ#485700)। ସୁରକ୍ଷା ସାଧନ ସମର୍ଥନକୁ Cisco MDS 9124 & Cisco MDS 9134 ଏକାଧିକ ସ୍ତରୀୟ ସ୍ୱୀଚଗୁଡ଼ିକ ପାଇଁ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଭାବରେ ଯୋଗ କରାଯାଇଛି (BZ#480836).
fence_virsh ସୁରକ୍ଷା ସାଧନ ଚାଳକକୁ Red Hat Enterprise Linuxର ଏହି ପ୍ରକାଶନରେ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଭାବରେ ପ୍ରଦାନ କରାଯାଇଛି। fence_virsh ଗୋଟିଏ ଅତିଥି libvirt ପ୍ରଟୋକଲ ବ୍ୟବହାର କରୁଥିବା ଅନ୍ୟ ଏକ ଅତିଥିକୁ ସୁରକ୍ଷା ସାଧନ କରିବା ପାଇଁ କ୍ଷମତା ପ୍ରଦାନ କରିଥାଏ (domU ପରି ଚାଲୁଥିବା)। ତଥାପି, fence_virsh କ୍ଲଷ୍ଟର ସୁଟ ସହିତ ମିଶି ନଥିବାରୁ ଏହା ସେହି ପରିବେଶରେ ସୁରକ୍ଷା ସାଧନ ଚାଳକ ଭାବରେ ସମର୍ଥିତ ନୁହଁ।
ଅତିରିକ୍ତ ଭାବରେ, ସୁରକ୍ଷା ସାଧନ ବିଷୟରେ ନିମ୍ନଲିଖିତ ନୂତନ ନିବନ୍ଧଗୁଡ଼ିକ Red Hat ଜ୍ଞାନ ଆଧାରରେ ପ୍ରକାଶିତ ହୋଇଛି:
  • SCSI ସୁରକ୍ଷା ସାଧନ (ଦୀର୍ଘସ୍ଥାୟୀ ସଂରକ୍ଷଣଗୁଡ଼ିକ) Red Hat Enterprise Linux 5ଉନ୍ନତ ପ୍ଲାଟଫର୍ମ କ୍ଲଷ୍ଟର ସୁଟ ସହିତ: http://kbase.redhat.com/faq/docs/DOC-17809
  • fence_vmwareକୁ Red Hat Enterprise Linux 5 ଉନ୍ନତ ପ୍ଲାଟଫର୍ମ କ୍ଲଷ୍ଟର ସୁଟ ସହିତ ବ୍ୟବହାର କରି: http://kbase.redhat.com/faq/docs/DOC-17345

3. ନେଟୱର୍କିଙ୍ଗ ଅଦ୍ୟତନଗୁଡ଼ିକ

ଏହି ଅଦ୍ୟତନ ସହିତ, ଜାତିଗତ ଗ୍ରହଣୀୟ ଅଫଲୋଡ (GRO) ସମର୍ଥନକୁ ଉଭୟ କର୍ଣ୍ଣଲ ଏବଂ ଚାଳକ ନିଯୁକ୍ତ ସ୍ଥାନ ପ୍ରୟୋଗରେ କାର୍ଯ୍ୟକାରୀ କରାଯାଇଥାଏ, ethtool.((BZ#499347)) GRO ତନ୍ତ୍ର ଇନବାଉଣ୍ଡ ନେଟୱର୍କ ସଂଯୋଗରେ କେନ୍ଦ୍ରିୟ ସଞ୍ଚାଳକ ଏକକ (CPU) ଦ୍ୱାରା ହେଉଥିବା କାର୍ଯ୍ୟକୁ ହ୍ରାସ କରି କାର୍ଯ୍ୟକ୍ଷମତା ବୃଦ୍ଧିକରିଥାଏ। ବୃହତ ଗ୍ରହଣ ଅଫଲୋଡ (LRO) ତନ୍ତ୍ର ପରି GRO ସମାନ କୌଶଳ ପ୍ରୟୋଗ କରିଥାଏ, କିନ୍ତୁ ପରିବହନ ସ୍ତରର ପ୍ରଟୋକଲର ବିସ୍ତୃତ ପରିସରରେ ପ୍ରୟୋଗ ହୋଇଥାଏ।Intel® Gigabit ଇଥରନେଟ ଏଡପଟର ପାଇଁ igb ଡ୍ରାଇଭର ଏବଂ Intel 10 Gigabit PCI ଏକ୍ସପ୍ରେସ ନେଟୱର୍କ ଉପକରଣ ପାଇଁ ixgbe ଡ୍ରାଇଭରକୁ ଅନ୍ତର୍ଭୁକ୍ତ କରି, GRO ସମର୍ଥନକୁ ଅନେକ ନେଟୱର୍କ ଉପକରଣ ଡ୍ରାଇଭରରେ ମଧ୍ଯ ଯୋଗକରାଯାଇଥାଏ।
ନେଟଫିଲଟର ଫ୍ରେମୱର୍କ (ନେଟୱର୍କ ପ୍ୟାକେଟ ଛାଣିବା ପାଇଁ ଦାୟୀ କର୍ଣ୍ଣଲର ଅଂଶ)କୁ Differentiated Services Code Point (DSCP) ମୂଲ୍ୟଗୁଡ଼ିକ ପାଇଁ ଅତିରିକ୍ତ ସମର୍ଥନ ସହିତ ଅଦ୍ୟତନ କରାଯାଇଛି।
bind (ବର୍କଲେ ଇଣ୍ଟରନେଟ ନାମ ପରିସର) ପ୍ୟାକେଜ DNS (Domain Name System) ପ୍ରଟୋକଲର କାର୍ଯ୍ୟକାରୀତା ପ୍ରଦାନ କରିଥାଏ। ପୂର୍ବେ, ବନ୍ଧନ ପ୍ରାଧିକାରଯୁକ୍ତ ଏବଂ ପ୍ରାଧିକାରହୀନ ଉତ୍ତରଗୁଡ଼ିକ ମଧ୍ଯରେ ଭିନ୍ନତାକୁ ଦେଖିପାରିନଥାଏ। ଫଳସ୍ୱରୂପ, ଭୁଲ ଭାବରେ ରଚିତ ସର୍ଭର ବାରଣ କରାଯାଇଥିବା ଅନୁରୋଧକୁ ଉତ୍ତର ଦେଇଥାଏ। ଏହି ଅଦ୍ୟତନ ସହିତ, ନୂତନ ବିକଳ୍ପ allow-query-cache ପ୍ରଦାନ କରି, ବନ୍ଧନକୁ ଅଦ୍ୟତନ କରାଯାଇଥାଏ, ଯାହାକି ସର୍ଭରରେ ପ୍ରାଧିକାରହୀନ ତଥ୍ୟକୁ ନିୟନ୍ତ୍ରଣ କରିଥାଏ (ଉଦାହରଣ ସ୍ୱରୂପ: କ୍ୟାଶେକରାଯାଇଥିବା ପୁନଃପୌନିକ ଫଳାଫଳ ଏବଂ ମୂଖ୍ୟ ଚାଳକ କ୍ଷେତ୍ର)। (BZ#483708)

4. ଫାଇଲତନ୍ତ୍ର ଅଦ୍ୟତନଗୁଡ଼ିକ

5.4 ଅଦ୍ୟତନରେ, ଫାଇଲ ତନ୍ତ୍ର ସମର୍ଥନରେ ଅନେକ ମହତ୍ତ୍ୱପୂର୍ଣ୍ଣ ଅବଦାନ କରାଯାଇଛି। ମୂଳ Red Hat Enterprise Linux ବର୍ତ୍ତମାନ ଚାଳକ ନିର୍ଦ୍ଦିଷ୍ଟ ସ୍ଥାନରେ ଫାଇଲତନ୍ତ୍ର (FUSE) କର୍ଣ୍ଣଲ ଏକକାଂଶ ଏବଂ ଚାଳକ ଅବସ୍ଥାନ ଉପଯୋଗିତା ଅନ୍ତର୍ଭୁକ୍ତ, ଚାଳକକୁ ନିଜର FUSE ଫାଇଲ ତନ୍ତ୍ରରେ ଅପରିବର୍ତ୍ତିତ Red Hat Enterprise Linux କର୍ଣ୍ଣଲ (BZ#457975)କୁ ସ୍ଥାପନ କରି ଚଲାଇବା ପାଇଁ। XFS ଫାଇଲ ତନ୍ତ୍ର ପାଇଁ ସମର୍ଥନକୁ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଭାବରେ ଯୋଗ କରାଯାଇଛି (BZ#470845)। ଫାଇଲର ଭୌତିକ ସଂରଚନାକୁ ମ୍ୟାପ କରିବା ପାଇଁ ଅନୁମତି ଦେଇ, FIEMAP ନିବେଶ/ନିର୍ଗମ ନିୟନ୍ତ୍ରଣ (ioctl) ଅନ୍ତରାପୃଷ୍ଠକୁ କାର୍ଯ୍ୟକାରୀ କରାଯାଇଛି। FIEMAP ioctl କୁ ପ୍ରୟୋଗ ଦ୍ୱାରା ଗୋଟିଏ ନିର୍ଦ୍ଦିଷ୍ଟ ଫାଇଲର ବିଖଣ୍ଡନ ଯାଞ୍ଚ କରିବା ପାଇଁ ବ୍ୟବହାର କରାଯାଇପାରିବ ଅଥବା ଗୋଟିଏ ସ୍ୱଳ୍ପ ବିସ୍ତୃତ ଫାଇଲ ବଣ୍ଟନକୁ ଫଳପ୍ରଦ ଭାବରେ ନକଲ କରିବା ପାଇଁ ବ୍ୟବହାର କରାଯାଇଥାଏ (BZ#296951)
ଅତିରିକ୍ତ ଭାବରେ, ସାଧାରଣ ଇଣ୍ଟରନେଟ ଫାଇଲ ତନ୍ତ୍ର (CIFS) କୁ କର୍ଣ୍ଣଲରେ ଅଦ୍ୟତନ କରାଯାଇଛି (BZ#465143)। ext4 ଫାଇଲ ତନ୍ତ୍ର (Red Hat Enterprise Linux ରେ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଭାବରେ ଅନ୍ତର୍ଭୁକ୍ତ) କୁ ମଧ୍ଯ ଅଦ୍ୟତନ କରାଯାଇଛି (BZ#485315)
Red Hat Enterprise Linux 5.4ରେ, ଏକକ ସର୍ଭର ଫାଇଲତନ୍ତ୍ର ଭାବରେ ଜାଗତିକ ଫାଇଲତନ୍ତ୍ର 2 (GFS2) ର ବ୍ୟବହାରକୁ (ଯେପରିକି କ୍ଲଷ୍ଟର ପରିବେଶରେ ନଥିବା ପରି) ବାରଣ କରାଯାଇଛି। GFS2 ର ବ୍ୟବହାରକାରୀମାନେ ଯେଉଁମାନେ କ୍ଲଷ୍ଟରର ଅଧିକ ଉପଲବ୍ଧତାକୁ ଆବଶ୍ୟକ କରନ୍ତି ନାହିଁ ସେମାନଙ୍କୁ ext3 ଅଥବା xfs ପରି ଅନ୍ୟ ଫାଇଲତନ୍ତ୍ରଗୁଡ଼ିକୁ ଦେଖିବା ପାଇଁ ଉତ୍ସାହିତ କରାଯାଇଥାଏ। xfs ଫାଇଲତନ୍ତ୍ରକୁ ବୃହତ ଫାଇଲତନ୍ତ୍ର (16 TB ଏବଂ ତଦୁର୍ଦ୍ଧ) ପାଇଁ ଲକ୍ଷ୍ୟରଖାଯାଇଥାଏ। ସ୍ଥିତବାନ ବ୍ୟବହାରକାରୀମାନଙ୍କ ପାଇଁ ସମର୍ଥନ ଜାରୀ ରଖାଯାଇଥାଏ।
ଆବଶ୍ୟକୀୟ ଅର୍ଥ ବିନ୍ୟାସ ସୂଚାଇଥାଏ ଯେ ଗୋଟିଏ ପଦ୍ଧତି ଯାହାକି stat, write, stat କୁ ସମ୍ପୂର୍ଣ୍ଣ କରିଥାଏ, ସେହି ପଦ୍ଧତି mtime (ଅନ୍ତିମ ପରିବର୍ତ୍ତନର ସମୟ) କୁ ଦ୍ୱିତୀୟ ଷ୍ଟାଟ ଡ଼ାକରୁ ଫଳାଫଳରେ ଫାଇଲ ଉପରେ mtime ପ୍ରଥମ ଷ୍ଟାଟ ଡ଼ାକରୁ ଫଳାଫଳ ତୁଳନାରେ ଭିନ୍ନତା ପରିଲକ୍ଷିତ କରିଥାଏ। NFSରେ ଫାଇଲ ସମୟକୁ ସର୍ଭର ଦ୍ୱାରା କଡ଼ାକଡ଼ି ଭାବରେ ପରିଚାଳନା କରାଯାଇଥାଏ, ଯାହାଫଳରେ ଫାଇଲ mtime କୁ ଅଦ୍ୟତନ କରାଯାଇନଥାଏ ଯେପର୍ଯ୍ୟନ୍ତ ତଥ୍ୟକୁWRITE NFS ପ୍ରଟୋକଲ ପ୍ରୟୋଗ ମାଧ୍ଯମରେ ସର୍ଭର ମଧ୍ଯକୁ ପରିବହନ କରାନଯାଇଛି। ସରଳ ଭାବରେ ତଥ୍ୟକୁ ପୃଷ୍ଠା କ୍ୟାଶେ ମଧ୍ଯକୁ ନକଲ କରି mtimeକୁ ଅଦ୍ୟତନ କରିବା ଯଥେଷ୍ଟ ନୁହଁ। ଏହା ହେଉଛି ଗୋଟିଏ ସ୍ଥାନ ଯେଉଁଠି NFS ସ୍ଥାନୀୟ ଫାଇଲତନ୍ତ୍ର ପାଖରୁ ଭିନ୍ନ ହୋଇଥାଏ।ତେଣୁ, ଗୋଟିଏ NFS ଫାଇଲତନ୍ତ୍ର ଯାହାକି ଅତ୍ୟଧିକ ଲିଖନ କାର୍ଯ୍ୟଭାର ବହନ କରିଥାଏ ତାହା ଅଧିକ ବିଳମ୍ବତା ସହିତ ଷ୍ଟାଟ ଡ଼ାକ ଘଟାଇଥାଏ। (BZ#469848)
ext4 ଫାଇଲତନ୍ତ୍ର ପ୍ରଯୁକ୍ତି ବିଜ୍ଞାନ ପ୍ରାକଦର୍ଶନକୁ ଅଦ୍ୟତିତ ଚାଳକ ସ୍ଥାନ ଉପକରଣ ସହିତ ସତେଜିତ କରାଯାଇଥାଏ। Ext4 ଟି Red Hat ଏବଂ Linux ସମ୍ପ୍ରଦାୟ ଦ୍ୱାରା ବିକାଶିତ ext3 ଫାଇଲତନ୍ତ୍ରର ଗୋଟିଏ କ୍ରମବର୍ଦ୍ଧିଷ୍ଣୁ ବିକାଶ।

ଟୀକା

Red Hat Enterprise Linuxର ପୂର୍ବ ସଂସ୍କରଣରେ ext4 ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନର, ext4 ଫାଇଲତନ୍ତ୍ରକୁ ext4dev ଭାବରେ ନାମକରଣ କରାଯାଇଥିଲା। ଏହି ଅଦ୍ୟତନ ସହିତ, ext4 ଫାଇଲତନ୍ତ୍ରକୁ ବର୍ତ୍ତମାନ ext4 ଭାବରେ ଲକ୍ଷ୍ୟ ରଖାଯାଇଛି।
samba3x ଏବଂ ctdb ଗୁଡ଼ିକୁ x86_64 ପ୍ଲାଟଫର୍ମରେ ପ୍ରଯୁକ୍ତିଜ୍ଞାମ ପ୍ରାକଦର୍ଶନ ପ୍ରଦାନ କରାଯାଇଥାଏ।samba3x ପ୍ୟାକେଜ Samba 3.3 ଏବଂ ctdb ଗୋଟିଏ TDB କ୍ଲଷ୍ଟର ପୃଷ୍ଠଭୂମି ପ୍ରଦାନ କରିଥାଏ। samba3x ଏବଂ ctdb କୁ କ୍ଲଷ୍ଟର ନୋଡର ଗୋଟିଏ ସେଟରେ GFS ଫାଇଲତନ୍ତ୍ର ସାହାଯ୍ୟରେ ଚଲାଇବା ଫଳରେ ଗୋଟିଏ କ୍ଲଷ୍ଟର ହୋଇଥିବା CIFS ପାଇଲତନ୍ତ୍ରକୁ ଅନୁମତି ଦେଇଥାଏ। ସେହି ଉପାଦାନଗୁଡ଼ିକ ଗୋଟିଏ ବୈକଳ୍ପିକ ନିମ୍ନସ୍ତରର ଚ୍ୟାନେଲରେ ପ୍ରଦାନ କରାଯାଇଥାଏ, ଯେହେତୁ ସେମାନେ କ୍ଲାଏଣ୍ଟ ଏବଂ ସର୍ଭର ଶ୍ରେଣୀରେ samba ପ୍ୟାକେଜରୁ ସ୍ଥାପିତ ଫାଇଲ ସହିତ ଦ୍ୱନ୍ଦ ସୃଷ୍ଟି କରିବେ

5. ଡେସ୍କଟପ ଅଦ୍ୟତନଗୁଡ଼ିକ

5.1. ଉନ୍ନତ Linux ଧ୍ୱନି ସଂରଚନା

Red Hat Enterprise Linux 5.4ରେ, ଆଧୁନିକ Linux ଧ୍ୱନି ସଂରଚନା(ALSA) କୁ ଅଦ୍ୟତନ କରାଯାଇଛି — ଉଚ୍ଚ ସଂଜ୍ଞା ଧ୍ୱନି (HDA)ରେ ଉନ୍ନତ ସମର୍ଥନ ପ୍ରଦାନ କରି।

5.2. ଆଲେଖୀ ଡ୍ରାଇଭରଗୁଡ଼ିକ

ATI ଭିଡ଼ିଓ ଉପକରଣଗୁଡ଼ିକ ପାଇଁ ati ଡ୍ରାଇଭରଗୁଡ଼ିକୁ ଅଦ୍ୟତନ କରାଯାଇଛି।
Intel ସଂଯୁକ୍ତ ପ୍ରଦର୍ଶନ ଉପକରଣଗୁଡ଼ିକ ପାଇଁ i810 ଏବଂ intel ଡ୍ରାଇଭରଗୁଡ଼ିକୁ ଅଦ୍ୟତନ କରାଯାଇଛି।
mga ଡ୍ରାଇଭରଗୁଡ଼ିକ Matrox ଭିଡ଼ିଓ ଉପକରଣଗୁଡ଼ିକ ପାଇଁ ଅଦ୍ୟତନ କରାଯାଇଛି।
nv ଡ୍ରାଇଭର nVidia ଭିଡ଼ିଓ ଉପକରଣଗୁଡ଼ିକ ପାଇଁ ଅଦ୍ୟତନ କରାଯାଇଛି।

5.3. ଲ୍ୟାପଟପ ସମର୍ଥନ

ପୂର୍ବେ, ଯେତେବେଳେ କିଛି ଲ୍ୟାପଟପଗୁଡ଼ିକୁ ସଂଯୁକ୍ତ CD/DVD ଡ୍ରାଇଭରଗୁଡ଼ିକୁ ଧାରଣ କରି ଡକିଙ୍ଗ ଷ୍ଟେସନରେ ଅନଡକ ଏବଂ ଡକ କରିବା ସମୟରେ, ଡ୍ରାଇଭକୁ ଚିହ୍ନିହୋଇନଥାଏ। ତନ୍ତ୍ରକୁ ଡ୍ରାଇଭ ପାଇଁ ବ୍ୟବହାର ଉପଯୋଗୀ କରିବା ପାଇଁ ପୁନଃ ଚାଳନ କରାଯାଇଥାଏ। ଏହି ଅଦ୍ୟତନ ସହିତ, ଏହି ସମସ୍ୟାକୁ ସମାଧାନକରି, ACPI ଡକିଙ୍ଗ ଡ୍ରାଇଭରକୁ କର୍ଣ୍ଣଲରେ ଅଦ୍ୟତନ କରାଯାଇଛି। (BZ#485181).

6. ଉପକରଣ ଅଦ୍ୟତନଗୁଡ଼ିକ

  • SystemTap ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ ସମର୍ଥିତ, ଏବଂ ଆଧୁନିକ ଅପଷ୍ଟ୍ରିମ ସଂସ୍କରଣରେ ପୁନଃ-ସ୍ଥାପିତ ହୋଇଛି। ଏହି ଅଦ୍ୟତିତ ଚାଳକ-ସ୍ଥାନ ସହଭାଗୀ ଲାଇବ୍ରେରୀ ମାଧ୍ଯମରେ ବିଶେଷତାର ଉନ୍ନତି କରିଥାଏ, ପରୀକ୍ଷାମୁଳକ DWARF ଗୁଡ଼ାଇବା, ଏବଂ ଗୋଟିଏ ନୂତନ <sys/sdt.h> ଶୀର୍ଷକ ଫାଇଲ ଯାହାକି dtrace-ସୁସଙ୍ଗତ ଚିହ୍ନଗୁଡ଼ିକୁ ପ୍ରଦାନ କରିଥାଏ।
    ଏହି ପୁନଃସ୍ଥାପନ ମଧ୍ଯ debuginfo-less ପ୍ରୟୋଗ ପାଇଁ ସମର୍ଥନରେ ଉନ୍ନତି କରିଥାଏ। କର୍ଣ୍ଣଲ ଯାଞ୍ଚ ବିନ୍ଦୁ ଅନ୍ୱେଷଣ ସହିତ, ବର୍ତ୍ତମାନ ଟାଇପ କାଷ୍ଟ କରିବା (@cast ପ୍ରୟୋଗ ମାଧ୍ଯମରେ) ସମର୍ଥିତ। ଅନେକ 'kprobe.*' ଅନ୍ୱେଷଣ ତ୍ରୁଟି ଯାହାକି debuginfo-less ପ୍ରୟୋଗରେ କ୍ଷତି କରିଥାଏ,ତାହା ମଧ୍ଯ ବର୍ତ୍ତମାନ ସମାଧାନ ହୋଇଛି।
    SystemTap ମଧ୍ଯ ଅନେକ ଦଲିଲିକରଣ ଉନ୍ନତିରେ ଅଂଶଗ୍ରହମ କରିଥାଏ। ଗୋଟିଏ ନୂତନ '3stap' ବିଶେଷତା ଉପଯୋଗୀ man ପୃଷ୍ଠା ସହିତ ଚାଳକମାନଙ୍କୁ ଅନେକ SystemTap ଅନ୍ୱେଷଣ ଏବଂ ଫଳନଗୁଡ଼ିକରେ ପ୍ରଦାନ କରିଥାଏ। ଏହି systemtap-testsuite ପ୍ୟାକେଜଟି ମଧ୍ଯ ଗୋଟିଏ ବୃହତ ଲାଇବ୍ରେରୀ ନମୁନା ସ୍କ୍ରିପ୍ଟ ଦର୍ଶାଇଥାଏ।
    SystemTap ପୁନଃ-ସ୍ଥାପନା ବିଷୟରେ ଅଧିକ ସୂଚନା ପାଇଁ, ଦୟାକରି SystemTap ବିଭାଗ ପ୍ୟାକେଜ ଅଦ୍ୟତନ ବିଷୟଗୁଡ଼ିକୁ ଯାନ୍ତ୍ରିକ ଟିପ୍ପଣୀରେ ଅଦ୍ୟତନ କରିଥାଏ।
  • ସଙ୍କେତର କାର୍ଯ୍ୟକ୍ଷମତା, ଏବଂ ତ୍ରୁଟିନିବାରଣ ବିଭାଗକୁ ବିଶ୍ଳେଷଣ କରିବା ପାଇଁ ତନ୍ତ୍ର ପ୍ରଶାସକଙ୍କୁ ଅନୁମତି ଦେଇ, Systemtap ଯାଞ୍ଚବିନ୍ଦୁଗୁଡ଼ିକୁ କର୍ଣ୍ଣଲର ଆବଶ୍ୟକୀୟ ବିଭାଗରେ ରଖିଛି। Red Hat Enterprise Linux 5.4ରେ, ଯାଞ୍ଚବିନ୍ଦୁଗୁଡ଼ିକୁ କର୍ଣ୍ଣଲ ଉପତନ୍ତ୍ରର ନିମ୍ନଲିଖିତ ବିଭାଗରେ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଭାବରେ ଯୋଗ କରାଯାଇଛି:
    • ସ୍ମୃତି ସ୍ଥାନ ପରିଚାଳନା (mm) (BZ#493444)
    • ବ୍ଲକ ଉପକରଣ I/O (blktrace)(Bugzilla #493454)
    • ନେଟୱର୍କ ଫାଇଲ ତନ୍ତ୍ର (NFS) (BZ#499008)
    • ପୃଷ୍ଠା କ୍ୟାଶେ ଏବଂ ନେଟୱର୍କିଙ୍ଗ ଷ୍ଟାକଗୁଡ଼ିକ (BZ#475719)
    • ନିୟୋଜକ (BZ#497414)
  • Gnu ସଙ୍କଳକ ସଂଗ୍ରହ ସଂସ୍କରଣ 4.4 (GCC4.4) ଟି ବର୍ତ୍ତମାନ ଏହି ପ୍ରକାଶନରେ ପ୍ରଯୁକ୍ତି ଜ୍ଞାନ ପ୍ରାକଦର୍ଶନ ଭାବରେ ଅନ୍ତର୍ଭୁକ୍ତ। ସଙ୍କଳକମାନଙ୍କର ଏହି ସଂଗ୍ରହରେ ସମର୍ଥିତ ଲାଇବ୍ରେରୀ ସହିତ C, C++, ଏବଂ Fortran ସଙ୍କଳକ ଅନ୍ତର୍ଭୁକ୍ତ।
  • glibc ନୂତନ MALLOC ଆଚରଣ: ଅପଷ୍ଟ୍ରିମ glibc କୁ ଅନେକ ସକେଟ ଏବଂ କୋରରେ ଉଚ୍ଚ ମାପନିୟତାକୁ ସକ୍ରିୟ କରିବା ପାଇଁ ନିକଟରେ ପରିବର୍ତ୍ତନ କରାଯାଇଛି। ନିଜର ସ୍ମୃତି ସ୍ଥାନ ପୁଲରେ ସୂତ୍ର ପ୍ରଦାନ କରି ଏବଂ କିଛି ପରିସ୍ଥିତିରେ ଅପରିବର୍ତ୍ତନୀୟତାକୁ ଏଡ଼ାଇକରି ଏହାକୁ କରାଯାଇଥାଏ। ସ୍ମୃତିସ୍ଥାନ ପୁଲରେ ବ୍ୟବହୃତ ଅତିରିକ୍ତ ସ୍ମୃତିସ୍ଥାନର ପରିମାଣକୁ (ଯଦି କୌଣସି) MALLOC_ARENA_TEST ଏବଂ MALLOC_ARENA_MAX ପରି ପରିବେଶ ପ୍ରାଚଳଗୁଡ଼ିକୁ ବ୍ୟବହାର କରି ନିୟନ୍ତ୍ରଣ କରାଯାଇପାରିବ।
    MALLOC_ARENA_TEST ଉଲ୍ଲେଖ କରିଥାଏ ଯେ ଥରେ କାର୍ଯ୍ୟକାରୀ ହୋଇଥିବା କୋରଗୁଡ଼ିକର ସଂଖ୍ୟା ସ୍ମୃତି ପୁଲରେ ପହଞ୍ଚିବା ପାଇଁ ଗୋଟିଏ ପରୀକ୍ଷା କରିଥାଏ। MALLOC_ARENA_MAX ବ୍ୟବହୃତ ହୋଇଥିବା ସର୍ବାଧିକ ସଂଖ୍ୟକ ସ୍ମୃତି ପୁଲଗୁଡ଼ିକୁ ସେଟ କରିଥାଏ, କୋର ସଂଖ୍ୟା ଯେତେ ହୋଇଥିଲେ ମଧ୍ଯ।
    RHEL 5.4 ପ୍ରକାଶନରେ ଥିବା glibc ରେ ଏହି ଫଳନଟି ଅପଷ୍ଟ୍ରିମ malloc ର ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଭାବରେ ସଂଶ୍ଳିଷ୍ଟ। ସୂତ୍ର ପ୍ରତି ସ୍ମୃତିସ୍ଥାନ ପୁଲକୁ ସକ୍ରିୟ କରିବା ପାଇଁ ପରିବେଶ ପ୍ରାଚଳ MALLOC_PER_THREAD କୁପରିବେଶରେ ସେଟ କରିବା ଆବଶ୍ୟକ। ଏହି ପରିବେଶ ପ୍ରାଚଳଟି ନିଶ୍ଚିହ୍ନ ହୋଇଯିବ ଯେତେବେଳେ ଏହି ନୂତନ malloc ଆଚରଣକୁ ପରବର୍ତ୍ତି ପ୍ରକାଶନରେ ପୂର୍ବନିର୍ଦ୍ଧାରିତ ଭାବରେ ରଖାଯିବ। malloc ଉତ୍ସ ପ୍ରତି ଚାଳକ ଅନୁଭବ କରୁଥିବା ବିବାଦ ଏହି ବିକଳ୍ପକୁ ସକ୍ରିୟ କରିବାକୁ ଚେଷ୍ଟାକରିବ।

7. ସଂରଚନା ନିର୍ଦ୍ଦିଷ୍ଟ ସମର୍ଥନ

7.1. i386

  • ଗୋଟିଏ ଆଭାସୀ ସ୍ଥିତିରେ, Red Hat Enterprise Linux 64-ବିଟ କର୍ଣ୍ଣଲ ପାଇଁ ସମୟରକ୍ଷା ସମସ୍ୟାବହୁଳ ହୋଇପାରେ, ଯେହେତୁ ସମୟ ମାପକକୁ ବାଧାପ୍ରାପ୍ତ କରି ସମୟକୁ ଅଟକା ଯାଇଥାଏ।ଆଭାସୀ ଯନ୍ତ୍ରକୁ ଯୋଜନା ରହିତ କିମ୍ବା ପୁନଃ ଯୋଜନା କରିବା ଦ୍ୱାରା ଏହି ବାଧା ବିଘ୍ନରେ ବିଳମ୍ବ କରାଯାଇପାରେ, ଫଳସ୍ୱରୂପ ସମୟରକ୍ଷା ଅସଙ୍ଗତି ଦେଖାଦେଇଥାଏ। ଏହି କର୍ଣ୍ଣଲ ବିତିଯାଇଥିବା ସମୟ ମାପକ ଉପରେ ଆଧାର କରି ସମୟ ରକ୍ଷା କରିବା ପାଇଁ ପ୍ରକାଶନ ସମୟରକ୍ଷା ଆଲଗୋରିଦମକୁ ପୁନର୍ବିନ୍ୟାସ କରିଥାଏ। (Bugzilla #463573)
  • ଏହା ମିଳିଛି ଯେ, ଯଦି ସେଗୁଡ଼ିକର ଥାକ ମିଳିତ ଆକାର ~4GB, 64-ବିଟକୁ ଅତିକ୍ରମ କରେ, ତେବେ ପ୍ରୟୋଗଗୁଡ଼ିକ pthread_create()ରେ ହଠାତ ମନ୍ଥର ହୋଇଯାଏ। କାରଣ glibc ସେହି ଥାକଗୁଡ଼ିକୁ ବଣ୍ଟନ କରିବା ପାଇଁ MAP_32BITକୁ ବ୍ୟବହାର କରିଥାଏ। ଯେହେତୁ MAP_32BIT ଟି ହେଉଛି ପୁରୁଣା ପ୍ରୟୋଗ, ଏହି ଅଦ୍ୟତନ କର୍ଣ୍ଣଲରେ 64-ବିଟ ପ୍ରୟୋଗକୁ ଏଡ଼ାଇବା ପାଇଁ (MAP_STACK mmap) ନାମକ ଗୋଟିଏ ନୂତନ ସୂଚକ ଯୋଗକରିଥାଏ। (Bugzilla #459321)
  • ଏହି ଅଦ୍ୟତନରେ TSCsକୁ deep-C ଅବସ୍ଥାରେ ଚାଲିବା ପାଇଁ ଉତ୍ସାହିତ କରୁଥିବା ବିଶେଷତାକୁ ଅନ୍ତର୍ଭୁକ୍ତ କରିଥାଏ। ଏହି ବିଟ NONSTOP_TSC CONSTANT_TSC ସହିତ କାର୍ଯ୍ୟ କରିଥାଏ। CONSTANT_TSC ସୂଚାଇଥାଏ ଯେ P/T-ସ୍ଥିତି ସତ୍ତ୍ୱେ TSC ସ୍ଥିର ବାରମ୍ବାରତାରେ ଚାଲିଥାଏ, ଏବଂ NONSTOP_TSC ସୂଚାଇଥାଏ ଯେ TSC ଗଭୀର C-ଅବସ୍ଥାରେ ବନ୍ଦ ହୋଇନଥାଏ। (Bugzilla #474091)
  • କର୍ଣ୍ଣଲ-ଡେଭେଲ ପ୍ୟାକେଜ ନିର୍ମାଣ ଅଥବା i386, i486, i586 ଏବଂ i686 ସଂରଚନାରେ asm-x86_64 ଶୀର୍ଷକକୁ ଅନ୍ତର୍ଭୁକ୍ତ କରିବା ପାଇଁ ଏହି ଅଦ୍ୟତନ ଗୋଟିଏ ପ୍ୟାଚକୁ ଅନ୍ତର୍ଭୁକ୍ତ କରିଥାଏ। (Bugzilla #491775)
  • ଏହି ଅଦ୍ୟତନରେ ଗୋଟିଏ ସମାଧାନ ଅନ୍ତର୍ଭୁକ୍ତ ଯାହାକି ନିଶ୍ଚିତ କରିଥାଏ ଯେ memmap=X$Y କୁ i386 ସଂରଚନାରେ ବୁଟ ପ୍ରାଚଳ ଭାବରେ ଉଲ୍ଲେଖ କରିବା ଦ୍ୱାରା ଗୋଟିଏ ନୂତନ BIOS ମ୍ୟାପ ସୃଷ୍ଟିକରିଥାଏ। (Bugzilla #464500)
  • ଏହି ଅଦ୍ୟତନ ବିନା-ମୁଖା ବିଶିଷ୍ଟ ବାଧା (NMI) ସହିତ ଗୋଟିଏ ସମସ୍ୟାର ସମାଧାନ ପାଇଁ ଗୋଟିଏ ପ୍ୟାଚ ଯୋଗ କରିଥାଏ ଯାହାକି ପୂର୍ବ କର୍ଣ୍ଣଲ ପ୍ରକାଶନରେ ଦେଖାଦେଇଥିଲା। ଏହି ସମସ୍ୟା ବିଭିନ୍ନ Intel ସଞ୍ଚାଳକ ଉପରେ ପ୍ରଭାବ ପକାଇଥିବାର ପରିଲକ୍ଷିତ ହୋଇଥିଲା ଏବଂ NMI ୱାଚଡଗ ଅଟକି ଯାଇଛି ବୋଲି ଖବର କରିବା ପାଇଁ ତନ୍ତ୍ରକୁ ବାଧ୍ଯ କରିଥାଏ। NMI ସଙ୍କେତରେ ଥିବା ନୂତନ ପ୍ରାଚଳ ଏହି ସମସ୍ୟାର ସମାଧାନ କରିଥାଏ। (Bugzilla #500892)
  • ଏହି ପ୍ରକାଶନ PCI ପରିସର HP xw9400 ଏବଂ xw9300 ତନ୍ତ୍ର ପାଇଁ ସମର୍ଥନକୁ ପୁନଃ ପରିଚିତ କରିଥାଏ। (Bugzilla #474891)
  • powernow-k8 ଏକକାଂଶଗୁଡ଼ିକୁ /sys/modules କୁ ରପ୍ତାନି କରିବା ପାଇଁ ଫଳନଗୁଡ଼ିକୁ ସମାଧାନ କରାଯାଇଛି। ଏହି ସୂଚନାକୁ ପୂର୍ବରୁ ରପ୍ତାନି କରାଯାଇନଥିଲା। (Bugzilla #492010)

7.2. x86_64

  • linux-2.6-misc-utrace-update.patch ରେ ଗୋଟିଏ ଅନୁକୂଳନ ତ୍ରୁଟି ମିଳିଥିଲା। 32-ବିଟ ସଞ୍ଚାଳକକୁ 64-ବିଟ ତନ୍ତ୍ରରେ ଚଲାଇବା ସମୟରେ ତନ୍ତ୍ର ଡାକରା ଅନୁପସ୍ଥିତିରେ ENOSYS ଫେରାଇନଥାଏ (ସାରଣୀ ପରିସର ବାହାରେ)। ଏହି କର୍ଣ୍ଣଲ ପ୍ରକାଶନରେ ଏହାର ସମାଧାନ ଅନ୍ତର୍ଭୁକ୍ତ। (Bugzilla #481682)
  • କିଛି କ୍ଲଷ୍ଟର ତନ୍ତ୍ର ଯେଉଁଠି ଗୋଟିଏ ଅସ୍ଥାୟୀ ସମୟ ଉତ୍ସ ସହିତ ବୁଟ କରିବା ପାଇଁ ମିଳିଥାଏ।ଏହା ନିର୍ଦ୍ଧାରଣ କରାଯାଇଥାଏ ଯେ ଏହା ଯାଞ୍ଚ କରୁନଥିବା ଗୋଟିଏ ମୁକ୍ତ କାର୍ଯ୍ୟକାରିତା ଗଣକର ଗୋଟିଏ କର୍ଣ୍ଣଲ ସଂକେତ (PERFCTR) ଯେତେବେଳେ TSC କୁ ବୁଟ ସମୟରେ ମପାଯାଇଥାଏ (Time Stamp Clock)। ଏହାର ଫଳସ୍ୱରୂପ, କିଛି ପ୍ରତିଶତ କ୍ଷେତ୍ରରେ, ତନ୍ତ୍ର ପୂର୍ବନିର୍ଦ୍ଧାରିତ ଗୋଟିଏ ବ୍ୟସ୍ତ PERFCTR ଏବଂ ଅବିଶ୍ୱସ୍ତ ମାପରେ ମିଳିଥାଏ।
    ପୂର୍ବନିର୍ଦ୍ଧାରିତ କରିବା ପୂର୍ବରୁ ମୁକ୍ତ PERFCTR ରେ ତନ୍ତ୍ର ଯାଞ୍ଚ ପାଇଁ ନିଶ୍ଚିତ କରି ଏହାକୁ ସମାଧାନ କରିବା ପାଇଁ ଗୋଟିଏ ଉପାୟକୁ କାର୍ଯ୍ୟକାରୀ କରାଯାଇଥିଲା ( Bugzilla #467782)। ଏହି ସମାଧାନ, ଯଦିଚ, ସମସ୍ତ ସମ୍ଭାବନାକୁ ସନ୍ତୁଷ୍ଟ କରିନଥାଏ, ଯେହେତୁ ଏହା ସମ୍ଭବ ଯେ ସମସ୍ତ PERFCTRଗୁଡ଼ିକ TSC ହିସାବ ସମୟରେ ବ୍ୟସ୍ତ ଥାଆନ୍ତି। କର୍ଣ୍ଣଲ ସମସ୍ୟାକୁ ଆରମ୍ଭ କରିବା ପାଇଁ ଅନ୍ୟ ଏକ ପ୍ୟାଚକୁ ଅସମ୍ଭବ ପରିସ୍ଥିତିରେ ଅନ୍ତର୍ଭୁକ୍ତ କରାଯାଇଛି (1% ଘଟଣା ମଧ୍ଯରୁ) ଯେଉଁଥିରୁ ଏହି ପରିସ୍ଥିତି ଘଟିଥାଏ। ( Bugzilla #472523)।

7.3. PPC

  • ଏହି କର୍ଣ୍ଣଲ ପ୍ରକାଶନ spufs (ସେନାର୍ଜେଟିକ ସଞ୍ଚାଳନ ଏକକ ଫାଇଲ ତନ୍ତ୍ର) କୁ କୋଷ ସଞ୍ଚାଳକଗୁଡ଼ିକ ପାଇଁ ଅଦ୍ୟତନ କରିବାକୁ ବିଭିନ୍ନ ପ୍ରକାର ପ୍ୟାଚଗୁଡ଼ିକୁ ଅନ୍ତର୍ଭୁକ୍ତ କରିଥାଏ। (Bugzilla #475620)
  • ଗୋଟିଏ ସମସ୍ୟା ଧରାପଡ଼ିଥିଲା ଯେଉଁଠି /proc/cpuinfo ଗୋଟିଏତାର୍କିକ PVR ଶକ୍ତି7 "ଅଜ୍ଞାତ" ଭାବରେ ସଞ୍ଚାଳକ ସଂରଚନାରେ ତାଲିକାଭୁକ୍ତ ହୋଇପାରେ ଯେତେବେଳେ show_cpuinfo() ଚାଲୁଥିଲା। ଏହି ଅଦ୍ୟତନ show_cpuinfo() କୁ ଶକ୍ତି7 ସଂରଚନାକୁ ଶକ୍ତି6 ଭାବରେ ଚିହ୍ନିବା ପାଇଁ ଗୋଟିଏ ପ୍ୟାଚ ଯୋଗ କରିଥାଏ। (Bugzilla #486649)
  • ଏହି ଅଦ୍ୟତନରେ ଅନେକ ପ୍ୟାଚ ଅନ୍ତର୍ଭୁକ୍ତ ଯାହାକି MSI-X (ସନ୍ଦେଶ ସାଙ୍କେତିକ ବାଧା) ସମର୍ଥନକୁ ତନ୍ତ୍ର P ସଞ୍ଚାଳକ ବ୍ୟବହାର କରୁଥିବା ଯନ୍ତ୍ରରେ ଯୋଗ/ଉନ୍ନତ କରିବା ପାଇଁ ଆବଶ୍ୟକ। (Bugzilla #492580)
  • ପୂର୍ବର ସମସ୍ୟାବହୁଳ ଶକ୍ତି ବଟନର କାର୍ଯ୍ୟକାରୀତାକୁ କୋଷ ବ୍ଲେଡ ଯନ୍ତ୍ରରେ ସକ୍ରିୟ କରିବା ପାଇଁ ଏହି ପ୍ରକାଶନରେ ଗୋଟିଏ ପ୍ୟାଚ ଯୋଗ କରାଯାଇଛି। (Bugzilla #475658)

7.4. s390

Red Hat Enterprise Linux IBM ତନ୍ତ୍ର z ଯନ୍ତ୍ର ପାଇଁ ଗୋଟିଏ ପ୍ରସସ୍ତ ପରିସରର ନୂତନ ବିଶେଷତାଗୁଡ଼ିକୁ ପରିଚିତ କରିଥାଏ, ମନେରଖିବା ଯୋଗ୍ୟ:
  • ନାମିତ ସଂରକ୍ଷିତ ବିଭାଗ (NSS) କୁ ବ୍ୟବହାର କରି, z/VM ହାଇପରଭାଇଜର ପ୍ରଚାଳନ ତନ୍ତ୍ର z/VM ଅତିଥି ଆଭାସୀ ଯନ୍ତ୍ରର ପ୍ରକୃତ ସ୍ମୃତିସ୍ଥାନ ପୃଷ୍ଠାଗୁଡ଼ିକରେ ସଂକେତକୁ ସହଭାଗୀ କରିଥାଏ। ଏହି ଅଦ୍ୟତନ ସହିତ, z/VM ରେ ଏକାଧିକ Red Hat Enterprise Linux ଅତିଥି ପ୍ରଚାଳନ ତନ୍ତ୍ର NSS ରୁ ବୁଟ କରିଥାଏ ଏବଂ ସ୍ମୃତି ସ୍ଥାନରେ Linux କର୍ଣ୍ଣଲର ଗୋଟିଏ ନକଲରୁ ଚାଲିଥାଏ। (BZ#474646)
  • ଉପକରଣ ଡ୍ରାଇଭର ସମର୍ଥନକୁ ଏହି ଅଦ୍ୟତନରେ, ପୂର୍ବ ସଂସ୍କରଣ ପରି ସମାନ ଅନ୍ତରାପୃଷ୍ଠକୁ ବ୍ୟବହାର କରି ନୂତନ IBM ତନ୍ତ୍ର z PCI କ୍ରିପ୍ଟୋଗ୍ରାଫି ତ୍ୱରଣଗୁଡ଼ିକରେ ଯୋଗକରାଯାଇଛି। (BZ#488496)
  • Red Hat Enterprise Linux 5.4 ସଞ୍ଚାଳକ ଅବନତି ପାଇଁ ସମର୍ଥନ ଯୋଗ କରିଥାଏ, ଯାହାକିସଞ୍ଚାଳକ ଗତିକୁ କିଛି କ୍ଷେତ୍ରରେ କମ କରିବା ପାଇଁ ଅନୁମତି ଦେଇଥାଏ (ଯେପରିକି, ତନ୍ତ୍ରକୁ ଅତ୍ୟଧିକ ଗରମ କରିବା)। (BZ#474664) ଏହି ନୂତନ ବିଶେଷତା ସ୍ୱୟଂଚାଳିତ ସଫ୍ଟୱେରକୁ ୟନ୍ତ୍ରର ଅବସ୍ଥାକୁ ଦେଖିବା ପାଇଁ ଅନୁମତି ଦେଇଥାଏ ଏବଂ ବ୍ଯାଖ୍ଯା କରାଯାଇଥିବା ନିତୀ ଅନୁସାରେ କାର୍ଯ୍ୟ କରିଥାଏ।

    ଟୀକା

    ସଞ୍ଚାଳକ ଅବନତି z990, z890 ଏବଂ ପରବର୍ତ୍ତି ତନ୍ତ୍ରରେ ସମର୍ଥିତ ଏବଂ SCLP ତନ୍ତ୍ର ସର୍ଭିସ ଘଟଣା ପ୍ରକାର 4 ଘଟଣା ଯୋଗ୍ୟତାପ୍ରାପ୍ତ 3 ମାଧ୍ଯମରେ ଦେଖିଥାଏ। STSI ସଞ୍ଚାଳକର ସେହି ନୂତନ କ୍ଷମତାକୁ ଫାଇଲରେ ଖବର କରିବ: /sys/devices/system/cpu/cpuN/ capability
  • ନିୟନ୍ତ୍ରଣ ପ୍ରଗ୍ରାମ ପରିଚୟ (CPI) ବର୍ଣ୍ଣନାତ୍ମକ ତଥ୍ୟକୁ ହାର୍ଡୱେର ପରିଚାଳନା କୋନସୋଲ (HMC) ରେ ପ୍ରତ୍ୟେକ ତନ୍ତ୍ରକୁ ଚିହ୍ନିବା ପାଇଁ କରାଯାଇଥାଏ। ଏହି ଅଦ୍ୟତନ ସହିତ, CPI ତଥ୍ୟ ବର୍ତ୍ତମାନ Red Hat Enterprise Linux ସ୍ଥିତି ସହିତ ସଂଶ୍ଳିଷ୍ଟ। (BZ#475820)
    CPI ବିଷୟରେ ଅଧିକ ସୂଚନା ପାଇଁ ଉପକରଣ ଡ୍ରାଇଭର, ବିଶେଷତା, ଏବଂ ନିର୍ଦ୍ଦେଶ ଦଲିଲ କୁ ଦେଖନ୍ତୁ
  • ଫାଇବର ଚ୍ୟାନେଲ ପ୍ରୋଟୋକଲ (FCP) କାର୍ଯ୍ୟକ୍ଷମତା ତଥ୍ୟକୁ ବର୍ତ୍ତମାନ IBM ତନ୍ତ୍ର z ପ୍ଲାଟଫର୍ମରେ Red Hat Enterprise Linux ଉପସ୍ଥିତିରେ ମପାଯାଇଥାଏ। (BZ#475334) Metrics that are collected and reported on includeଅନ୍ତର୍ଭୁକ୍ତ କରିବା ସମୟରେ ସଂଗ୍ରହ ଏବଂ ଖବର କରାଯାଇଥିବା ମେଟ୍ରିକ:
    • ଷ୍ଟାକ ଉପାଦାନଗୁଡ଼ିକରେ କାର୍ଯ୍ୟକ୍ଷମତା ସମ୍ପର୍କୀୟ ତଥ୍ୟ ଯେପରିକି Linux ଉପକରଣ, ସୂକ୍ଷ୍ମ କମ୍ପୁଟର ଅନ୍ତରାପୃଷ୍ଠ (SCSI) ତାର୍କିକ ଏକକ ସଂଖ୍ୟା (LUNs) ଏବଂ ଆଧାର ବସ ଏଡପଟର (HBA) ଭଣ୍ଡାର ନିୟନ୍ତ୍ରକ ସୂଚନା।
    • ପ୍ରତି ଷ୍ଟାକ ଉପାଦାନରେ: ସମ୍ପୃକ୍ତ ମାପର ବର୍ତ୍ତମାନ ମୂଲ୍ୟ, ନିର୍ଗମଉପଯୋଗିତା ଏବଂ ଅନ୍ୟାନ୍ୟ ପ୍ରଯୁଜ୍ୟ ମାପ।
    • ଆକାର, ଉପାଦାନ ପ୍ରତି ବିଳମ୍ବତା ଏବଂ ସମୁଦାୟ I/O ଅନୁରୋଧ ସହିତ ସଂଶ୍ଳିଷ୍ଟ ତଥ୍ୟର ପରିସଂଖ୍ୟାନ ସମଷ୍ଟି (ସର୍ବନିମ୍ନ, ସର୍ବାଧିକ, ହାରାହାରି ଏବଂ ହିଷ୍ଟଗ୍ରାମ)।
  • EMC ସନ୍ତୁଳିତ ନିୟନ୍ତ୍ରଣ I/O ପ୍ରଦାନ କରିବା ପାଇଁ କର୍ଣ୍ଣଲରେ ସମର୍ଥନ ଯୋଗ କରାଯାଇଛି। ଏହି ଅଦ୍ୟତନ IBM ତନ୍ତ୍ର z ପ୍ଲାଟଫର୍ମରେ Red Hat Enterprise Linux ସହିତ EMC ସନ୍ତୁଳନ ସଂରକ୍ଷଣ ବାକ୍ୟ ବିନ୍ୟାସକୁ ପରିଚାଳନା କରିବାର କ୍ଷମତା ପ୍ରଦାନ କରିଥାଏ। (BZ#461288)
  • ଗୋଟିଏ କର୍ଣ୍ଣଲ ତ୍ରୁଟି ପରେ ସଙ୍ଗେ ସଙ୍ଗେ ଡମ୍ପ ହେବା ପରେ Red Hat Enterprise Linux ଆଭାସୀ ଯନ୍ତ୍ରରେ ଗୋଟିଏ ପ୍ରାରମ୍ଭିକ ପ୍ରଗ୍ରାମ କାର୍ଯ୍ୟଭାର (IPL) କର୍ଣ୍ଣଲରେ ଗୋଟିଏ ନୂତନ ବିଶେଷତାକୁ କାର୍ଯ୍ୟକାରୀ କରାଯାଇଛି। (BZ#474688)
  • କାର୍ଯ୍ୟଭାର ସମତୁଲ ସିଦ୍ଧାନ୍ତ ନେବା ପାଇଁ ଅନୁମତି ଦେଇ, ହାର୍ଡୱେର ଯାହାକି ସଂରଚନା ରୂପରେଖା ସୁବିଧାକୁ ସମର୍ଥନ କରିଥାଏ ତାହା ତନ୍ତ୍ରର CPU ରୂପରେଖା ସୂଚନାକୁ ଯୋଜକ ପାଖକୁ ପଠାଇଥାଏ। ଯନ୍ତ୍ର ଉପରେ ଯେଉଁଠି I/O ବାଧାବିଘ୍ନଗୁଡ଼ିକ ଅସମତୁଲ ଭାବରେ ବଣ୍ଟନ କରାହୋଇଛି, ସେଠାରେ CPU ଗୁଡ଼ିକ ଯାହାକି ସମୁହ ହୋଇ ଏବଂ ଅନ୍ୟମାନଙ୍କ ଅପେକ୍ଷା ଅଧିକ I/O ବାଧାପ୍ରାପ୍ତ ହୋଇଥାନ୍ତି, ସେମାନଙ୍କ ପାଖରେ କିଛି କ୍ଷେତ୍ରରେ କାର୍ଯ୍ୟକ୍ଷମତା ସମସ୍ୟା ସୃଷ୍ଟି କରି ଅଧିକ ହାରାହାରି କାର୍ଯ୍ୟଭାର ବହନ କରିବାକୁ ହେବ।
    ପୂର୍ବେ, CPU ରୂପରେଖା ସମର୍ଥନକୁ ପୂର୍ବନିର୍ଦ୍ଧାରିତ ଭାବରେ ସକ୍ରିୟ କରାଯାଇଥାଏ। ଏହି ଅଦ୍ୟତନ ସହିତ, CPU ରୂପରେଖା ସମର୍ଥନକୁ ପୂର୍ବନିର୍ଦ୍ଧାରିତ ଭାବରେ ନିଷ୍କ୍ରିୟ କରାଯାଇଥାଏ, ଏବଂ ସେହି କର୍ଣ୍ଣଲ ପ୍ରାଚଳକୁ"topology=on" ଏହି ବିଶେଷତା ଯାଗ କରିବା ପାଇଁ ସକ୍ରିୟ କରାଯାଇଥାଏ। (BZ#475797)
  • କର୍ଣ୍ଣଲ ବିକଳ୍ପଗୁଡ଼ିକରେ ଅସ୍ଥାୟୀ ନବଲିଖନକୁ ଅନୁମତି ଦେଇ ଯାହାକି ପୂର୍ବରୁ parmfile ଦ୍ୱାରା ପ୍ରଦାନ କରି, ନୂତନ କର୍ଣ୍ଣଲ ବିକଳ୍ପଗୁଡ଼ିକୁ CMS parmfileର ବିଷୟବସ୍ତୁକୁ ପରିବର୍ତ୍ତନ ନକରି ବର୍ତ୍ତମାନ IPL ନିର୍ଦ୍ଦେଶ ବ୍ୟବହାର କରି ଯୋଗ କରାଯାଇପାରିବ। VM ପ୍ରାଚଳ ବାକ୍ୟଖଣ୍ଡ ସହାୟତାରେ, କୌଣସି କର୍ଣ୍ଣଲ ବିକଳ୍ପଗୁଡ଼ିକୁ parmfile ରୁ ବାହାର କରି, ସମଗ୍ର ବୁଟ ନିର୍ଦ୍ଦେଶ ନାମାକୁ ସ୍ଥାନାନ୍ତରିତ କରାଯାଇପାରିବ। ଏହାସହିତ, ଗ୍ରାହକମାନେ CP/CMS ନିର୍ଦ୍ଦେଶନାମା ଉପରେ ନୂତନ Linux ନାମକ ସଂରକ୍ଷିତ ତନ୍ତ୍ର (NSS) ନିର୍ମାଣ କରିପାରିବେ। (BZ#475530)
  • qeth ଡ୍ରାଇଭରକୁ IPv6 ପାଇଁ HiperSockets ସ୍ତର 3 ସମର୍ଥନ ସହିତ ଅଦ୍ୟତନ କରାଯାଇଛି।(BZ#475572) ଏହି ବିଶେଷତା ବିଷୟରେ ଅଧିକ ବିବରଣୀ ପାଇଁ, "OSA-Express (QDIO) ଏବଂ HiperSockets ପାଇଁ qeth ଉପକରଣ ଡ୍ରାଇଭର" ବିଷୟକୁ IBMର "ଉପକରଣ ଡ୍ରାଇଭର, ବିଶେଷତା, ଏବଂ ନିର୍ଦ୍ଦେଶନାମା" ବହି: http://www.ibm.com/developerworks/linux/linux390/october2005_documentation.html କୁ ଅନୁସରଣ କରନ୍ତୁ
  • z9 ହାଇପର ସକେଟ ଫର୍ମୱେର ସହିତ ଆରମ୍ଭ ହୋଇଥିବା HiperSocket ସଂସ୍କରଣ ବାକ୍ୟଖଣ୍ଡକୁ ଭିନ୍ନ ଏକ ଶୈଳୀରେ ଫେରାଇଥାଏ। ଏହି ପରିବର୍ତ୍ତନ ଅନୁପସ୍ଥିତ mcl_level ସୂଚନାକୁ ଉପକରଣର ଅନଲାଇନ ବିନ୍ୟାସ ସମୟରେ qeth ସ୍ଥିତି ସନ୍ଦେଶରେ ଦର୍ଶାଇଥାଏ। ଏହି ଅଦ୍ୟତିତ qeth ଡ୍ରାଇଭର ବର୍ତ୍ତମାନ, ଫଳାଫଳ ଶୈଳୀର ମାନ୍ୟତା ପ୍ରାପ୍ତିକୁ ଅନୁମତି ଦେଇ ସଠିକ ଭାବରେ ସେହି ନୂତନ ସଂସ୍କରଣ ବାକ୍ୟଖଣ୍ଡ ଶୈଳୀର ହାଇପର ସକେଟରେ ପଢ଼ିଥାଏ। (BZ#479881)
  • Red Hat Enterprise Linux 5.4ରେ, s390utils ପ୍ୟାକେଜକୁ ସଂସ୍କରଣ 1.8.1ରେ ପୁନଃସ୍ଥାପନା କରାଯାଇଛି। ବିଶେଷତାଗୁଡ଼ିକର ଗୋଟିଏ ସମ୍ପୂର୍ଣ୍ଣ ତାଲିକା ପାଇଁ ଯାହାକି ପୁନଃସ୍ଥାପନା ପ୍ରଦାନ କରିଥାଏ, ତାହାକୁ ଦୟାକରି Technical Notes ର ପ୍ୟାକେଜ ଅଦ୍ୟତନ ବିଭାଗକୁ ଅନୁସରଣ କରନ୍ତୁ। (BZ#477189)
  • କର୍ଣ୍ଣଲରେ, ଗୋଟିଏ sysfs ଅନ୍ତରାପୃଷ୍ଠର ବନ୍ଦ କରିବା ପଦ୍ଧତିକୁ ଆରମ୍ଭ କରିବା ପାଇଁ କାର୍ଯ୍ୟକାରୀ କରାଯାଇଛି। ଏହି ବିଶେଷତା ବିଷୟରେ ଅଧିକ ସୂଚନା ପାଇଁ, IBM ର "ଉପକରଣ ଡ୍ରାଇଭର, ବିଶେଷତା, ଏବଂ ନିର୍ଦ୍ଦେଶ" ବହିର "ବନ୍ଦକରିବା କାର୍ଯ୍ୟ" ବିଷୟକୁ ଏଠାରେ ଅନୁସରଣ କରନ୍ତୁ: http://www.ibm.com/ developerworks/linux/linux390/development_documentation.html

8.1. ସାଧାରଣ କର୍ଣ୍ଣଲ ବିଶେଷତା ସମର୍ଥନ

  • ପୂର୍ବେ, ଅପଷ୍ଟ୍ରିମ କର୍ଣ୍ଣଲରେ ନୂତନ ଉପକରଣଗୁଡ଼ିକ ପାଇଁ ସମର୍ଥନକୁ ବାରଣ କରାଯାଇଥିଲା। ତଥାପି, ଏହି ସମର୍ଥନ କର୍ଣ୍ଣଲକୁ ଫେରି ଆସିଛି। ସେହିପରି, Red Hat Enterprise Linux 5.4 ରେ, ନୂତନ ଉପକରଣଗୁଡ଼ିକ ପାଇଁ ସମର୍ଥନ ଫେରିଆସିଛି। ଏହା ବ୍ୟତିତ, initscripts ପ୍ୟାକେଜଗୁଡ଼ିକ ମଧ୍ଯ ଅଦ୍ୟତିତ ହୋଇଛି, ପୂର୍ବରୁ କଢ଼ାଯାଇଥିବା ଫଳନଗୁଡ଼ିକୁ ନୂତନ ଉପକରଣରେ ଯୋଗକରାଯାଇଥାଏ।(BZ#472891)
  • mmu-notifiers ବିନା ବାହାରିଥିବା KVM ଅତିଥି-smp tlbKVM ପରି ସ୍ମୃତିସ୍ଥାନକୁ ତ୍ରୁଟିଯୁକ୍ତ କରି କର୍ଣ୍ଣଲ ମୁକ୍ତ ତାଲିକାରେ ପୃଷ୍ଠା ଯୋଗ କରିପାରେ ଯେତେବେଳେ ଅନ୍ୟ ଏକ vcpu ଅତିଥି ଭାବରେ ସେଥିରେ ଲେଖୁଥାଏ। ଏହି ଅଦ୍ୟତନ mmu-notifier ସମର୍ଥନକୁ କର୍ଣ୍ଣଲରେ ଯେଗ କରିଥାଏ ଏବଂ ପୂର୍ବ ପ୍ୟାଚରେ ମିଳିଥିବା ତ୍ରୁଟିକୁ ମଧ୍ଯ ସୁଧାରିଥାଏ ଯେଉଁଠି mm_struct ସ୍ଥିତବାନ ଡ୍ରାଇଭର ସହାୟତାରେ ବଢ଼ିଥାଏ ଏବଂ ଗୋଟିଏ ବିଫଳ kABI ଯାଞ୍ଚ କରାଇଥାଏ। ଏହି ତ୍ରୁଟିକୁ ସଂରଚନା ଆକାର ବୃଦ୍ଧିକୁ ଏଡ଼ାଇବା ପାଇଁ ଅବ୍ୟବହୃତ ପ୍ୟାଡ଼ିଙ୍ଗ ଫାଙ୍କରେ ଥିବା ଗୋଟିଏ ଅନୁକ୍ରମଣିକା ବ୍ୟବହାର କରି ଠିକ କରାଯାଇଛି।(Bugzilla #485718)
  • ସୂଚକ ଏବଂ ହସ୍ତାକ୍ଷର ହୋଇଥିବା ଗାଣିତିକ ଅତିପ୍ରବାହ ଆବରଣକୁ ପୂର୍ବେ Linux କର୍ଣ୍ଣଲରେ ବ୍ୟାଖ୍ଯା କରାଯାଇନଥିଲା। ଏହା GCC (GNU C Compiler) କୁ ବିଶ୍ୱାସ କରାଇପାରିବ ଯେ ଆବରଣ ଘଟିନଥାଏ ଏବଂ ଅତିପ୍ରବାହ ପରୀକ୍ଷଣ ପାଇଁ କର୍ଣ୍ଣଲ ଆବଶ୍ୟକ କରୁଥିବା ଗଣିତକୁ ଅନୁକୁଳ କରିଥାଏ।ଏହି ଅଦ୍ୟତନ -fwrapv ପ୍ରାଚଳକୁ GCC CFLAGS ରେ ଆବୃତ କରିବା ଆଚରଣକୁ ବ୍ୟାଖ୍ଯା କରିବା ପାଇଁ ଯୋଗ କରିଥାଏ।(Bugzilla #491266)
  • ଗୋଟିଏ ବିବାଦମୟ ସମସ୍ୟା ପଦ୍ଧତି ସମାନ ସ୍ମୃତିସ୍ଥାନରେ ଉଚ୍ଚମାନର ତନ୍ତ୍ରରେ ନିକଟରେ TPC-C ମାନଦଣ୍ଡ ଦ୍ୱାରା ଚିହ୍ନାପଡ଼ିଛି (ପ୍ରବନ୍ଧ କାର୍ଯ୍ୟକାରୀ ପରିଷଦ)। ଏହି ଅଦ୍ୟତନରେ fast-gup ପ୍ୟାଚଗୁଡ଼ିକ ଅନ୍ତର୍ଭୁକ୍ତ ଯାହାକି ସିଧାସଳଖ IO ବ୍ୟବହାର କରିଥାଏ ଏବଂ ଗୋଟିଏ ମହତ୍ତ୍ୱପୂର୍ଣ୍ଣ (9-10% ପର୍ଯ୍ୟନ୍ତ) କାର୍ଯ୍ୟକ୍ଷମତା ଉନ୍ନତି ପ୍ରଦାନ କରିଥାଏ। ଏହି ଅଦ୍ୟତନକୁ ସଠିକ ଭାବରେ ପରୀକ୍ଷା କରାଯାଇଛି ଏବଂ5.4 କର୍ଣ୍ଣଲରେ ବ୍ୟବହାର କରାଯାଇଛି। ଅଧିକ ସୂଚନା ପାଇଁ, ଏହି article. (Bugzilla #474913) କୁ ଦେଖନ୍ତୁ
  • ତନ୍ତ୍ର ପ୍ରଶାସକଙ୍କୁ ସର୍ବାଧିକ ସଂଖ୍ୟକ ପରିବର୍ତ୍ତିତ ପୃଷ୍ଠାକୁ ପରିବର୍ତ୍ତନ କରିବା ପାଇଁ, ଗୋଟିଏ ନୂତନ ତାଳଯୋଗ୍ୟ ପ୍ରାଚଳକୁ ଏହି କର୍ଣ୍ମଲରେ ଯୋଗ କରାଯାଇଛି ଯାହାକି kupdate ପ୍ରତିଥର ଚଲାଇବା ସମୟରେ ପୁନରାବୃତ୍ତିରେ ଡିସ୍କରେ ଲେଖିଥାଏ। ଏହି ନୂତନ ତାଳଯୋଗ୍ୟ /proc/sys/vm/max_writeback_pages ପୂର୍ବନିର୍ଦ୍ଧାରିତ କରିଥାଏ 1024କୁ ଅଥବା 4MB ଯାହାଫଳରେ kupdateରେ ସର୍ବାଧିକ 1024 ପୃଷ୍ଠା ପ୍ରତି ପୁନରାବୃତ୍ତିରେ ଲେଖାହୋଇଥାଏ।(Bugzilla #479079).
  • ଗୋଟିଏ ନୂତନ ବିକଳ୍ପ (CONFIG_TASK_IO_ACCOUNTING=y)କୁ କର୍ଣ୍ଣଲରେ ପ୍ରତ୍ୟେକ ପଦ୍ଧତିରେ IO ପରିସଂଖ୍ୟାନ ନିରୀକ୍ଷଣ କରିବା ପାଇଁ ଯୋଗକରାଯାଇଛି। ଏହା ଉତ୍ପାଦନ ପରିବେଶରେ ତ୍ରୁଟିନିବାରଣକୁ ସହାୟତା କରିଥାଏ। (Bugzilla #461636)
  • ପୂର୍ବ କର୍ଣ୍ଣଲରେ, ନକଲ ସଂରକ୍ଷଣ ପଦ୍ଧତିକୁ DB2 ସର୍ଭରର ଦାୟୀତ୍ତ୍ୱକୁ ନଷ୍ଟକରିଥାଏ। ଏହା /proc/sys/vm/dirty_ratio ଦ୍ୱାରା ପୃଷ୍ଠା କ୍ୟାଶେ ସ୍ମୃତିସ୍ଥାନ ରେ ଲେଖିବାରେ ବାରଣ କରି ଘଟାଇଥାଏ, ଯେତେବେଳେ ଅଧାରୁ ଅଧିକମ୍ୟାପ ହୋଇନଥିବା ପୃଷ୍ଠା କ୍ୟାଶେଗୁଡ଼ିକ ଅପରିଷ୍କାର ଥାଏ (ଯଦିଚ dirty_ratioକୁ 100% ସେଟ କରାଯ।ଇଥିଲା)।ଏହି କର୍ଣ୍ଣଲ ଅଦ୍ୟତନରେ କରାଯାଇଥିବା ଗୋଟିଏ ପରିବର୍ତ୍ତନ ଏହି ସୀମିତ ଆଚରଣକୁ ନବଲିଖନ କରିଥାଏ। ବର୍ତ୍ତମାନ, ଯେତେବେଳେ dirty_ratio କୁ 100% ସେଟ କାରଯାଏ, ସେତେବେଳେ ତନ୍ତ୍ର ଆଉ ପୃଷ୍ଠା କ୍ୟାଶେ ସ୍ମୃତିସ୍ଥାନରେ ଲେଖିବାକୁ ସିମୀତ କରିନଥାଏ। (Bugzilla #295291)
  • ପୂର୍ବ କର୍ଣ୍ଣଲର ramdisk ଡ୍ରାଇଭରରେ ମିଳିଥିବା rd_blocksize ବିକଳ୍ପ ତଥ୍ୟ ନଷ୍ଟ କରିଥାଏ। ଏହି ଅଦ୍ୟତନ ଅନାବଶ୍ୟକ ବିକଳ୍ପକୁ କାଢ଼ିଥାଏ ଏବଂ ତଥ୍ୟ ନଷ୍ଟ ସମସ୍ୟାକୁ ସମାଧାନ କିରଥାଏ। (Bugzilla #480663)
  • ଏହି ଫଳନ getrusage କୁ ଉତ୍ସ ବ୍ୟବହାର ବିଧିରେ ପରୀକ୍ଷା କରାଯାଇଥାଏ। ସମସ୍ୟା ବିଶ୍ଳେଷଣ ଏବଂ ତଥ୍ୟ ସଂଗ୍ରହରେ ଏହା ଉପଯୋଗୀ ହୋଇଥାଏ। ପଦ୍ଧତି getrusage ଯାଞ୍ଚ କରିବା ପରିସ୍ଥିତିରେ ଏହା ନିମ୍ନସ୍ତରକୁ ବୁଣିଥାଏ, ତଥାପି, ଫଳାଫଳଗୁଡ଼ିକ ଭୁଲ ଥାଇପାରେ getrusage କେବଳ ମୂଳ ପଦ୍ଧତିକୁ ଯାଞ୍ଚ କରିଥାଏ ଏବଂ ନିମ୍ନସ୍ତକୁ ଯାଞ୍ଚ କରିନଥାଏ। ଏହି ଅଦ୍ୟତନ rusadge_thread କୁ ଏହି ପରିସ୍ଥିତିରେ ସଠିକ ଉତ୍ସ ବ୍ୟବହାର ପାଇଁ ଅନୁମତି ଦେଇଥାଏ। (Bugzilla #451063)
  • ଶୀର୍ଷକ /usr/include/linux/futex.h ପୂର୍ବେ C ଉତ୍ସ ସଂକେତ ଫାଇଲ ସହିତ ହସ୍ତକ୍ଷେପ କରିଥାଏ, ଫଳସ୍ୱରୂପ ତ୍ରୁଟି ଘଟିଥାଏ। ଏହି ଅଦ୍ୟତନରେ ଗୋଟିଏ ପ୍ୟାଚ ଅନ୍ତର୍ଭୁକ୍ତ ଯାହାକି ସମସ୍ୟାବହୁଳ କର୍ଣ୍ଣଲରେ କେବଳ ବ୍ୟାଖ୍ଯାକୁ ସମାଧାନ କରିଥାଏ ଏବଂ ସଙ୍କଳନ ତ୍ରୁଟିକୁ ସମାଦାନ କରିଥାଏ। (Bugzilla #475790)
  • ପୂର୍ବ କର୍ଣ୍ଣଲରେ କର୍ଣ୍ଣଲ ସଂସ୍କରଣକୁ ତ୍ରୁଟିମୟ ଅଥବା oops ଫଳାଫଳ ସନ୍ଦେଶରେ ଚିହ୍ନାହୋଇନଥାଏ। ଏହି ଅଦ୍ୟତନ କର୍ଣ୍ଣଲ ସଂସ୍କରଣ ବିବରଣୀକୁ oops ଏବଂ ତ୍ରୁଟିମୟ ଫଳାଫଳରେ ଯୋଗ କରିଥାଏ। (Bugzilla #484403)
  • ପ୍ରକାଶନ 2.6.18 ସମୟରେ, କର୍ଣ୍ଣଲକୁ glibc ପ୍ୟାକେଜ ପାଇଁ କର୍ଣ୍ଣଲ-ଶୀର୍ଷକ ପ୍ରଦାନ କରିବାକୁ ବିନ୍ୟାସ କରାଯାଇଥିଲା। ସେହି ପଦ୍ଧତି ବିଭିନ୍ନ ଫାଇଲରେ ଭୁଲ ଭାବରେ ଅନ୍ତର୍ଭୁକ୍ତ କରିବା ପାଇଁ ଘଟାଇଥାଏ। serial_reg.h ଫାଇଲକୁ ଭୁଲ ଭାବରେ ଚିହ୍ନଟ ହୋଇଥିଲା ଏବଂ kernel_headers rpm ରେ ଅନ୍ତର୍ଭୁକ୍ତ ହୋଇନଥିଲା। ଏହା, ଅନ୍ୟ rpm ଗୁଡ଼ିକୁ ନିର୍ମାଣ କରିବାରେ ସମସ୍ୟା ସୃଷ୍ଟି କରିଥାଏ। ଏହି ଅଦ୍ୟତନ serial_reg.h ଫାଇଲକୁ ଯୋଗ କରିଥାଏ ଏବଂ ସେହି ସମସ୍ୟାର ସମାଧାନ କରିଥାଏ। (Bugzilla #463538)
  • କିଛି ପରିସ୍ଥିତିରେ upcrund, HP Unified Parallel C (UPC) ଉତ୍ପାଦରେ ପଣାଳୀ ପରିଚାଳକ, ଗୋଟିଏ ESRCH ଫଳାଫଳ ଫେରାଇଥାଏ ଏବଂ setpgid() କୁ ଗୋଟିଏ ଉପ-ସୂତ୍ର ଦ୍ୱାରା ଉପୁଜି ଥିବା ନିମ୍ନସ୍ଥିରର ଗୋଟିଏ ପଦ୍ଧତିରେ ପାଇଁ ଡାକିବା ସମୟରେ ବିଫଳ ହୋଇଥାଏ। ଏହି ଅଦ୍ୟତନରେ ଏହି ସମସ୍ୟାକୁ ସମାଧାନ କରିବାର ଗୋଟିଏ ପ୍ୟାଚ ଅନ୍ତର୍ଭୁକ୍ତ। (Bugzilla #472433)
  • sysrq-t ରେ ଚାଲୁଥିବା ପଦ୍ଧତି ବିଷୟରେ ପଛୁଆ ସୂଚନା ଦର୍ଶାଇବା ପାଇଁ ଫଳନ ଯୋଗ କରିଯାଇଛି। ଏହା ଅଚଳ ତନ୍ତ୍ରର ତ୍ରୁଟି ନିବାରଣରେ ସହାୟତା କରିଥାଏ। (Bugzilla #456588)

8.1.1. ତ୍ରୁଟିନିବାରଣ

Red Hat Enterprise Linux 5.4ରେ, କର୍ଣ୍ଣଲ ତ୍ରୁଟି ନିବାରଣରେ କୋର ଡମ୍ପ କରିବା ପାଇଁ ସଂଯୁକ୍ତ ବିଶେଷତା ସହିତ ଉନ୍ନତି ଘଟିଛି। କୋର ଡମ୍ପଗୁଡ଼ିକ (ସ୍ମୃତିସ୍ଥାନ ଆସୁଚିତ୍ର) ତନ୍ତ୍ର ତ୍ରୁଟିନିବାରଣ ଏବଂ କର୍ଣ୍ଣଲ ନଷ୍ଟ ପାଇଁ ଉପଯୋଗୀ ହୋଇଥାଏ। ଏହି ଅଦ୍ୟତନ ସହିତ, କୋର ଡମ୍ପ ବର୍ତ୍ତମାନ ସମ୍ଭବ। (BZ#470411) ଅତିରିକ୍ତ ଭାବରେ, କର୍ଣ୍ଣଲ ତ୍ରୁଟି ସନ୍ଦେଶଗୁଡ଼ିକୁ ବର୍ତ୍ତମାନ କୋର ଡମ୍ପ ଫାଇଲରୁ (vmcore) makedumpfile ନିର୍ଦ୍ଦେଶ ବ୍ୟବହାର କରି ବାହାର କରାଯାଇଥାଏ। (BZ#485308)

8.1.2. ସୁରକ୍ଷା

  • ଏହି ଅଦ୍ୟତନ କର୍ଣ୍ଣଲ କି କ୍ଷେତ୍ରର ସର୍ବାଧିକ ଲମ୍ବକୁ ପୂର୍ବ କର୍ଣ୍ଣଲର ଲମ୍ବ 32 ଅକ୍ଷରବିଶିଷ୍ଟରୁ 255 ଅକ୍ଷର ବିଶିଷ୍ଟକୁ ବୃଦ୍ଧିକରିଥାଏ।(Bugzilla #475145)
  • ଏହି କର୍ଣ୍ଣଲ ଅଦ୍ୟତନ ଠିକଣାଗୁଡ଼ିକ ସୁରକ୍ଷା ଦୃଷ୍ଟିକୋଣରୁ ମୂଖ୍ୟ ଚାଳକ ନହୋଇ NFSD ବ୍ୟବହାର କରି ରପ୍ତାନି କରାଯାଇଥିବା ଫାଇଲତନ୍ତ୍ରରେ ଉପକରଣ ନୋଡ ନିର୍ମାଣ କରିବାରେ ସକ୍ଷମ ହୋଇଥାଏ (ନେଟୱର୍କ ଫାଇଲତନ୍ତ୍ର ଡେମନ)। ଏହି ଅଦ୍ୟତନ ଫାଇଲତନ୍ତ୍ର ମାସ୍କରେ 0 ଥାଇ FSUID ବିଶିଷ୍ଟ ଚାଳକମାନଙ୍କ ପାଇଁ CAP_MKNOD ଏବଂ CAP_LINUX_IMMUTABLE ) କ୍ଷମତା ଫେରାଇଥାଏ। (Bugzilla #497272 and Bugzilla #499076)
  • ଫେଡେରାଲ ସୂଚନା କାର୍ଯ୍ୟକାରୀ ମାନକ 140 (FIPS140) ପ୍ରମାଣପତ୍ରରେ ଆବଶ୍ୟକ, ଏହି ଅଦ୍ୟତନରେ ଅନ୍ତର୍ଭୁକ୍ତ:
    • ନିମ୍ନଲିଖିତଗୁଡ଼ିକ ପାଇଁ ସ୍ୱୟଂ ପରୀକ୍ଷଣ; ansi_cprng (Bugzilla #497891), ctr(aes) mode (Bugzilla #497888), Hmac-sha512 (Bugzilla #499463), rfc4309(ccm(aes)). (Bugzilla #472386), .
    • ବୁଟ ପଦ୍ଧତିରେ ବ୍ୟବହାର ହେବା ପାଇଁ GRUB ଯାଞ୍ଚ କରୁଥିବା ହସ୍ତାକ୍ଷର ଫାଇଲ ନିର୍ମାଣ କରିବା ପାଇଁ ସଙ୍କେତ। (Bugzilla #444632)
    • ଏକକାଂଶ ହସ୍ତାକ୍ଷର ପାଇଁ DSA କି କୁ 512 ବିଟରୁ 1024 ବିଟ ପର୍ଯ୍ୟନ୍ତ ପରିବର୍ତ୍ତନ କରିବା ପାଇଁ ସଙ୍କେତ। (Bugzilla #413241)

8.2. ସାଧାରଣ ପ୍ଲାଟଫର୍ମ ସମର୍ଥନ

ଥ୍ରଟଲିଙ୍ଗ ଅବସ୍ଥା (T-ଅବସ୍ଥା) ବିଜ୍ଞପ୍ତି ସମର୍ଥନକୁ କର୍ଣ୍ଣଲର ଆଧୁନିକ ସଂରଚନାରେ ଏବଂ ଶକ୍ତି ଅନ୍ତରାପୃଷ୍ଠ (ACPI) ପ୍ରୟୋଗରେ ଯୋଗକରାଯାଇଛି। T-ଅବସ୍ଥା ବିଜ୍ଞପ୍ତି ଯୋଗ କରିବା ଦ୍ୱାରା Intel® ଜ୍ଞାନୀ ଶକ୍ତି ପରିଚାଳନା ପ୍ରଯୁକ୍ତିଜ୍ଞାନକୁ ତଥ୍ୟ କେନ୍ଦ୍ରରେ ଉନ୍ନତ କରାଯାଇଥାଏ। (BZ#487567).

8.3. ଡ୍ରାଇଭର ଅଦ୍ୟତନଗୁଡ଼ିକ

8.3.1. Open Fabrics Enterprise Distribution (OFED) ଡ୍ରାଇଭରଗୁଡ଼ିକ

OpenFabrics ସମ୍ବନ୍ଧୀୟ ବାଣିଜ୍ୟିକ ବଣ୍ଟନ (OFED) ଟି Infiniband ଏବଂ iWARP ହାର୍ଡୱେର ବିଶ୍ଳେଷକ ଉପଯୋଗିତାର ଗୋଟିଏ ସଂଗ୍ରହ, Infiniband ଫେବ୍ରିକ ପରିଚାଳନା ଡେମନ, Infiniband/iWARP କର୍ଣ୍ଣଲ ଏକକାଂଶ ଧାରକ, ଏବଂ ଲାଇବ୍ରେରୀଗୁଡ଼ିକ ଏବଂ ପ୍ରୟୋଗଗୁଡ଼ିକୁ ଲେଖିବା ପାଇଁ ବିକାଶ ପ୍ୟାକେଜଗୁଡ଼ିକୁ ଯାହାକି ସୂଦୂର ସିଧାସଳଖ ସ୍ମୃତିସ୍ଥାନ ଅଭିଗମ୍ୟତା (RDMA) ପ୍ରଯୁକ୍ତିଜ୍ଞାନକୁ ବ୍ୟବହାର କରିଥାଏ। Red Hat Enterprise Linux OFED ସଫ୍ଟୱେର ଷ୍ଟାକକୁ ବ୍ୟବହାର କରିଥାଏ ଯେହେତୁ ଏହା Infiniband/iWARP/RDMA ହାର୍ଡୱେର ସମର୍ଥନ ପାଇଁ ସମର୍ଥନ କରିଥାଏ।
Red Hat Enterprise Linux 5.4ରେ, OFEDର ନିମ୍ନଲିଖିତ ଅଂଶକୁ ଅପଷ୍ଟ୍ରିମ ସଂସ୍କରଣ 1.4.1-rc3 କୁ ଅଦ୍ୟତନ କରାଯାଇଛି
  • ସୁଦୂର ସିଧାସଳଖ ସ୍ମୃତିସ୍ଥାନ ଅଭିଗମ୍ୟତା (RDMA) ଶୀର୍ଷକ (BZ#476301)
  • ବିଶ୍ୱସ୍ତ ତଥ୍ୟାଧାର ସକେଟ (RDS) ପ୍ରଟୋକଲ (BZ#477065, BZ#506907)
  • ସକେଟ ସିଧାସଳଖ ପ୍ରଟୋକଲ (SDP) (BZ#476301)
  • SCSI RDMA ପ୍ରଟୋକଲ (SRP) (BZ#476301)
  • InfiniBand ଉପରେ IP (IPoIB) (BZ#434779, BZ#466086, BZ#506907)
ଅତିରିକ୍ତ ଭାବରେ, ନିମ୍ନଲିଖିତ OFED ଡ୍ରାଇଭରଗୁଡ଼ିକୁ ଅପଷ୍ଟ୍ରିମ ସଂସ୍କରଣ 1.4.1-rc3କୁ ଅଦ୍ୟତିତ କରାହୋଇଛି:
  • Chelsio T3 ଶ୍ରେଣୀର ନେଟୱର୍କ ଉପକରଣ ପାଇଁ cxgb3 ଏବଂ iw_cxgb3 ଡ୍ରାଇଭରଗୁଡ଼ିକ (BZ#476301, BZ#504906)
  • mthca-ଆଧାରିତ InfiniBand HCA ଡ୍ରାଇଭରଗୁଡ଼ିକ ପାଇଁ (ଆଧାର ଚ୍ୟାନେଲ ଏଡପଟର) (BZ#476301, BZ#506097)
  • qlgc_vnic ଡ୍ରାଇଭର (BZ#476301)

ଟୀକା

Red Hat ନିକଟରୁ ଅପଷ୍ଟ୍ରିମ OFED ସଙ୍କେତକୁ ଅନୁସନ୍ଧାନ କରିଥାଏ ଯାହାକି ସର୍ବାଧିକ ସ୍ତରର ସକ୍ରିୟତା ଆଧାର ପ୍ରଦାନ କରିଥାଏ। ଏହା ପାଇଁ ଏପର୍ଯ୍ୟନ୍ତ ପ୍ରଯୁକ୍ତିଜ୍ଞାନ ଘୁରିବୁଲୁଥାଏ। ଫଳସ୍ୱରୂପ, Red Hat କେବଳ API/ABI ସୁସଙ୍ଗତାକୁ ଗୌଣ ପ୍ରକାଶନ ମଧ୍ଯରେ ଅପଷ୍ଟ୍ରମ ପ୍ରକଳ୍ପ କରୁଥିବା ପରି ସଂରକ୍ଷିତ ରଖିଥାଏ। ଏହା Red Hat Enterprise Linux ବିକାଶର ସାଧାରଣ ଅଭ୍ୟାସରୁ ଗୋଟିଏ ବ୍ୟତିକ୍ରମ ଅଟେ।

8.3.2. ସାଧାରଣ ଡ୍ରାଇଭର ଅଦ୍ୟତନଗୁଡ଼ିକ

  • Intel 5400 ଶ୍ରେଣୀର ସ୍ମୃତି ନିୟନ୍ତ୍ରକଗୁଡ଼ିକୁ ତ୍ରୁଟି ଚିହ୍ନଟ ଏବଂ ନିବାରଣ (EDAC) ସମର୍ଥନ ସହିତ ଅଦ୍ୟତନ କରିବା ପାଇଁ i5400 ଡ୍ରାଇଭର। (BZ#462895)
  • AMD SB800 ଶ୍ରେଣୀର ଉତ୍ପାଦନ ପାଇଁ ସମର୍ଥନ ପ୍ରଦାନ କରି, iic-bus ଅନ୍ତରାପୃଷ୍ଠ ପାଇଁ i2c ଡ୍ରାଇଭରକୁ ଅଦ୍ୟତନ କରାଯାଇଛି।
  • i2c-piix4 ଡ୍ରାଇଭରକୁ Broadcom HT1100 ଚିପସେଟ ସମର୍ଥନ ସହିତ ଅଦ୍ୟତନ କରାଯାଇଛି। (BZ#474240)
  • hpilo ଡ୍ରାଇଭରକୁ ଅଦ୍ୟତନ କରାଯାଇଛି।(BZ#488964).
  • ଡେଭିକମ ଇଥରନେଟ ଏଡପଟର ପାଇଁ dm9601 କୁ ଅଦ୍ୟତନ କରାଯାଇଛି।

8.3.3. ନେଟୱର୍କ ଡ୍ରାଇଭର ଅଦ୍ୟତନଗୁଡ଼ିକ

  • ବନ୍ଧନ ଡ୍ରାଇଭରକୁ ଆଧୁନିକ ଅପଷ୍ଟ୍ରିମ ସଂସ୍କରଣରେ ଅଦ୍ୟତନ କରାଯାଇଛି। ଏହି ଅଦ୍ୟତନ, ଯଦିଚ ସଙ୍କେତ/ipv6 ଏକକାଂଶ ନିର୍ଭରତା କ୍ଷମତାରେ ପରିଚିତ କରାଯାଇଥିଲା। ତେଣୁ, ଯଦି IPv6 କୁ ପୂର୍ବରୁ ନିଷ୍କ୍ରିୟ କରାଯାଇଛି (install ipv6 /bin/false ଧାଡ଼ିକୁ /etc/modprobe.conf ଫାଇଲରେ ଭର୍ତ୍ତିକରି) 5.4 ରେ ବନ୍ଧନ ଡ୍ରାଇଭରରେ ଗୋଟିଏ ଉନ୍ନୟନ ବନ୍ଧନ କର୍ଣ୍ଣଲ ଏକକାଂଶ ଧାରଣ କରିବାରେ ବିଫଳ ହୋଇଥାଏ। install ipv6 /bin/false ଧାଡ଼ିକୁ ସଠିକ ଭାବରେ ଧାରଣ କରିବା ପାଇଁ install ipv6 "disable=1 ସହିତ ସ୍ଥାନାନ୍ତରିତ କରିବା ଆବଶ୍ୟକ।
  • Intel® I/O ତ୍ୱରଣ ପ୍ରଯୁକ୍ତିଜ୍ଞାନ (Intel® I/OAT) ପାଇଁ କର୍ଣ୍ଣଲରେ ଡ୍ରାଇଭରଗୁଡ଼ିକୁ ସଂସ୍କରଣ 2.6.24କୁ ଅଦ୍ୟତନ କରାଯାଇଛି। (BZ#436048).
  • Intel® Gigabit ଇଥରନେଟ ଏଡପଟରଗୁଡ଼ିକ ପାଇଁ igb ଡ୍ରାଇଭରକୁ ସଂସ୍କରଣ 1.3.16-k2 କୁ ଅଦ୍ୟତନ କରାଯାଇଛି। ଏହି ଅଦ୍ୟତନ igb ପାଇଁ GRO ସମର୍ଥନକୁ ମଧ୍ଯ ସକ୍ରିୟ କରିଥାଏ। (BZ#484102, BZ#474881, BZ#499347).
  • Intel 82576 Gigabit ଇଥରନେଟ ନିୟନ୍ତ୍ରକଗୁଡ଼ିକ ପାଇଁ ଆଭାସୀ ଫଳନ ସମର୍ଥନ ପ୍ରଦାନ କରି igbvf ଡ୍ରାଇଭରକୁ ଅଦ୍ୟତନ କରାଯାଇଛି। (BZ#480524)
  • Intel 10 Gigabit PBetaCI ଏକ୍ସପ୍ରେସ ନେଟୱର୍କ ଉପକରଣଗୁଡ଼ିକ ପାଇଁ ixgbe ଡ୍ରାଇଭରକୁ ସଂସ୍କରଣ 2.0.8-k2 କୁ ଅଦ୍ୟତନ କରାଯାଇଛି। ଏହି ଅଦ୍ୟତନ GRO ସମର୍ଥନକୁ ମଧ୍ଯ ixgbe ଡ୍ରାଇଭର ପାଇଁ ଅଦ୍ୟତନ କରିଥାଏ। (BZ#472547, BZ#499347).
  • Broadcom NetXtreme II ନେଟୱର୍କ ଉପକରଣଗୁଡ଼ିକ ପାଇଁ bnx2 ଡ୍ରାଇଭରକୁ ସଂସ୍କରଣ 1.9.3କୁ ଅଦ୍ୟତିତ କରାଯାଇଛି (BZ#475567 BZ#476897 BZ#489519)
  • Broadcom Tigon3 ଇଥରନେଟ ଉପକରଣଗୁଡ଼ିକ ପାଇଁ tg3 ଡ୍ରାଇଭରକୁସଂସ୍କରଣ 3.96କୁ ଅଦ୍ୟତନ କରାଯାଇଛି। (BZ#481715, BZ#469772). ଏହି ଡ୍ରାଇଭର ଅଦ୍ୟତନ 5785F ଏବଂ 50610M ଉପକରଣ ପାଇଁ ସମର୍ଥନ ଯୋଗକରିଥାଏ। (BZ#506205)
  • bnx2 network devices. (BZ#441979) ପାଇଁ ଇଣ୍ଟରନେଟ ଛୋଟ କମ୍ପୁଟର ତନ୍ତ୍ର ଅନ୍ତରାପୃଷ୍ଠ (iSCSI) ସମର୍ଥନ ପ୍ରଦାନ କରି cnic ଡ୍ରାଇଭରକୁ ଯୋଗକରାଯ।ଇଛି।
  • ବ୍ରଡକମ ଏଭରେଷ୍ଟ ନେଟୱର୍କ ଉପକରଣଗୁଡ଼ିକ ପାଇଁ bnx2x ଡ୍ରାଇଭରକୁ ସଂସ୍କରଣ 1.48.105କୁ ଅଦ୍ୟତନ କରାଯାଇଛି। (BZ#475481).
  • bnx2x network devices. (BZ#441979) ପାଇଁ iSCSI ସମର୍ଥନ ପ୍ରଦାନ କରି, bnx2i ଡ୍ରାଇଭରକୁ ଯୋଗ କରାଯାଇଛି।
  • iSCSI TCP ଅଫଲୋଡ ଯନ୍ତ୍ର (TOE) କୁ ସକ୍ରିୟ କରି ଏବଂ ଜାତିଗତ ଗ୍ରହଣୀୟ ଅଫଲୋଡ (GRO) ସମର୍ଥନ କରି, Chelsio T3 ଶ୍ରେଣୀର ନେଟୱର୍କ ଉପକରଣଗୁଡ଼ିକ ପାଇଁ cxgb3 ଡ୍ରାଇଭରକୁ ଅଦ୍ୟତନ କରାଯାଇଛି। (BZ#439518, BZ#499347)
  • forcedeth NVIDIA nForce ଉପକରଣ ପାଇଁ ଇଥରନେଟ ଡ୍ରାଇଭରକୁସଂସ୍କରଣ 0.62କୁ ଅଦ୍ୟତନ କରାଯାଇଛି। (BZ#479740).
  • ଇଥରନେଟ ନିୟନ୍ତ୍ରକଗୁଡ଼ିକ ପାଇଁ sky2 ଡ୍ରାଇଭରକୁ Marvell Yukon 2 ଚିପସେଟ ବ୍ୟବହାର କରି ଅଦ୍ୟତନ କରାଯାଇଛି। (BZ#484712).
  • Cisco 10G ଇଥରନେଟ ଉପକରଣଗୁଡ଼ିକ ପାଇଁ enic ଡ୍ରାଇଭରକୁ ସଂସ୍କରଣ 1.0.0.933ରେ ଅଦ୍ୟତନ କରାଯାଇଛି। (BZ#484824)
  • Intel PRO/1000 ଇଥରନେଟ ଉପକରଣ ପାଇଁ e1000e ଡ୍ରାଇଭରକୁ ଅପଷ୍ଟ୍ରିମରେ ସଂସ୍କରଣ 1.0.2-k2କୁ ଅଦ୍ୟତିତ କରାଯାଇଛି। (BZ#480241)
  • Emulex Tiger Shark ଅଭିମୁଖ ନେଟୱର୍କ ଏଡପଟରଗୁଡ଼ିକ ପାଇଁ be2netକୁ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଭାବରେ ଯୋଗ କରାଯାଇଛି।

8.3.4. ସଂରକ୍ଷଣ ଡ୍ରାଇଭର ଅଦ୍ୟତନଗୁଡ଼ିକ

  • bnx2 ଡ୍ରାଇଭର iSCSIକୁ ସମର୍ଥନ କରେ।bnx2i ଡ୍ରାଇଭର bnx2 ଡ୍ରାଇଭରକୁ cnic ଏକକାଂଶ ମାଧ୍ଯମରେ iSCSI ଅଫଲୋଡ ସମର୍ଥନ ପାଇଁ ଅଭିଗମ୍ୟ କରିଥାଏ। bnx2iକୁ ପରିଚାଳନା କରିବା ପାଇଁ, iscsi-initiator-utils ପ୍ୟାକେଜକୁ ବ୍ୟବହାର କରନ୍ତୁ। bnx2i ସଂରଚନା ବିଷୟରେ ସୂଚନା ପାଇଁ, ଦୟାକରି /usr/share/docs/iscsi-initiator-utils-<version>/README ଫାଇଲର section 5.1.2 କୁ ଅନୁସରଣ କରନ୍ତୁ। (BZ#441979 and BZ#441979)
    ମନେରଖନ୍ତୁ ଯେ ଏହି ସଂସ୍କରଣରେ ଅନ୍ତର୍ଭୁକ୍ତ bnx2i ସଂସ୍କରଣ IPv6 କୁ ସମର୍ଥନ କରେନାହିଁ।
  • bitmap merging କୁ ସମର୍ଥନ ଦେବା ପାଇଁ md ଡ୍ରାଇଭରକୁ ଅଦ୍ୟତିତ କରାଯାଇଛି। ଏହି ବିଶେଷତା ସମ୍ପୂର୍ଣ୍ଣ resync ପାଇଁ ସମର୍ଥନକୁ ତଥ୍ୟ ନକଲ କରିବା ସମୟରେ ବାଦ ଦେଇଥାଏ। (BZ#481226)
  • ଏହି ପ୍ରକାଶନରେ scsi ସ୍ତର ନିମ୍ନଲିଖିତ ଅଦ୍ୟତନଗୁଡ଼ିକୁ ଦର୍ଶାଇଥାଏ:
    • scsi ଡ୍ରାଇଭର ବର୍ତ୍ତମାନ ଅପଷ୍ଟ୍ରିମ ଏକକାଂଶ scsi_dh_alua କୁ ଅନ୍ତର୍ଭୁକ୍ତ କରିଥାଏ। ଏହି ବିଶେଷ କରି asymmetric logical unit access (ALUA) ସମର୍ଥନକୁ ଏହି ପ୍ରକାଶନ ସହିତ ଯୋଗ କରିଥାଏ। dm-multipath କୁ ବ୍ୟବହାର କରିବା ସମୟରେ scsi_dh_alua ଏକକାଂଶକୁ ଉପଯୋଗ କରିବା ପାଇଁ, alua କୁ hardware_handler ପ୍ରକାର ଭାବରେ multipah.conf ରେ ଉଲ୍ଲେଖ କରନ୍ତୁ। (BZ#482737)
      ମନେରଖନ୍ତୁ EMC Clariion ଉପକରଣଗୁଡ଼ିକ ପାଇଁ, କେବଳ scsi_dh_alua କିମ୍ବା dm-emc କୁ ପୃଥକ ଭାବରେ ବ୍ୟବହାର କରିବା ସମର୍ଥିତ। ଉଭୟ scsi_dh_alua ଏବଂ dm-emc କୁ ବ୍ୟବହାର କରିବା ସମର୍ଥିତ ନୁହଁ।
    • rdac_dev_list ସଂରଚନା ବର୍ତ୍ତମାନ md3000 ଏବଂ md3000i ଭରଣକୁ ଅନ୍ତର୍ଭୁକ୍ତ କରିଥାଏ। ଏହା ଚାଳକମାନଙ୍କୁ iscsi_dh_rdac ଏକକାଂଶରୁ ମିଳୁଥିବା ସୁବିଧାର ଲାଭ ଉଠାଇବା ପାଇଁ ଚାଳକମାନଙ୍କୁ ଅନୁମତି ଦେଇଥାଏ। (BZ#487293)
    • iSCSI iBFT ସ୍ଥାପନାରେ ଡିସ୍କ ସଜ୍ଜ୍କରଣ କରିବା ସମୟରେ ସମସ୍ୟା ସୃଷ୍ଟି କରୁଥିବା ଗୋଟିଏ ତ୍ରୁଟିକୁ ବର୍ତ୍ତମାନ ଠିକ କରାଯାଇଛି। (BZ#436791)
    • iscsi_r2t_rsp struct ରେ ଥିବା ଗୋଟିଏ ତ୍ରୁଟି ଯାହାକି iSCSI ବିଫଳତା ସମୟରେ କର୍ଣ୍ଣଲ ସମସ୍ୟା ସୃଷ୍ଟି କରିଥାଏ ତାହା ବର୍ତ୍ତମାନ ଠିକ ହୋଇଛି। (BZ#484455)
  • cxgb3 ଡ୍ରାଇଭରକୁ ଅନେକ ଅପଷ୍ଟ୍ରିମ ତ୍ରୁଟିନିବାରଣ ଏବଂ iSCSI TOE ଉପକରଣଗୁଡ଼ିକ ପାଇଁ ସମର୍ଥନ ପ୍ରଦାନ କରିବା ପାଇଁ ଅଦ୍ୟତନ କରାଯାଇଛି (BZ#439518)
    ମନେରଖନ୍ତୁ ଯେ ଏହି ପ୍ରକାଶନରେ ଅନ୍ତର୍ଭୁକ୍ତ cxgb3i ସଂସ୍କରଣ IPv6 କୁ ସମର୍ଥନ କରେନାହିଁ।
  • ଏହି ପ୍ରକାଶନରେ ନୂତନ mpt2sas ଡ୍ରାଇଭର ଅନ୍ତର୍ଭୁକ୍ତ। ଏହି ଡ୍ରାଇଭର LSI ତର୍କରୁ ଆସିଥିବା SAS-2 ଶ୍ରେଣୀର ଏଡପଟରଗୁଡ଼ିକୁ ସମର୍ଥନ କରିଥାଏ। SAS-2 ସର୍ବାଧିକ ତଥ୍ୟ ପରିବହନ ହାରକୁ 3Gb/s ରୁ 6Gb/sକୁ ବୃଦ୍ଧିକରିଥାଏ।
    mpt2sas ଡ୍ରାଇଭର drivers/scsi/mpt2sas ଡିରେକ୍ଟୋରୀରେ ଅବସ୍ଥିତ, ଯେପରି ପୁରୁଣା mpt ଡ୍ରାଇଭରକୁ ବିରୋଧ କରିଥାଏ ଯାହାକି drivers/message/fusion ଡିରେକ୍ଟୋରୀରେ ଅବସ୍ଥିତ। (BZ#475665)
  • aacraid ଡ୍ରାଇଭର ବର୍ତ୍ତମାନ ସଂସ୍କରଣ 1.1.5-2461 କୁ ଅଦ୍ୟତିତ ହୋଇଛି। ଏହି ଅଦ୍ୟତନ ଧାଡ଼ି କ୍ରମବୀକ୍ଷଣ, ନିୟନ୍ତ୍ରଣ ବୁଟ ସମସ୍ୟା, ଏବଂ ଅନ୍ୟାନ୍ୟ ସମସ୍ୟାରେ ପ୍ରଭାବ ପକାଉଥିବା ଅନେକ ଅପଷ୍ଟ୍ରିମ ତ୍ରୁଟି ନିବାରଣରେ ପ୍ରୟୋଗ କରାଯାଇଥାଏ। (BZ#475559)
  • aic7xxx ଡ୍ରାଇଭର ବର୍ତ୍ତମାନ ଗୋଟିଏ ବର୍ଦ୍ଧିଷ୍ଣୁ ସର୍ବାଧିକ I/O ଆକାରକୁ ଦର୍ଶାଇଥାଏ। ଏହା ବୃହତ ବଫରଗୁଡ଼ିକରେ ଲେଖିବାକୁ ସମର୍ଥିତ ଉପକରଣଗୁଡ଼ିକୁ ଅନୁମତି ଦେଇଥାଏ (ଯେପରିକି SCSI ଟେପ ଉପକରଣ)।
  • cciss ଡ୍ରାଇଭରକୁ ସ୍ମୃତିସ୍ଥାନ BAR ଆବିଷ୍କାରରେ ଅପଷ୍ଟ୍ରିମ ତ୍ରୁଟି ନିବାରଣ ପ୍ରୟୋଗ କରିବା ପାଇଁ ଅଦ୍ୟତିତ କରାଯାଇଛି, rebuild_lun_table ଏବଂ MSA2012 କ୍ରମବୀକ୍ଷଣ ସୂତ୍ର। ଏହି ଅଦ୍ୟତନ cciss ରେ ମଧ୍ଯ ଅନେକ ସଂରଚନା ପରିବର୍ତ୍ତନକୁ ପ୍ରୟୋଗ କରିଥାଏ।
  • fnic ଡ୍ରାଇଭରକୁ ସଂସ୍କରଣ 1.0.0.1039 କୁ ଅଦ୍ୟତିତ କରାଯାଇଛି।ଏହା ଅନେକ ଅପଷ୍ଟ୍ରିମ ତ୍ରୁଟି ନିବାରଣରେ ପ୍ରୟୋଗ କରାଯାଇଥାଏ, libfc ଏବଂ fcoe ଏକକାଂଶଗୁଡ଼ିକୁ ଅଦ୍ୟତନ କରିଥାଏ, ଏବଂ ନୂତନ ଏକକାଂଶ ପ୍ରାଚଳକୁ ଯୋଗ କରିଥାଏ, ଯାହାକି ଚାଲୁଥିବା ସମୟରେ ତ୍ରୁଟି ନିବାରଣ ଲଗିଙ୍ଗକୁ ନିୟନ୍ତ୍ରଣ କରିଥାଏ। (BZ#484438)
  • ipr ଡ୍ରାଇଭର ବର୍ତ୍ତମାନ MSI-X ବାଧାବିଘ୍ନକୁ ସମର୍ଥନ କରିଥାଏ। (BZ#475717)
  • lpfc ଡ୍ରାଇଭରକୁ ସଂସ୍କରଣ 8.2.0.48 କୁ ଅଦ୍ୟତନ କରାଯାଇଛି।ଏହା ଆସୁଥିବା OEM ପ୍ରଗ୍ରାମଗୁଡ଼ିକ ପାଇଁ ହାର୍ଡୱେର ସମର୍ଥନକୁ ସକ୍ରିୟ କରିଥାଏ। ଏହା ସହିତ, ଏହି ଅଦ୍ୟତନ ନିମ୍ନଲିଖିତ ତ୍ରୁଟି ନିବାରଣଗୁଡ଼ିକୁ ମଧ୍ଯ ପ୍ରୟୋଗ କରିଥାଏ (ଅନ୍ୟମାନଙ୍କ ମଧ୍ଯରେ):(BZ#476738 and BZ#509010)
    • ଆଭାସୀ ଫାଇବର-ଚ୍ୟାନେଲ ସ୍ୱିଚଗୁଡ଼ିକ ବର୍ତ୍ତମାନ ସମର୍ଥିତ।
    • ତ୍ରୁଟି ଦୃଷ୍ଟି ଆକର୍ଷଣ ବାଧା ପାଇଁ ପୋଲିଙ୍ଗ ବର୍ତ୍ତମାନ ଉପଲବ୍ଧ।
    • vport create ଏବଂ delete loop ରେ ସ୍ମୃତିସ୍ଥାନ ଚୋରି କରାଉଥିବା ଗୋଟିଏ ତ୍ରୁଟିକୁ ବର୍ତ୍ତମାନ ସମାଧାନ କରାଯାଇଛି.
    ଏହି ଅଦ୍ୟତନ ସହିତ, lpfc ଡ୍ରାଇଭର ବର୍ତ୍ତମାନ ମଧ୍ଯ HBAnyware 4.1 ଏବଂ OneConnect UCNA କୁ ସମର୍ଥନ କରିଥାଏ। (BZ#498524)
  • MPT fusion ଡ୍ରାଇଭର ବର୍ତ୍ତମାନ ସଂସ୍କରଣ 3.04.07rh v2କୁ ଅଦ୍ୟତିତ ହୋଇଛି। ଏହା ଅନେକ ତ୍ରୁଟିନିବାରଣ ପ୍ରୟୋଗ କରିଥାଏ, ଏହାକୁ ଅନ୍ତର୍ଭୁକ୍ତ କରି: (BZ#475455)
    • MPT fusion ଡ୍ରାଇଭର ତ୍ରୁଟି ଯାହାକି ତନ୍ତ୍ରକୁ PAE କର୍ଣ୍ଣଲ ସହିତ ବୁଟ ହେବାରୁ ଅଟକାଇଥାଏ ତାହାକୁ ବର୍ତ୍ତମାନ ଠିକ କରାଯାଇଛି।
    • ନିୟନ୍ତ୍ରକମାନଙ୍କୁ ବର୍ତ୍ତମାନ READY_STATE ରେ ସେଟ କରାଯାଇଛି ଯେତେବେଳେ ଡ୍ରାଇଭର ଖାଲିକରିଥାଏ।
    • mptsas ଡ୍ରାଇଭର ବର୍ତ୍ତମାନ TUR (ପରୀକ୍ଷା ଏକକ ପ୍ରସ୍ତୁତ) ଏବଂ Report LUN ନିର୍ଦ୍ଦେଶଗୁଡ଼ିକୁ ଉପକରଣ ଯୋଗ କରିବା ପୂର୍ବରୁ ପରିବହନ ସ୍ତରରେ ନ୍ୟସ୍ତ କରିଥାଏ।
    ଏହା ସହିତ, ଗୋଟିଏ ପ୍ୟାଚ ଯାହାକି ଅପ୍ରତ୍ୟାଶିତ ଭାବରେ mptctl_ioctl() ଘଟାଇଥାଏ ତାହା ଏପର୍ଯ୍ୟନ୍ତ କ୍ଷତିକାରକ କର୍ଣ୍ଣଲ ସନ୍ଦେଶଗୁଡ଼ିକୁ ବର୍ତ୍ତମାନ ଓଲଟାଯାଇଛି। ଏହି ପ୍ରକାଶନ ସହିତ, mptctl_ioctl() ଏବେ ଆଉ ଏହି କର୍ଣ୍ଣଲ ତ୍ରୁଟି ସନ୍ଦେଶଗୁଡ଼ିକୁ ନ୍ୟସ୍ତ କରୁନାହିଁ।
  • megaraid_sas ଡ୍ରାଇଭର ବର୍ତ୍ତମାନ ସଂସ୍କରଣ 4.08-RH1 କୁ ଅଦ୍ୟତନ କରାଯାଇଛି। ଏହି ଅଦ୍ୟତନ ନିମ୍ନଲିଖିତ ଅପଷ୍ଟ୍ରିମ ଉନ୍ନତିକୁ ପ୍ରୟୋଗ କରିଥାଏ ଏବଂ ସମାଧାନ କରିଥାଏ (ଅନ୍ୟମାନଙ୍କ ମଧ୍ଯରେ):(BZ#475574)
    • ଏହି ଅଦ୍ୟତନ ଗୋଟିଏ ଡ୍ରାଇଭରରେ ଭୋଟ ଦେବା ଧାରା ଯୋଗ କରିଥାଏ।
    • ସମର୍ଥିତ ଟ୍ୟାପ ଡ୍ରାଇଭରଗୁଡ଼ିକ ଉପରେ ପ୍ରଭାବ ପକାଉଥିବା ତ୍ରୁଟିକୁ ବର୍ତ୍ତମାନ ସମାଧାନ କରାଯାଇଛି। ଏହି ପ୍ରକାଶନ ସହିତ, pthru ସମୟସମାପ୍ତି ମୂଲ୍ୟ ବର୍ତ୍ତମାନ O/S ସ୍ତରରେ ସମୟସମାପ୍ତି ମୂଲ୍ୟକୁ ଟ୍ୟାପ ଉପକରଣକୁ ପଠାଇବା ପାଇଁ ସେଟ କରାଯାଇଛି।
  • mvsas ଡ୍ରାଇଭର ବର୍ତ୍ତମାନ ସଂସ୍କରଣ 0.5.4କୁ ଅଦ୍ୟତିତ ହୋଇଛି। ଏହା ଅପଷ୍ଟ୍ରିମରୁ ଅନେକ ସମାଧାନ ଏବଂ ଉନ୍ନତି ପ୍ରୟୋଗ କରିଥାଏ, ଏବଂ Marvell RAID ବସ ନିୟନ୍ତ୍ରକଗୁଡ଼ିକ MV64460, MV64461, ଏବଂ MV64462 ପାଇଁ ସମର୍ଥନ ଯୋଗ କରିଥାଏ। (BZ#485126)
  • qla2xxx ଡ୍ରାଇଭରକୁ ସଂସ୍କରଣ 8.03.00.10.05.04-k କୁ ଅଦ୍ୟତନ କରାଯାଇଛି, ଏବଂ ବର୍ତ୍ତମାନ Fibre Channel over Convergence Enhanced Ethernet ଏଡପଟରଗୁଡ଼ିକୁ ସମର୍ଥନ କରିଥାଏ। ଏହି ପ୍ରକାଶନରେ, qla2xxx ମଧ୍ଯ ଅନେକ ତ୍ରୁଟି ନିବାରଣକୁ ଅପଷ୍ଟ୍ରିମରେ ପ୍ରୟୋଗ କରିଥାଏ ଏହାକୁ ଅନ୍ତର୍ଭୁକ୍ତ କରି: (BZ#471900, BZ#480204, BZ#495092, ଏବଂBZ#495094)
    • ବିଭେଦଗୁଡ଼ିକୁ OVERRUN ସମୟରେ ନିୟନ୍ତ୍ରଣ କରିବା ପାଇଁ ଚିହ୍ନାପଡ଼ିଥିବା 4GB ଏବଂ 8GB ଏଡପଟରଗୁଡ଼ିକୁ ବର୍ତ୍ତମାନ ସଠିକ କରାଯାଇଛି।
    • ସମସ୍ତ vports ଗୁଡ଼ିକ ବର୍ତ୍ତମାନ ଯେକୌଣସି ଅସମଞ୍ଜସ୍ୟ ଘଟଣାରେ ସତର୍କ ସୂଚନା ଦେଇଥାଏ।
    • ଗୋଟିଏ ତ୍ରୁଟି ଯାହାକି QLogic 2472କାର୍ଡରେ କର୍ଣ୍ଣଲ ସମସ୍ୟା ସୃଷ୍ଟି କରିଥାଏ, ତାହା ବର୍ତ୍ତମାନ ସମାଧାନ ହୋଇଛି।
    • stop_firmware ନିର୍ଦ୍ଦେଶକୁ ଏବେ ଆଉ ପୁନଃ ପ୍ରଚେଷ୍ଟା କରାଯାଏ ନାହିଁ ଯଦି ପ୍ରଥମ ଚେଷ୍ଟାରେ ସମୟସମାପ୍ତି ଘଟିଥାଏ।
    • ବିଭାଗ ମାସ୍କ ମୂଲ୍ୟ ଏବେ ଆଉ ସ୍ଥିର optrom ଆକାର ଉପରେ ଆଧାରିତ ନୁହଁ।
    • ଗୋଟିଏ ତ୍ରୁଟି ଯିଏକି ଏକାଧିକ ଉପକରଣରେ I/O ସମୟରେ ବାରମ୍ବାର ପଥ ଭ୍ରଷ୍ଟ ଘଟାଇଥାଏ ତାହାକୁ ବର୍ତ୍ତମାନ ଠିକ କରାଯାଇଛି। (BZ#244967)
    • ଡ୍ରାଇଭର ଉତ୍ସ ସଂକେତଟି ବର୍ତ୍ତମାନ kABI-ସୁସଂଗତ ଅଟେ।
    • dcbx ସୂଚକଗୁଡ଼ିକ ବର୍ତ୍ତମାନ NULL ରେ ସ୍ମୃତିସ୍ଥାନ ମୁକ୍ତ କରିବା ପରେ ସେଟ କରାଯାଇଛି।
    ଏହି ଅଦ୍ୟତନଗୁଡ଼ିକ ସହିତ, qla2xxx ଡ୍ରାଇଭରରେ ଅନ୍ତର୍ଭୁକ୍ତ qla24xx ଏବଂqla25xx ଫର୍ମୱେରଗୁଡ଼ିକୁ ବର୍ତ୍ତମାନ ସଂସ୍କରଣ 4.04.09ରେ ଅଦ୍ୟତନ କରାଯାଇଛି।
  • qla4xxx ଡ୍ରାଇଭର ବର୍ତ୍ତମାନ ଉନ୍ନତ ଡ୍ରାଇଭର ତ୍ରୁଟି ପୁନରୁଦ୍ଧାରକୁ ଦର୍ଶାଇଥାଏ। ଏହି ଅଦ୍ୟତନ ଗୋଟିଏ ତ୍ରୁଟିକୁ ଡ୍ରାଇଭରରେ ସମାଧାନ କରିଥାଏ ଯାହାକି ଏଡପଟର ପୁନରୁଦ୍ଧାରକୁ ବାରଣ କରିଥାଏ ଯଦି ହୋଷ୍ଟ ଏଡପଟରରେ ବଳକା ନିର୍ଦ୍ଦେଶ ଚିହ୍ନାପଡ଼ିଥାଏ। (BZ#497478)
  • ଏହି ପ୍ରକାଶନରେ ନୂତନ qlge ଡ୍ରାଇଭର ଅନ୍ତର୍ଭୁକ୍ତ। ଏହି ଡ୍ରାଇଭର QLogic FCoE 10GB ଏଡପଟର ପାଇଁ ଇଥରନେଟ ସମର୍ଥନ ଯୋଗ କରିଥାଏ। (BZ#479288)

9. ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ

ପ୍ରଯୁକ୍ତଜ୍ଞାନ ପ୍ରାକଦର୍ଶନ ବିଶେଷତାଗୁଡ଼ିକ ବର୍ତ୍ତମାନ Red Hat Enterprise Linux ସ୍ୱକୃତି ସେବାରେ ସମର୍ଥିତ ନୁହଁ, କାର୍ଯ୍ୟ ସକ୍ଷମ ଦୃଷ୍ଟିକୋଣରୁ ସମ୍ପୂର୍ଣ୍ଣ ହୋଇନପାରେ, ଏବଂ ଉତ୍ପାଦନ ପାଇଁ ଉପଯୁକ୍ତ ନୁହଁ। ତଥାପି, ଏହି ବିଶେଷଗୁଣଗୁଡ଼ିକୁ ଗ୍ରାହକ ସୁବିଧା ପାଇଁ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ସେହି ବିଶେଷତାକୁ ଲୋକଲୋଚନରେ ଆଣିବା ପାଇଁ ଅନ୍ତର୍ଭୁକ୍ତ କରାଯାଇଥାଏ।
ନିମ୍ନଲିଖିତ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନଗୁଡ଼ିକ ନୂତନ କିମ୍ବା Red Hat Enterprise Linux 5.4 ବିଟା ପ୍ରକାଶନରେ ଉନ୍ନତ କରାଯାଇଛି। Red Hat Enterprise Linux 5.4 ର ପ୍ରଯୁକ୍ତଜ୍ଞାନ ପ୍ରାକଦର୍ଶନ ବିଭାଗ ବିଷୟରେ ବିସ୍ତୃତ ସୂଚନା ପାଇଁ, http://www.redhat.com/docs/manuals/enterprise/ ର 5.4 ଯାନ୍ତ୍ରିକ ଟିପ୍ପଣୀର ପ୍ରଯୁକ୍ତଜ୍ଞାନ ପ୍ରାକଦର୍ଶନ ବିଭାଗକୁ ଅନୁସରଣ କରନ୍ତୁ।

A. ପୁନରୀକ୍ଷଣ ପୁରୁଣା ତଥ୍ୟ

ସଂଶୋଧନ ଇତିହାସ
ସଂଶୋଧନ 0.4Thu Jul 23 2009Don Domingo
ସଂରକ୍ଷଣ ଡ୍ରାଇଭର ଅଦ୍ୟତନ ବିଭାଗକୁ SME ଯାନ୍ତ୍ରିକ ସମୀକ୍ଷା ପାଇଁ କାର୍ଯ୍ୟକାରୀ କରନ୍ତୁ
ସଂଶୋଧନ 0.3Thu Jul 02 2009Ryan Lerch
ବିଭିନ୍ନ ପ୍ରକାର ବନାନ ତ୍ରୁଟିକୁ ଠିକ କରନ୍ତୁ, ବିଟା ନିର୍ଦ୍ଦିଷ୍ଟ ଜ୍ଞାତ ସମସ୍ୟାକୁ ଯୋଗ କରନ୍ତୁ।
ସଂଶୋଧନ 0.2Wed Jul 01 2009Ryan Lerch
ବିଟା ପ୍ରକାଶନ ଟିପ୍ପଣୀ।
ସଂଶୋଧନ 0.1Tue Apr 21 2009Ryan Lerch
5.3 ପ୍ରକାଶନ ଟିପ୍ପଣୀରୁ ସମ୍ପୃକ୍ତ ବିଷୟବସ୍ତୁକୁ ଘୁଞ୍ଚାଯାଇଛି।